IND vs AUS: ଭାରତକୁ ମିଳିଲା ବିରାଟ ବିଜୟ, ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୨ ରନରେ ଦେଲା ମାତ୍
Advertisement

IND vs AUS: ଭାରତକୁ ମିଳିଲା ବିରାଟ ବିଜୟ, ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୨ ରନରେ ଦେଲା ମାତ୍

IND vs AUS 1st Test Day 3: ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜା ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ଏହା ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦ୍ରୁତ ଇନିଂସ ଖେଳି ଶତକ ମଧ୍ୟ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ ଆଶ୍ଚର୍ଯ୍ୟଜନକ ଭାବେ ବୋଲିଂ କରିଛନ୍ତି । ତାଙ୍କ ବଲ ଖେଳିବା କଙ୍ଗାରୁ ଦଳର ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ନଥିଲା । ସେ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇଛନ୍ତି । 

IND vs AUS: ଭାରତକୁ ମିଳିଲା ବିରାଟ ବିଜୟ, ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୨ ରନରେ ଦେଲା ମାତ୍

IND vs AUS 1st Test Day 3: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ଆରମ୍ଭ ହୋଇସାରିଛି । ଏହି ସିରିଜର ପ୍ରଥମ ମ୍ୟାଚ ନାଗପୁର (IND vs AUS Nagpur Test) ଗ୍ରାଉଣ୍ଡରେ ଖେଳାଯାଇଛି । ଭାରତୀୟ ଦଳ (Indian Team) ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ଇନିଂସ ଓ ୧୩୨ ରନ ପରାସ୍ତ କରିଛି । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ (Ravichandran Ashwin) ଓ ରବିନ୍ଦ୍ର ଜାଡେଜା (Ravindra Jadeja) ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ଏହା ସହ ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଦ୍ରୁତ ଇନିଂସ ଖେଳି ଶତକ ମଧ୍ୟ ହାସଲ କରିଛନ୍ତି । ବର୍ତ୍ତମାନ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ରବିଚନ୍ଦ୍ରନ ଅଶ୍ୱିନ (R Ashwin) ଚମତ୍କାର ବୋଲିଂ କରିଛନ୍ତି । ତାଙ୍କ ବଲ ଖେଳିବା କଙ୍ଗାରୁ ଦଳର ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ନଥିଲା । ସେ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇଛନ୍ତି । ସେପଟେ ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କ ଖାତାକୁ ୨ ୱିକେଟ୍ ଆସିଛି । ଅକ୍ସର ପଟେଲ (Axar Patel) ଗୋଟିଏ ୱିକେଟ୍ ନେଇଛନ୍ତି । ଟିମ୍ ଇଣ୍ଡିଆର ବୋଲିଂ ଆଟାକ୍ ଆଗରେ ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ଅଧିକ ସମୟ ତିଷ୍ଠିପାରି ନଥିଲେ ।

ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ସମ୍ପୂର୍ଣ୍ଣ ଭୁଲ୍ ବୋଲି ପ୍ରମାଣିତ ହୋଇଥିଲା । ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନେ ଭାରତୀୟ ସ୍ପିନରଙ୍କ ସାମ୍ନାରେ ଠିଆ ହୋଇପାରିନଥିଲେ । ପୂରା ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସରେ ରବିନ୍ଦ୍ର ଜାଡେଜା ୫ ୱିକେଟ୍ ନେଇଥିଲେ । ଏଥି ସହ ରବିଚନ୍ଦ୍ରନ ଅଶ୍ୱିନ ୩ ୱିକେଟ୍ ନେଇଥିଲେ । ୧-୧  ୱିକେଟ୍ ମହମ୍ମଦ ସିରାଜ ଓ ମହମ୍ମଦ ଶାମିଙ୍କ ଖାତାକୁ ଯାଇଥିଲା ।

