IPL 2023 Auction: ସେହୱାଗଙ୍କ ଭଣଜା କ୍ଷଣକରେ ହେଲେ କୋଟିପତି, ଫିଟନେସରେ ଦେଇଥାନ୍ତି କୋହଲିଙ୍କୁ ଟକ୍କର
Advertisement

IPL 2023 Auction: ସେହୱାଗଙ୍କ ଭଣଜା କ୍ଷଣକରେ ହେଲେ କୋଟିପତି, ଫିଟନେସରେ ଦେଇଥାନ୍ତି କୋହଲିଙ୍କୁ ଟକ୍କର

IPL 2023 Auction: ବିରେନ୍ଦର ସେହୱାଗଙ୍କ ଭଣଜା ନିଜର ଚମତ୍କାର ଫିଟନେସ୍ ପାଇଁ ବେସେ ଜଣାଶୁଣା ଓ ଏହି କ୍ଷେତ୍ରରେ ସେ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଟକ୍କର ଦେଇଥାନ୍ତି । ମୟଙ୍କ ଆଇପିଏଲ୍ ନିଲାମରେ ମୂଳ ମୂଲ୍ୟ ଥିଲା ୨୦ ଲକ୍ଷ ଟଙ୍କା । ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ଖେଳାଳୀଙ୍କୁ କିଣିବା ପାଇଁ ଲଢ଼େଇ ହୋଇଥିଲା ।

IPL 2023 Auction: ସେହୱାଗଙ୍କ ଭଣଜା କ୍ଷଣକରେ ହେଲେ କୋଟିପତି, ଫିଟନେସରେ ଦେଇଥାନ୍ତି କୋହଲିଙ୍କୁ ଟକ୍କର

IPL 2023 Auction: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ପରବର୍ତ୍ତୀ ସିଜନ୍ ପାଇଁ ନିଲାମ ଶେଷ ହୋଇଛି । ଏହି ନିଲାମରେ ଖେଳାଳିଙ୍କ ଉପରେ ବିପୁଳ ଟଙ୍କା ବର୍ଷା କରାଯାଇଛି ଏବଂ ଖେଳାଳିମାନେ କିଛିକ୍ଷଣରେ କୋଟିପତି ହୋଇ ଯାଇଛନ୍ତି । ଯଦିଓ ଏପରି କିଛି ଖେଳାଳି ଅଛନ୍ତି, ଯେଉଁମାନଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣିନଥିଲେ, କିନ୍ତୁ ବିଡରେ କିଛି ଏପରି ଖେଳାଳି ଥିଲେ, ଯେଉଁମାନେ ଆଶା ଠାରୁ ଅଧିକ ଟଙ୍କା ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୂର୍ବତନ ଭାରତ ଓପନର୍ ବିରେନ୍ଦର ସେହୱାଗଙ୍କ ଭଣଜା ମୟଙ୍କ ଡାଗର । ମୟଙ୍କଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧.୮ କୋଟି ଟଙ୍କାରେ ବିଡ୍ କରି ନିଜ ଦଳରେ ସାମିଲି କରିଛି ।

ମୟଙ୍କ ଆଇପିଏଲ୍ ନିଲାମରେ ମୂଳ ମୂଲ୍ୟ ଥିଲା ୨୦ ଲକ୍ଷ ଟଙ୍କା । ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ଖେଳାଳୀଙ୍କୁ କିଣିବା ପାଇଁ ଲଢ଼େଇ ହୋଇଥିଲା । ଉଭୟ ଏହି ଅଲରାଉଣ୍ଡରଙ୍କୁ ସେମାନଙ୍କ ଦଳ ସହ ଯୋଡିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏକ ସମୟରେ ରାଜସ୍ଥାନ ତାଙ୍କୁ ନେବ ବୋଲି ଦେଖାଯାଉଥିଲା କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ବିଡରେ ଜିତି ନେଇଥିଲା । ଏହାପୂର୍ବରୁ ମୟଙ୍କ ପଞ୍ଜାବ କିଙ୍ଗସ ଦଳର ଏକ ଅଂଶ ଥିଲେ ।

