IND vs SL 3rd T20: ସିରିଜ୍ ଜିତିବା ପାଇଁ ଏହି ଖେଳାଳିଙ୍କୁ ବାଦ ଦେବେ ହାର୍ଦ୍ଦିକ! ଶେଷ ଟି-୨୦ ରେ ଏପରି ହେବ ଟିମ୍ ଇଣ୍ଡିଆର ପ୍ଲେଇଂ-11
Advertisement
Article Detail0/zeeodisha/odisha1516975

IND vs SL 3rd T20: ସିରିଜ୍ ଜିତିବା ପାଇଁ ଏହି ଖେଳାଳିଙ୍କୁ ବାଦ ଦେବେ ହାର୍ଦ୍ଦିକ! ଶେଷ ଟି-୨୦ ରେ ଏପରି ହେବ ଟିମ୍ ଇଣ୍ଡିଆର ପ୍ଲେଇଂ-11

IND vs SL 3rd T20I: ହାର୍ଦ୍ଦିକ ପାଣ୍ଡ୍ୟା  ଟି-୨୦ ସିରିଜ୍ ଜିତିବା ପାଇଁ ଦଳରୁ ଜଣେ ଖେଳାଳିଙ୍କୁ ଡ୍ରପ୍ କରିପାରନ୍ତି । ଆସନ୍ତୁ ଜାଣିବା ତୃତୀୟ ତଥା ଶେଷ ଟି-୨୦ ରେ କିପରି ହେବ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍ ।

ସୌ: ସୋସିଆଲ ମିଡିଆ

India vs Sri Lanka 3rd T20I:  ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବର୍ତ୍ତମାନ ୧-୧ ରେ ଟାଇ ରହିଛି । ଟିମ୍ ଇଣ୍ଡିଆ (Team India) ପ୍ରଥମ ଟି-୨୦ ମ୍ୟାଚ୍କୁ ୨ ରନରେ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ଟିମ୍ (Srilanka Team) ୧୬ ରନରେ ଜିତିନେଇଥିଲା । ବର୍ତ୍ତମାନ ସମସ୍ତଙ୍କ ଆଖି ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଉପରେ ରହିଛି । ଏହି ମ୍ୟାଚ୍ ଜିତିବା ଦଳ ମଧ୍ୟ ସିରିଜର ଟ୍ରଫିକୁ ନିଜ ନାମରେ କରିନେବ । ଦ୍ୱିତୀୟ ମ୍ୟାଚ୍‌ର ପରାଜୟ ପରେ ଟିମ୍ ଇଣ୍ଡିଆ ନିଜର ପ୍ଲେଇଂ ଇଲେଭେନରେ (Playing Xi) କିଛି ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇବ । ବିଶେଷକରି ଜଣେ ବ୍ୟାଟ୍ସମ୍ୟାନ୍ ଦଳରୁ ବାଦ୍ ପଡିବା ନିଶ୍ଚିତ ।

ତୃତୀୟ ଟି-୨୦ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ପ୍ରାୟ ନିଶ୍ଚିତ । ଶେଷ ଦୁଇଟି ମ୍ୟାଚ୍ ପାଇଁ ଓପନିଂ କରୁଥିବା ଶୁଭମନ ଗିଲଙ୍କୁ ହୁଏତ ଏହି ମ୍ୟାଚରେ ବସିବାକୁ ପଡିପାରେ । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଗିଲ୍ ଫ୍ଲପ୍ ହୋଇଛନ୍ତି । ପ୍ରଥମ ମ୍ୟାଚରେ ୭ ରନ୍ ସ୍କୋର କରିବା ପରେ ଗିଲ୍ ଆଉଟ୍ ହୋଇଥିବାବେଳେ, ଦ୍ୱିତୀୟ ମ୍ୟାଚରେ ଏହି ଖେଳାଳି ମାତ୍ର ୫ ରନ୍ ସ୍କୋର କରି ପ୍ୟାଭିଲିୟନକୁ ଫେରିଥିଲେ । ଏଭଳି ପରିସ୍ଥିତିରେ ସେ ବାହାରେ ବସିଥିବାର ନିଶ୍ଚିତ ମନେହୁଏ । ଗିଲଙ୍କ ସ୍ଥାନରେ ପରବର୍ତ୍ତୀ ମ୍ୟାଚରେ ରିତୁରାଜ ଗାଇକୱାଡ ଏକ ସୁଯୋଗ ମିଳିପାରେ । ଏହି ସିରିଜର ଉଭୟ ମ୍ୟାଚ୍‌ରେ ଗାଇକୱାଡ ବାହାରେ ବସିଥିଲେ ଓ ବର୍ତ୍ତମାନ ତାଙ୍କୁ ଇଶାନ କିଶନଙ୍କ ସହ ଇନିଂସ କରୁଥିବାର ଦେଖିବାକୁ ମିଳିପାରେ ।

ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ରାହୁଲ ତ୍ରିପାଠୀ ନିଜ ପ୍ରଥମ ମ୍ୟାଚରେ ଶସ୍ତାରେ ଆଉଟ୍ ହୋଇଥିଲେ । ବର୍ତ୍ତମାନ ସିରଜର ଶେଷ ମ୍ୟାଚ୍‌ରେ ସେ ଏକ ବଡ଼ ଇନିଂସ ଖେଳିବାକୁ ମଧ୍ୟ ଚାହୁଁଛନ୍ତି । ସମାନକ୍ରମେ ସମସ୍ତ ଆଖି ପୁଣି ଥରେ ଦ୍ୱିତୀୟ ଟି-୨୦ ରେ ଚମତ୍କାର ବ୍ୟାଟିଂ କରିଥିବା ସୁର୍ଯ୍ୟକୁମାର ଯାଦବଙ୍କ ଉପରେ ରହିବ । ଏହା ବ୍ୟତୀତ ଦଳର କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଦ୍ରୁତ ବ୍ୟାଟ୍ସମ୍ୟାନ୍ ମଧ୍ୟ ଅଛନ୍ତି । ନିମ୍ନ କ୍ରମରେ ତୋଫାନି ବ୍ୟାଟ୍ସମ୍ୟାନ୍ ଦୀପକ ହୁଡ୍ଡା ମଧ୍ୟ ରହିବେ । ଏହା ବ୍ୟତୀତ ଦଳରେ ସ୍ପିନ୍ ବୋଲିଂ ଅଲରାଉଣ୍ଡର ଭାବରେ ଅକ୍ଷର ପଟେଲ ରହିବେ, ଯିଏକି ଦ୍ୱତୀୟ ଟି-୨୦ ମ୍ୟାଚରେ ଚମତ୍କାର ବ୍ୟାଟିଂ କରିଥିଲେ । ଏଥିସହିତ ଦଳ ଅର୍ଶଦୀପ ସିଂଙ୍କଠାରୁ ଭଲ ବୋଲିଂ ଆଶା ରଖିବ । ଶେଷ ମ୍ୟାଚରେ ଅର୍ଶଦୀପ ୫ଟି ନୋ ବଲ ବୋଲିଂ କରିଥିଲେ । ଏହା ବ୍ୟତୀତ ପ୍ରଥମ ମ୍ୟାଚର ହିରୋ ଶିବମ ମାଭି ଓ ଉମ୍ରାନ ମଲିକ ମଧ୍ୟ ତାଙ୍କୁ ସମର୍ଥନ କରିବେ । ୟୁଜବେନ୍ଦ୍ର ଚହଲ ଦଳର ଏକମାତ୍ର ସ୍ପିନର ଭାବେ ଖେଳିବେ ।

ତୃତୀୟ ଟି-୨୦ ପାଇଁ ଦଳର ସମ୍ଭାବ୍ୟ ପ୍ଲେଇଂ ୧୧:
ଇଶାନ କିଶନ (ୱିକେଟ୍ କିପର), ରିତୁରାଜ ଗାଇକୱାଡ, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଶିବମ ମାଭି, ଉମରାନ ମଲିକ, ଅର୍ଶଦୀପ ସିଂ ଓ ୟୁଜବେନ୍ଦ୍ର ଚହଲ ।

ଏହା ବି ପଢ଼ନ୍ତୁ: Birsa Munda Hockey Stadium: ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସତରେ କ'ଣ ବିଶ୍ୱର ସର୍ବବୃହତ? ଜାଣନ୍ତୁ ଏହାର ସଠିକ୍ ଉତ୍ତର