ଟିମ୍ ଇଣ୍ଡିଆ ପାଇଁ ରୋହିତ ଶର୍ମା ଦ୍ରୁତ ବ୍ୟାଟିଂ କରିଥିଲେ । ସେ ପଡ଼ିଆର ଚାରିଆଡ଼େ ଷ୍ଟ୍ରୋକ୍ ଲଗାଇଥିଲେ । ସେ  ୧୨୦ ରନର ଇନିଂସ ଖେଳିଥିଲେ । ଏଥିସହିତ ରବିନ୍ଦ୍ର ଜାଡେଜା ୭୦ ରନର ଇନିଂସ ଖେଳିଥିଲେ। ଅକ୍ସର ପଟେଲ ମଧ୍ୟ ଚମତ୍କାର ବୋଲିଂ ମଧ୍ୟ କରିଥିଲେ । ଅକ୍ସର ପଟେଲ ୮୪ ରନର ଇନିଂସ ଖେଳିଥିଲେ । ଶାମି ପଟେଲଙ୍କ ସହ ୫୨ ରନର ଅର୍ଦ୍ଧଶତକ ପାର୍ଟନରଶିପ୍ କରିଥିଲେ । ତେବେ ଶାମି ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିଜରେ ରହି ନଥିଲେ ଓ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୪୭ ବଲରେ ମାତ୍ର ୩୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଶାମିଙ୍କୁ ମଧ୍ୟ ମର୍ଫି ତାଙ୍କ ବଲରେ ଶିକାର କରିଥିଲେ । 

ଅଧିକ ପଢ଼ନ୍ତୁ:-ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ଏଭଳି ସୂଚନା, ଶୁଣି ଖୁସିରେ ନାଚି ଉଠିବେ ରେଳ ଯାତ୍ରୀ!

ଅଧିକ ପଢ଼ନ୍ତୁ:-ସୁରେଶ ରାଇନା ବିବାଦୀୟ ବୟାନ ଦେଇ ଭାରତକୁ କରିଛନ୍ତି ଅପମାନିତ! ତ ଫ୍ୟାନ୍ସ ଦେଶରୁ ବାହାର କରିବାକୁ କଲେ ଦାବି

ଅଧିକ ପଢ଼ନ୍ତୁ:-ଟଡ ମର୍ଫିଙ୍କୁ ମିଳିଲା ୭ ୱିକେଟ୍, ଟିମ୍ ଇଣ୍ଡିଆ ୪୦୦ ରନରେ ଅଲଆଉଟ୍; ଶତକରୁ ବଞ୍ଚିତ ହେଲେ ଅକ୍ସର ପଟେଲ

ମହମ୍ମଦ ସିରାଜଙ୍କ ପରେ ମହମ୍ମଦ ସିରାଜ କ୍ରିଜକୁ ଆସିଥିଲେ । ଅନ୍ୟପକ୍ଷରେ ଅକ୍ସର ପଟେଲ କ୍ରିଜରେ ରହିଥିଲେ । ପଟେଲ ୮୪ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଥିଲେ, ଏଥିପାଇଁ ସେ ୧୭୪ ବଲର ସାମ୍ନା କରିଥିଲେ । ଏହି ସମୟ ମଧ୍ୟରେ ସେ ୧୦ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଅକ୍ସର ପଟେଲ ପ୍ୟାଟ୍ କମିନ୍ସଙ୍କ ବଲର ଶିକାର ହୋଇଥିଲେ । ଏହାସହ ଭାରତର ପ୍ରଥମ ଇନିଂସ ଶେଷ ହୋଇଥିଲା । ଏହି ସମୟ ମଧ୍ୟରେ ଭାରତୀୟ ଦଳ ୧୦ ୱିକେଟ୍ ହରାଇ ୪୦୦ ରନ୍ ସଂଗ୍ରହ କରିଥିଲା । ଫଳରେ ଭାରତ ୨୨୩ ରନ ଅଗ୍ରଣୀ ହାସଲ କରିଥିଲା ।