ମୟଙ୍କ ଡାଗର ହେଉଛନ୍ତି ସେହି ଖେଳାଳୀ ଯିଏକି ୨୦୧୬ ରେ ଅଣ୍ଡର-୧୯ ବିଶ୍ୱକପର ଫାଇନାଲ ଖେଳିଥିଲେ।  ଇଶାନ କିଶନଙ୍କ ଅଧିନାୟକତ୍ୱରେ ଦଳ ସେହି ବର୍ଷ ବାଂଲାଦେଶରେ ଖେଳାଯାଇଥିବା ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା । ଏହି ଦଳର କୋଚ୍ ରାହୁଲ ଦ୍ରାବିଡ ଥିଲେ, ଯିଏ ଆଜି ଭାରତର ମୁଖ୍ୟ ଦଳର କୋଚ୍ ଅଟନ୍ତି । ୨୦୧୬ ମସିହାରେ, ଏହି ଖେଳାଳି ହିମାଚଳ ପ୍ରଦେଶ ପାଇଁ ଡେବ୍ୟୁ କରିଥିଲେ । ତାଙ୍କୁ ୨୦୧୮ ରେ ଅନୁଷ୍ଠିତ ମେଗା ନିଲାମରେ ପଞ୍ଜାବ କିଣିଥିଲା କିନ୍ତୁ ଗୋଟିଏ ବି ମ୍ୟାଚ୍ ଖେଳାଇ ନଥିଲା । ଏହା ପରେ, ସେ ପରବର୍ତ୍ତୀ ଚାରି ବର୍ଷ ପାଇଁ ଅଦୃଶ୍ୟ କୁଆଡ଼େ ଅଦୃଶ୍ୟ ହୋଇଯାଇଥିଲେ, କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ପୁଣି ଥରେ କିଣି ଲାଇମଲାଇଟକୁ ଆଣିଛନ୍ତି ।

ମୟଙ୍କ ସେହି ଖେଳାଳୀମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ନିଜ ଖେଳ ଅପେକ୍ଷା ଅଧିକ ଫିଟନେସ୍ ପାଇଁ ଜଣାଶୁଣା । କ୍ରିକଟ୍ରାକର ରିପୋର୍ଟ ଅନୁଯାୟୀ, ମୟଙ୍କ ୨୦୧୮ ରେ ୟୋ-ୟୋ ଟେଷ୍ଟରେ ବିରାଟ କୋହଲିଙ୍କୁ ପଛରେ ପକାଇଥିଲେ । ସେହି ବର୍ଷ ମୟଙ୍କ ୟୋ-ୟୋ ସ୍କୋର ୧୯.୩ ଥିବାବେଳେ କୋହଲିଙ୍କ ସ୍କୋର ୧୯ ଥିଲା । ସେ ମନୀଷ ପାଣ୍ଡେଙ୍କୁ ମଧ୍ୟ ପଛରେ ପକାଇ ଥିଲେ। ମନୀଷ ପାଣ୍ଡେଙ୍କ ସ୍କୋର ୧୯.୨ ଥିଲା ।

ଅଧିକ ପଢ଼ନ୍ତୁ:-ବିଶ୍ୱକପ ୨୦୨୩ରେ ଏପରି ନଜର ଆସିପାରେ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ, ଏସବୁ ଦିଗ୍ଗଜଙ୍କ ହୋଇପାରେ ଛୁଟି; ଦେଖନ୍ତୁ ସମ୍ଭାବ୍ୟ ତାଲିକା

ଅଧିକ ପଢ଼ନ୍ତୁ:-ବାଂଲାଦେଶ ଗସ୍ତ ମଧ୍ୟରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ପାଇଁ ଖରାପ ଖବର, ଆଇପିଏଲରେ କେହିଁ କିଣିଲେ ନାହିଁ

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରୟାଲ୍ସ ଏତେ ଶସ୍ତା ମୂଲ୍ୟରେ କିଣିନେଲା ସଠିକ୍ ଦମଦାର ଖେଳାଳି!

 

ଯଦି ମୟଙ୍କଙ୍କ କ୍ୟାରିୟରକୁ ଦେଖାଯାଏ, ତେବେ ସେ ୨୯ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୮୭ ୱିକେଟ୍ ନେଇଛନ୍ତି । ଏହି ସମୟ ମଧ୍ୟରେ, ତାଙ୍କର ଇକୋନୋମି ୩.୦୫ ରହିଛି । ଏହି ସମୟ ମଧ୍ୟରେ ସେ ୨୦.୩୩ ହାରାହାରିରେ ୭୩2 ରନ୍ ସ୍କୋର କରିଛନ୍ତି, ଯେଉଁଥିରେ ତିନୋଟି ଅର୍ଦ୍ଧ ଶତକ ସାମିଲ୍ ଥିଲା । ଲିଷ୍ଚ ଏ ରେ ସେ ଏପର୍ଯ୍ୟନ୍ତ ୪୬ ଟି ମ୍ୟାଚ୍ ଖେଳି ୫୧ ୱିକେଟ୍ ନେଇଛନ୍ତି । ଏହାସହ ସେ ୩୯୩ ରନ୍ ସ୍କୋର ମଧ୍ୟ କରିଥିଲେ । ଏଥିରେ ତାଙ୍କର ଗୋଟିଏ ଅର୍ଦ୍ଧ ଶତକ ମଧ୍ୟ ସାମିଲ ଅଛି ।