ପେଟିଏମ୍ ବଦଳରେ ବର୍ତ୍ତମାନ ଏହି ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ ଭାରତୀୟ ଖେଳାଳି
Advertisement
Article Detail0/zeeodisha/odisha1275233

ପେଟିଏମ୍ ବଦଳରେ ବର୍ତ୍ତମାନ ଏହି ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ ଭାରତୀୟ ଖେଳାଳି

BCCI Title Sponsor: ମାଷ୍ଟରକାର୍ଡ ବର୍ତ୍ତମାନ ଅନ୍ତର୍ଜାତୀୟ ମ୍ୟାଚ୍ ତଥା ଘରୋଇ ମ୍ୟାଚ୍ ରେ ଭାରତୀୟ ଦଳର ଟାଇଟଲ୍ ସ୍ପନସର ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ପେଟିଏମ୍ ବିସିସିଆଇର ଟାଇଟଲ୍ ସ୍ପୋନସର ଥିଲା ।

ସୌ: ସୋସିଆଲ ମିଡିଆ

BCCI New Title Sponsor: ଭାରତୀୟ କ୍ରିକେଟ (Indian Cricket) ର ଟାଇଟଲ୍ ସ୍ପନସରରେ ପରିବର୍ତ୍ତନ କରାଯାଇଛି । ଆଗକୁ ଆଉ ପେଟିଏମ୍ (PayTm) ଭାରତୀୟ କ୍ରିକେଟ୍ ଦଳର ଟାଇଟଲ୍ ସ୍ପୋନସର ରହିବ ନାହିଁ । ଭାରତୀୟ ଦଳର ଆନ୍ତର୍ଜାତୀୟ ମ୍ୟାଚ୍ ବ୍ୟତୀତ ଟାଇଟଲ୍ ସ୍ପନସର ଘରୋଇ ମ୍ୟାଚରେ ମଧ୍ୟ ମାଷ୍ଟରକାର୍ଡ (Mastercard) ହେବ । ତେବେ ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍ ବିସିସିଆଇ (BCCI) ସହିତ ଏହାର ଚୁକ୍ତି ସମୟ ପୂର୍ବରୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି । ଏଥି ସହିତ ବିସିସିଆଇ ଏହି ନିଷ୍ପତ୍ତି ଗ୍ରହଣ ମଧ୍ୟ କରିଛି ।

ବର୍ତ୍ତମାନ ଭାରତୀୟ ଦଳର ମ୍ୟାଚ୍ ସମୟରେ ମାଷ୍ଟରକାର୍ଡ ଟାଇଟଲ୍ ସ୍ପୋନସର ହେବ । ଏଥି ସହିତ ସେପ୍ଟେମ୍ବର ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ନିଜ ମାଟିରେ କୌଣସି ସିରିଜ୍ ଖେଳିବ ନାହିଁ । ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରିବେ । ଜିମ୍ବାୱେ ଗସ୍ତରେ ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବ । ଭାରତ-ଜିମ୍ବାୱେ ODI ସିରିଜର ସମସ୍ତ ତିନୋଟି ମ୍ୟାଚ୍ ଅଗଷ୍ଟ ୧୮ ରୁ ୨୨ ପର୍ଯ୍ୟନ୍ତ ହରାରେ ଖେଳାଯିବ । ଏହା ପରେ ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ସହ ଟି -୨୦ ସିରିଜ ଭାରତ ଆୟୋଜନ କରିବାକୁ ଯାଉଛି ଓ ଏହି ସିରିଜରୁ ମାଷ୍ଟରକାର୍ଡ ଟିମ୍ ଇଣ୍ଡିଆର ଟାଇଟଲ୍ ସ୍ପନସର ହେବ ।

ଏହା ମଧ୍ୟ କୁହାଯାଉଛି ଯେ ଚଳିତ ବର୍ଷ ଜୁଲାଇ ଆରମ୍ଭରେ ପେଟିଏମ୍ ବିସିସିଆଇକୁ କହିଛି ଯେ ଏହା ଆଉ ଏହାର ମ୍ୟାଚର ଟାଇଟଲ୍ ସ୍ପନସର ଭାବରେ ଜାରି ରଖିବାକୁ ଚାହୁଁନାହିଁ । ଆହୁରି ମଧ୍ୟ, ପେଟିଏମ୍ ମାଷ୍ଟରକାର୍ଡକୁ ଏହି ଅଧିକାର ଦେବାକୁ କହିଥିଲା । ତେବେ ରିପୋର୍ଟ ଅନୁଯାୟୀ, ପେଟିଏମ୍ ସହିତ ହୋଇଥିବା ଚୁକ୍ତି ଆଧାରରେ ବିସିସିଆଇ ମାଷ୍ଟରକାର୍ଡକୁ ଏହି ଅଧିକାର ହସ୍ତାନ୍ତର କରିଛି । ଅର୍ଥାତ୍ ବର୍ତ୍ତମାନ ମାଷ୍ଟରକାର୍ଡ ବିସିସିଆଇକୁ ପ୍ରତି ମ୍ୟାଚ୍ ପାଇଁ ୩.୮ କୋଟି ଟଙ୍କା ଦେବ । ଏହା ବି ପଢ଼ନ୍ତୁ: କମନୱେଲ୍ଥ ଗେମ୍ସରୁ ନିଜେ ଓହରି ଗଲେ ନୀରଜ ଚୋପ୍ରା, ଜାଣନ୍ତୁ କ'ଣ ରହିଛି କାରଣ

କହିରଖୁଛୁ ଯେ ୨୦୧୯ ମସିହାରେ, ବିସିସିଆଇ ଟାଇଟଲ୍ ସ୍ପନସର ସମ୍ବନ୍ଧରେ ପେଟିଏମ୍ ସହିତ ଚାରି ବର୍ଷର ଚୁକ୍ତି ସ୍ୱାକ୍ଷର କରିଥିଲା ​​। ତା’ପରେ ଏକ ମ୍ୟାଚ୍ ପାଇଁ ୩.୮୦ କୋଟି ଟଙ୍କାର ରେକର୍ଡ ଚୁକ୍ତି ସ୍ଥିର ହୋଇଥିଲା । ଏହି ଚୁକ୍ତି ପୂର୍ବରୁ ଏହି ପରିମାଣ ୨.୪୦ କୋଟି ଟଙ୍କା ଥିଲା । ଏହା ବି ପଢ଼ନ୍ତୁ: ୩୦ ବର୍ଷ ହେବା ପରେ ପ୍ରତ୍ୟେକ ମହିଳାଙ୍କୁ କରିବା ଉଚିତ୍ ଏହି ୫ଟି ଟେଷ୍ଟ