Mohammed Shami Injury: ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ମ୍ୟାଚ ମଝିରେ ଆହତ ହେଲେ ଏହି ଘାତକ ଖେଳାଳି; ଛାଡ଼ିବାକୁ ପଡ଼ିଲା ମଇଦାନ
Advertisement

Mohammed Shami Injury: ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ମ୍ୟାଚ ମଝିରେ ଆହତ ହେଲେ ଏହି ଘାତକ ଖେଳାଳି; ଛାଡ଼ିବାକୁ ପଡ଼ିଲା ମଇଦାନ

IND vs NZ 1st ODI: ଟିମ୍ ଇଣ୍ଡିଆର ବିସ୍ଫୋରକ ଓପନର୍ ଶୁଭମାନ ଗିଲଙ୍କ ଡବଲ ସେଞ୍ଚୁରୀ ଯୋଗୁଁ ଆୟୋଜକ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୯ ରନ୍ ସଂଗ୍ରହ କରିଛି । ତେବେ ନ୍ୟୁଜିଲ୍ୟାଣ୍ଡ ଇନିଂସ ସମୟରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଧରଣର ଝଟକା ଲାଗିଛି । ଏହି ଘାତକ ଦ୍ରୁତ ବୋଲର ଆହତ ହେବା ପରେ ପଡ଼ିଆ ଛାଡିଛନ୍ତି ।

Mohammed Shami Injury: ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ମ୍ୟାଚ ମଝିରେ ଆହତ ହେଲେ ଏହି ଘାତକ ଖେଳାଳି; ଛାଡ଼ିବାକୁ ପଡ଼ିଲା ମଇଦାନ

India vs New Zealand 1st ODI: ଆଜି (ବୁଧବାର) ଅର୍ଥାତ ଜାନୁଆରୀ ୧୮ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (IND vs NZ ODI Series) ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚ (India vs New Zealand 1st ODI) ରେ ନ୍ୟୁଜିଲ୍ୟାଣ୍ଡ ଆଗରେ ଭାରତୀୟ ଦଳ (Indian Cricket Team) ପ୍ରଥମେ ବ୍ୟାଟିଂ ଏକ ବିଶାଳ ସ୍କୋର ଛିଡ଼ା ଛିଡ଼ା କରିଛି । ଟିମ୍ ଇଣ୍ଡିଆ (Team India) ର ବିସ୍ଫୋରକ ଓପନର୍ ଶୁଭମାନ ଗିଲ (Shubman Gill) ଙ୍କ ଡବଲ ସେଞ୍ଚୁରୀ ଯୋଗୁଁ ଆୟୋଜକ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୯ ରନ୍ ସଂଗ୍ରହ କରିଛି । ତେବେ ନ୍ୟୁଜିଲ୍ୟାଣ୍ଡ ଇନିଂସ ସମୟରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଧରଣର ଝଟକା ଲାଗିଛି । ଏହି ଘାତକ ଦ୍ରୁତ ବୋଲର ଆହତ ହେବା ପରେ ପଡ଼ିଆ ଛାଡିଛନ୍ତି ।

ଇନିଂସର ସପ୍ତମ ଓଭରର ଶେଷ ବଲରେ ମହମ୍ମଦ ଶାମି (Mohammed Shami) ଆହତ ହୋଇଛନ୍ତି । ମହମ୍ମଦ ଶାମି ଫିନ୍ ଆଲେନଙ୍କ ସାମ୍ନାରେ ବଲ୍ ପକାଇଥିଲେ ଓ ଆଲେନ୍ ଏହି ବଲକୁ ଆଗ ଆଡ଼କୁ ଖେଳିଥିଲେ । ଫୋଲୋଥ୍ରୁ ଉପରେ ଶାମି ନିଜ ହାତକୁ ଆଗକୁ କରି ବଲ ଅଟକାଇଥିଲେ କିନ୍ତୁ ବଲ୍ ଆଙ୍ଗୁଠିକୁ ବାଜି ଥିଲା । ଫିଜିଓଙ୍କୁ ତୁରନ୍ତ ଡକାଗଲା । ଆଇସପ୍ୟାକ୍ ମଧ୍ୟ ପ୍ରୟୋଗ କରାଯାଇଥିଲା କିନ୍ତୁ ସେ ଯନ୍ତ୍ରଣା ଅନୁଭବ କରୁଥିବାର ନଜରକୁ ଆସିଛି । ଶେଷରେ ତାଙ୍କୁ ପଡ଼ିଆ ଛାଡି ଫେରିବାକୁ ପଡିଲା ।

ସେପଟେ ଶୁଭମାନ ଗିଲଙ୍କ ୨୦୮ ରନର ଦମଦାର୍ ଇନିଂସ ଆଧାରରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୩୪୯ ରନ୍ ସ୍କୋର କରିଛନ୍ତି । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill) ହେଉଛନ୍ତି ସର୍ବକନିଷ୍ଠ ଖେଳାଳି । ଏହି ଖେଳାଳୀ ୨୩ ବର୍ଷ ୧୩୨ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି । ଗତ ବର୍ଷ ବାଂଲାଦେଶ ବିପକ୍ଷରେ ଇଶାନ କିଶନ ଦ୍ୱିଶତକ ହାସଲ କରିଥିଲେ । ସେହି ସମୟରେ କିଶାନଙ୍କ ବୟସ ୨୪ ବର୍ଷ, ୧୪୫ ଦିନ ଥିଲା । ରୋହିତ ଶର୍ମା ୨୬ ବର୍ଷ, ୧୮୬ ଦିନ ବୟସରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ ।

ଅଧିକ ପଢ଼ନ୍ତୁ:-ହିଟମ୍ୟାନଙ୍କ କ୍ଲବରେ ସାମିଲ ହେଲେ ଶୁଭମାନ ଗିଲ, ଲଗାତର ୩ଟି ଛକା ମାରି ହାସଲ କଲେ ଡବଲ ସେଞ୍ଚୁରୀ

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଜାଡେଜାଙ୍କ ପାଇଁ BCCI ରଖିଲା ଏହି ସର୍ତ୍ତ, କହିଲା-ଏହି କାମ କର ନଚେତ୍...

ଅଧିକ ପଢ଼ନ୍ତୁ:-ହେଲିକପ୍ଟର ଦୁର୍ଘଟଣାରେ ଗୃହମନ୍ତ୍ରୀଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ, ୨୧ ଗୁରୁତର

ଶୁଭମାନ ଗିଲ ମାତ୍ର ୧୪୫ ବଲରେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ୨୩ ବର୍ଷୀୟ ଶୁଭମାନ ଗିଲ୍ ୮ଟି ଛକା ଓ ୧୯ଟି ଚୌକ ସାହଯ୍ୟରେ ଏହି ବିଶେଷ ସଫଳତା ହାସଲ କରିଛନ୍ତି  । ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମାନ ଗିଲ (Shubman Gill Double Century) ହେଉଛନ୍ତି ପଞ୍ଚମ ଭାରତୀୟ ଖେଳାଳି ।