IND vs AUS: ଆଡିଲେଡରେ ଭାରତକୁ ୧୦ ୱିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ, ଜାଣନ୍ତୁ ପରାଜୟର ୩ଟି ବଡ଼ କାରଣ
Advertisement
Article Detail0/zeeodisha/odisha2549333

IND vs AUS: ଆଡିଲେଡରେ ଭାରତକୁ ୧୦ ୱିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ, ଜାଣନ୍ତୁ ପରାଜୟର ୩ଟି ବଡ଼ କାରଣ

IND vs AUS: ଆଡିଲେଡ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ପରାଜୟର ସବୁଠାରୁ ବଡ କାରଣ ହେଉଛି ଭାରତୀୟ ଦଳର ବ୍ୟାଟିଂ। ଆଶ୍ଚର୍ଯ୍ୟଜନକ କଥା ହେଲା ପିଙ୍କ ବଲ ଟେଷ୍ଟ ମ୍ୟାଚରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିପାରନ୍ତି ନାହିଁ।

 

Adelaide test match

Adelaide Test Match: ବୋର୍ଡର ଗାଭାସ୍କର ଟ୍ରଫିର ୫ ମ୍ୟାଚ୍ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି । ଆଡିଲେଡ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍ ଜିତିବା ପରେ ଅଷ୍ଟ୍ରେଲିଆ ସିରିଜକୁ ୧-୧ ରେ ବରାବର କରିଛି। ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲୀୟ ବୋଲରଙ୍କ ବିପକ୍ଷରେ ଅସହାୟ ନଜର ଆସିଥିଲେ। ତେବେ ଆସନ୍ତୁ ଜାଣିବା ଭାରତର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପରାଜୟର ୩ଟି ମୁଖ୍ୟ କାରଣ।

ରୋହିତ ଶର୍ମାଙ୍କ ଭୁଲ ନିଷ୍ପତ୍ତି
ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତି ଦଳ ପାଇଁ ଭୁଲ୍ ସାବ୍ୟସ୍ତ ହୋଇଛି। ମ୍ୟାଚ୍ ପୂର୍ବରୁ ଏକ ମେଘୁଆ ପାଗ ଥିଲା। ଷ୍ଟାର୍କ ଏହାର ଫାଇଦା ଉଠାଇ ଦଳର ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଖୋଲା ଖେଳିବାର ସୁଯୋଗ ଦେଇନଥିଲେ। ରୋହିତଙ୍କ ଏହି ନିଷ୍ପତ୍ତି ଯୋଗୁଁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଆଡିଲେଡରେ କିଛି ବିଶେଷ କରିପାରିନଥିଲେ ଏବଂ ପ୍ରଥମ ଇନିଂସରେ ମାତ୍ର ୧୮୦ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ।

ବୋଲରଙ୍କ ଖରାପ ପ୍ଲାନିଂ
ଆଡିଲେଡ୍ ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବୋଲରମାନେ ବିଶେଷ ଭଲ ବୋଲିଂ କରିପାରି ନଥିଲେ। ଦଳର ବୋଲରମାନେ ଅଫ ଷ୍ଟମ୍ଫ ବାହାରେ ଅଧିକ ବୋଲିଂ କରୁଥିଲେ। ବୋଲର ମାନେ ୱିକେଟ୍ ସାମ୍ନାରେ ବୋଲିଂ କରୁନଥିବା ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ମାନେ ମଧ୍ୟ ଏହାର ସୁଯୋଗ ନେଇଥିଲେ। ଟିମ୍ ଇଣ୍ଡିଆର ଦ୍ରୁତ ବୋଲରମାନେ ପିଙ୍କ ବଲ୍ ର ଲାଭ ଉଠାଇ ପାରିନଥିଲେ। ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ମୋର୍ନେ ମାର୍କେଲ ମଧ୍ୟ ବୋଲରଙ୍କ ପ୍ଲାନିଂରେ ଥିବା ତ୍ରୁଟିକୁ ସ୍ୱୀକାର କରିଛନ୍ତି।

fallback

ଖେଳାଳିଙ୍କ ଭୁଲ ଚୟନ 
ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ଏହି ମ୍ୟାଚରେ ଆର ଅଶ୍ୱିନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସୁନ୍ଦରଙ୍କ ବର୍ତ୍ତମାନର ପ୍ରଦର୍ଶନ ଅତ୍ୟନ୍ତ ଭଲ ରହିଛି । ସେ ପିଙ୍କ୍ ବୋଲ୍ ଅଭ୍ୟାସ ମ୍ୟାଚରେ ୨ଟି ୱିକେଟ୍ ନେଇ ରନ୍ ସ୍କୋର ମଧ୍ୟ କରିଥିଲେ। ଏହା ବ୍ୟତୀତ ପର୍ଥ ଟେଷ୍ଟ ମ୍ୟାଚରେ ମଧ୍ୟ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାନେ ତାଙ୍କ ବୋଲିଂ ଉପରେ ଆକ୍ରମଣାତ୍ମକ ବ୍ୟାଟିଂ କରିବାରେ ସଫଳ ହୋଇନଥିଲେ। ତଥାପି ଏହି ମ୍ୟାଚରେ ଖେଳାଇବା ଭୁଲ୍ ସାବ୍ୟସ୍ତ ହୋଇଥିଲା। ଆର ଅଶ୍ୱିନ୍ ମଧ୍ୟ ଫ୍ଲପ୍ ହୋଇଥିଲେ। ଅଶ୍ୱିନଙ୍କ ବିପକ୍ଷରେ ହେଡ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଟିମ୍ ମ୍ୟାନେଜମେଣ୍ଟର ଏହି ନିଷ୍ପତ୍ତି ମଧ୍ୟ ଏହି ମ୍ୟାଚର ଫଳାଫଳ ଉପରେ ପ୍ରଭାବ ପକାଇଥିଲା ।