India Squad WI Tour: ଏହି ଦିନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ ଟିମ୍ ଇଣ୍ଡିଆ, ଜାଣନ୍ତୁ ଖେଳିବେ କି ନାହିଁ ରୋହିତ ଶର୍ମା?
Advertisement
Article Detail0/zeeodisha/odisha1749545

India Squad WI Tour: ଏହି ଦିନ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ ଟିମ୍ ଇଣ୍ଡିଆ, ଜାଣନ୍ତୁ ଖେଳିବେ କି ନାହିଁ ରୋହିତ ଶର୍ମା?

India tour of West Indies 2023: ଭାରତୀୟ ଦଳର ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତର କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇପାରେ । ଦୁଇ ଦଳ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୨ ଜୁଲାଇରୁ ଖେଳାଯିବାର ଥିଲା ।

ସୌ: ସୋସିଆଲ ମିଡିଆ

India tour of West Indies: ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜ୍ ଓ ଭାରତୀୟ କ୍ରିକେଟ୍ ଦଳ (Indian cricket team) ମଧ୍ୟରେ ଟେଷ୍ଟ, ଦିନିକିଆ ଓ ତା’ପରେ ଟି-୨୦ ସିରିଜ୍ ଆରମ୍ଭ ହେବ । ଏଥିପାଇଁ ଟିମ୍ ଇଣ୍ଡିଆ ୧ ଜୁଲାଇରେ ୱେଷ୍ଟଇଣ୍ଡିଜ୍ ଅଭିମୁଖେ ଗସ୍ତ କରିବ । ସେଠାରେ ପହଞ୍ଚିବା ପରେ ଭାରତୀୟ ଦଳ (Team India) ସେଠାକାର ପରିସ୍ଥିତି ଅନୁଯାୟୀ ନିଜକୁ ଢଳିବାକୁ ଚାହିଁବ । ଏହି କାରଣରୁ ଟେଷ୍ଟ ସିରିଜ୍ ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ବିସିସିଆଇ ଟିମ୍ ଇଣ୍ଡିଆକୁ ସେଠାରେ ପହଞ୍ଚାଇବାକୁ ଯୋଜନା କରିଛି ।

ପ୍ରଥମେ ଟେଷ୍ଟ ସିରିଜ୍ ଖେଳାଯିବ
ବାସ୍ତବରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ (ICC World Test Championship final) ପରାଜୟ ପରେ ଭାରତୀୟ ଦଳ କିଛି ଦିନ ବିଶ୍ରାମ ନେଇଛି । ଖେଳାଳିମାନେ ଏବେ ଛୁଟି କାଟୁଛନ୍ତି । ୧ ମାସ ବିଶ୍ରାମ ପରେ ଟିମ୍ ଇଣ୍ଡିଆ ପୁଣି ପଡ଼ିଆକୁ ଓହ୍ଲାଇବା । ପ୍ରଥମେ ଟେଷ୍ଟ, ତା’ପରେ ଦିନିକିଆ ଓ ଶେଷରେ ଟି-୨୦ ମ୍ୟାଚ୍ ଖେଳାଯିବ ।

ରୋହିତ ଶର୍ମାଙ୍କ (Rohit Sharma) ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସହିତ ଏହି ଯାତ୍ରା ଆରମ୍ଭ କରିବ । ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୨ ଜୁଲାଇରେ ଖେଳାଯିବ । କିନ୍ତୁ ବର୍ତ୍ତମାନ ଏହାର କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇପାରିବ । ୱେଷ୍ଟଇଣ୍ଡିଜ ଦଳ ବର୍ତ୍ତମାନ ଆଇସିସି ODI ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରୁଛି ଓ ୯ ଜୁଲାଇକୁ ସେ ନିଜ ଦେଶକୁ ଫେରିବ ।

