KL Rahul Athiya Shetty Wedding Gifts: କେଏଲ୍ ରାହୁଲ-ଆଥିଆଙ୍କୁ ବାହାଘରରେ ବିରାଟ କୋହଲି ଦେଲେ ଏହି ମହଙ୍ଗା ଗିଫ୍ଟ, ନବ ଦମ୍ପତିଙ୍କୁ ଧୋନିଙ୍କଠୁ ମିଳିଲା ଖାସ୍ ଉପହାର
Advertisement

KL Rahul Athiya Shetty Wedding Gifts: କେଏଲ୍ ରାହୁଲ-ଆଥିଆଙ୍କୁ ବାହାଘରରେ ବିରାଟ କୋହଲି ଦେଲେ ଏହି ମହଙ୍ଗା ଗିଫ୍ଟ, ନବ ଦମ୍ପତିଙ୍କୁ ଧୋନିଙ୍କଠୁ ମିଳିଲା ଖାସ୍ ଉପହାର

KL Rahul Athiya Shetty Wedding Gifts: କେ.ଏଲ୍ ରାହୁଲ (KL Rahul) ଓ ଆଥିଆ ଶେଟ୍ଟୀ (Athiya Shetty) ଙ୍କ ବାହାଘରରେ ସୁରକ୍ଷା ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା ବହୁତ ମଜବୁତ କରାଯାଇଥିଲା । ଅତିଥିମାନଙ୍କ ପାଇଁ 5 ଷ୍ଟାର୍ ହୋଟେଲ ମଧ୍ୟ ବୁକ୍ କରାଯାଇଥିଲା । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏହି ବାହାଘରରେ ପହଞ୍ଚି ନଥିଲେ । 

KL Rahul Athiya Shetty Wedding Gifts: କେଏଲ୍ ରାହୁଲ-ଆଥିଆଙ୍କୁ ବାହାଘରରେ ବିରାଟ କୋହଲି ଦେଲେ ଏହି ମହଙ୍ଗା ଗିଫ୍ଟ, ନବ ଦମ୍ପତିଙ୍କୁ ଧୋନିଙ୍କଠୁ ମିଳିଲା ଖାସ୍ ଉପହାର

KL Rahul Athiya Shetty Wedding Gifts: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ (KL Rahul) ଓ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ (Athiya Shetty) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟେ ଖଣ୍ଡାଲାର ଶେଟ୍ଟୀ ପରିବାରର ବଙ୍ଗଳାରେ ସାତ ଜନ୍ମରେ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୁରକ୍ଷା ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା ବହୁତ ମଜବୁତ କରାଯାଇଥିଲା । ଅତିଥିମାନଙ୍କ ପାଇଁ 5 ଷ୍ଟାର୍ ହୋଟେଲ ମଧ୍ୟ ବୁକ୍ କରାଯାଇଥିଲା । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା (Anushka Sharma) ଏହି ବାହାଘରରେ ପହଞ୍ଚି ନଥିଲେ । କିନ୍ତୁ ସେମାନେ ଏହି ନବ ଦମ୍ପତିଙ୍କୁ ଉପହାର ଦେଇଛନ୍ତି । 

କେ.ଏଲ୍ ରାହୁଲ (KL Rahul) ଓ  ଆଥିଆ ଶେଟ୍ଟୀ (Athiya Shetty) ଙ୍କୁ ବିରାଟ ଓ ଅନୁଷ୍କା ବ୍ୟତୀତ ଭାରତର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ମଧ୍ୟ ରାହୁଲ-ଆଥିଆଙ୍କୁ ଏକ ଉପହାର ଦେଇଛନ୍ତି । ବିରାଟ କୋହଲି (Virat Kohli) ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜର ଅଂଶ ଥିଲେ । ଏହି କାରଣରୁ ସେ ଓ ଟିମ୍ ଇଣ୍ଡିଆର ଅନ୍ୟାନ୍ୟ ଖେଳାଳି କେଏଲ ରାହୁଲଙ୍କ ବାହାଘରରେ ପହଞ୍ଚିପାରିନଥିଲେ । 

ତେବେ ବିରାଟ କୋହଲି (Virat Kohli) ଙ୍କ ଉପହାର କେଏଲ ରାହୁଲ (KL Rahul) ଙ୍କୁ ମିଳିଯାଇଛି । ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (MS Dhoni) ମଧ୍ୟ କେଏଲ ରାହୁଲଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ବିରାଟ କୋହଲି କେଏଲ ରାହୁଲ ଓ ଆଥିଆଙ୍କୁ ଏକ ଖାସ୍ କାର ଉପହାର ଦେଇଛନ୍ତି । ଯଦି ମିଡିଆ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି କାରଟି BMW କମ୍ପାନୀର ଅଟେ, ଯେଉଁଥିରେ କ୍ରିକେଟ୍ ଓ ଫିଲ୍ମର ମିଶ୍ରଣରୁ ନିର୍ମିତ ଗ୍ରାଫିକ୍ସ ମଧ୍ୟ ଅଛି । ଏହି ନିର୍ଦ୍ଦିଷ୍ଟ କାରର ମୂଲ୍ୟ ପ୍ରାୟ ୨.୧୭ କୋଟି ଟଙ୍କା ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର, ICC ଦେଲୋ ଏହି ବଡ଼ ଉପହାର

ଅଧିକ ପଢ଼ନ୍ତୁ:-ଟି-20ରେ ନମ୍ବର 1, ଦିନିକିଆରେ ଫ୍ଲପ୍; ଏଣିକି ସୂର୍ଯ୍ୟକୁମାର ଯାଦବଙ୍କୁ ODI ବିଶ୍ୱକପରେ ମିଳିବନି ସ୍ଥାନ!

ଅଧିକ ପଢ଼ନ୍ତୁ:-ଏୟାରଟେଲ ଦେଲା ଜୋରଦାର ଝଟକା! ପ୍ରିପେଡ୍ ପ୍ଲାନ କଲା ମହଙ୍ଗା, ଏଠାରେ ଦେଖନ୍ତୁ ନୂଆ ପ୍ରାଇସ୍ ଲିଷ୍ଟ୍

 

ନିଜ ଅଧିନାୟକତ୍ୱରେ ଭାରତୀୟ ଦଳକୁ ବିଶ୍ୱକପ ଜିତାଇଥିବା ଏମଏସ ଧୋନି ରାହୁଲ ଓ ଆଥିଆଙ୍କ ବାହାଘରରେ ପହଞ୍ଚିଥିଲେ । ସେ ଘରର ଜଣେ ବୟସ୍କ ସଦସ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରି ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଏହା ବ୍ୟତୀତ ରାହୁଲଙ୍କୁ ଏକ କାୱାସାକି ନିଞ୍ଜା ବାଇକ୍ ଉପହାର ସ୍ୱରୂପ ଦେଇଛନ୍ତି । ଏହି ବାଇକର ବଜାର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ ।