Asia Cup 2023: ଭାରତ ପାଇଁ କାଳ ହେବ କି ବର୍ଷା ?
Advertisement
Article Detail0/zeeodisha/odisha1855042

Asia Cup 2023: ଭାରତ ପାଇଁ କାଳ ହେବ କି ବର୍ଷା ?

Asia Cup 2023: ନୂଆଦିଲ୍ଲୀ: ଚଳିତ ଏସିଆ କପରେ ନେପାଳ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି। ଶ୍ରୀଲଙ୍କାର ପାଲକେଲ ଷ୍ଟାଡ଼ିୟମରେ ଭାରତ ଏବଂ ନେପାଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚ ଭାରତ ପାଇଁ ଏକ କର ବା ମର ସ୍ଥିତି ସୃଷ୍ଟି କରିଛି। ଏହାକୁ ଜିତିବା ପାଇଁ ଭାରତୀୟ ଦଳ ଯଥାସମ୍ଭବ ଚେଷ୍ଟା କରିବ। କିନ୍ତୁ ବର୍ଷା ଆଶଙ୍କା ପ୍ରଶଂସକଙ୍କ ନିରାଶ କରିଛି। ପାଲଲେକେ ପାଣିପାଗ ଅନୁଯାୟୀ ଆକାଶ ମେଘୁଆ ରହିଛି। ଏପରି ପରିସ୍ଥିତିରେ ଆମେ ଆପଣଙ୍କୁ ଲାଇଭ୍ ପାଣିପାଗ ଅପଡେଟ୍ କହିବାକୁ ଯାଉଛ।

ସୌଜନ୍ୟ -ସୋସିଆଲ ମିଡି଼ଆ

କିପରି ରହିଛି ପାଲକେଲ ପାଣିପାଗ
ଭାରତ ଏବଂ ନେପାଳ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ଉପରେ ବର୍ଷା ଆଶଙ୍କା ଦେଖାଦେଇଛି। ପାଣିପାଗ ବିଭାଗ ଅନୁଯାୟୀ ମ୍ୟାଚରେ ବର୍ଷା ହେବାର ୮୦ ପ୍ରତିଶତ ସମ୍ଭାବନା ରହିଛି। ପାଣିପାଗ ବିଭାଗ ଏବଂ ଅନେକ ପାଣିପାଗ ବିଭାଗର ୱେବସାଇଟ୍ ଅନୁଯାୟୀ, ସୋମବାର ଦିନ ପାଲକେଲରେ ୮୯ ପ୍ରତିଶତ ଏବଂ ସନ୍ଧ୍ୟାରେ ୬୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ, ସମ୍ପୂର୍ଣ୍ଣ ମ୍ୟାଚ୍ କରିବା ସମ୍ଭବ ନୁହେଁ। ଯଦି ସନ୍ଧ୍ୟାରେ କମ୍ ବର୍ଷା ହୁଏ ତେବେ ମ୍ୟାଚ୍ କମ୍ ଓଭର ହୋଇପାରେ।

ଉଭୟ ଦଳର ସ୍କ୍ୱାର୍ଡ

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ ରାହୁଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଇଶାନ କିଶାନ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣା

ନେପାଳ: କୁଶଲ ଭୁର୍ଟ୍ଟେଲ, ଆସିଫ ଶେଖ (ଓ୍ୱିକେଟ କିପର), ରୋହିତ ପୌଡେଲ (ଅଧିନାୟକ), ଆରିଫ ଶେଖ, ସୋମପାଲ କାମୀ, ଗୁଲସନ ଝା, ଦିପେନ୍ଦ୍ର ସିଂହ, ଏରୀ, କୁଶଲ ମଲ୍ଲା, ସନ୍ଦିପ ଲାମିଛାନେ, କରଣ କେସୀ, ଲଲିତ ରାଜବଂଶୀ, ଭୀମ ଶର୍କୀ, କିଶୋର ମହତେ, ସନ୍ଦୀପ ଜୋରା,  ପ୍ରୌଟିସ ଜିସି, ଅର୍ଜୁନ ସଉଦ, ମୌସମ ଢକାଲ