ରୋହିତ ଶର୍ମା ଉପଲବ୍ଧ ହେବେ
ଆସନ୍ତା ସପ୍ତାହରେ ଯେକୌଣସି ଦିନ ଦଳ ଚୟନ କରାଯାଇପାରେ ବୋଲି କୁହାଯାଉଛି । ନୂତନ ଖେଳାଳିମାନେ ଏହି ଗସ୍ତରେ ଏକ ସୁଯୋଗ ଦିଆଯାଇପାରେ । ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବା କଥା ଆଲୋଚନା ହେଉଛି । ଅଧିନାୟକ ରୋହିତ ଶର୍ମା ସମ୍ପୂର୍ଣ୍ଣ ଫିଟ୍ ଓ ଏହି ଗସ୍ତ ପାଇଁ ଉପଲବ୍ଧ ହେବ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ ।

ଦଳକୁ ୧୨ ଜୁଲାଇରୁ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ । ଏଭଳି ପରିସ୍ଥିତିରେ ୱିଣ୍ଡିଜ୍ ଦଳର କିଛି ଖେଳାଳିଙ୍କୁ ପ୍ରସ୍ତୁତି ପାଇଁ ମାତ୍ର ୩ ଦିନ ମିଳିବ । ଡୋମିନିକାରେ ଭାରତକୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ । ୱିଣ୍ଡାଇଜ୍ ଦଳ ହାରାରେରୁ ରୋଜାଉ ପର୍ଯ୍ୟନ୍ତ ପହଞ୍ଚିବାକୁ ୨ ଦିନ ଲାଗିବ । ଏଭଳି ପରିସ୍ଥିତିରେ ମ୍ୟାଚ୍‌ର କାର୍ଯ୍ୟସୂଚୀ ପରିବର୍ତ୍ତନ ହେବାର ଆଶଙ୍କା ରହିଛି ।

ୱେଷ୍ଟଇଣ୍ଡିଜ୍ ଭ୍ରମଣର ୱେଷ୍ଟଇଣ୍ଡିଜ୍ ବନାମ ଭାରତ ପୂର୍ଣ୍ଣ କାର୍ଯ୍ୟସୂଚୀ 
୨୦ ରୁ ୨୪ ଜୁଲାଇ, ଦ୍ୱିତୀୟ ଟେଷ୍ଟ, ତ୍ରିନିଦାଦ 
୨୭ ଜୁଲାଇ, ପ୍ରଥମ ODI, ବାରବାଡୋସ୍ 
୨୯ ଜୁଲାଇ, ଦ୍ୱିତୀୟ ODI, ବାରବାଡୋସ୍ 
୧ ଅଗଷ୍ଟ, ତୃତୀୟ ODI, ତ୍ରିନିଦାଦ 
୩ ଅଗଷ୍ଟ, ପ୍ରଥମ T20, ତ୍ରିନିଦାଦ 
୬ ଅଗଷ୍ଟ, ଦ୍ୱିତୀୟ T20, ଗୁୟାନା
୮ ଅଗଷ୍ଟ, ତୃତୀୟ T20, ଗୁୟାନା
୧୨ ଅଗଷ୍ଟ, ଚତୁର୍ଥ T20, ଫ୍ଲୋରିଡା 
୧୩ ଅଗଷ୍ଟ, ପଞ୍ଚମ T20, ଫ୍ଲୋରିଡା 1 

ଏହା ବି ପଢନ୍ତୁ: Shane Warne Death Reason: କୋରୋନା ଟିକା ଯୋଗୁଁ ହୋଇଥିଲା ସେନ ୱାର୍ଣ୍ଣଙ୍କ ମୃତ୍ୟୁ! ଡାକ୍ତରମାନେ କଲେ ବଡ଼ ଦାବି, ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଏହା ବି ପଢନ୍ତୁ: Asia Cup 2023: କଣ ଚାହୁଁଛି ପାକିସ୍ତାନ? ବର୍ତ୍ତମାନ ହାଇବ୍ରିଡ଼ ମଡେଲରେ ଏସିଆ କପ୍ ଖେଳିବାକୁ ନେଇ ପିସିବିର ପ୍ରତ୍ୟାଖ୍ୟାନ