Navratri 2022 Day8: ଆସନ୍ତାକାଲି ଦୁର୍ଗାଷ୍ଟମୀ । ନବରାତ୍ରୀର ଅଷ୍ଟମ ଦିନରେ ମାଆ ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜା କରାଯାଏ । ତେବେ, ନବରାତ୍ରୀରେ ଘରେ ମା ମହାଗୌରୀଙ୍କ ପୂଜା କିପରି କରିବେ । କେଉଁ ଭୋଗ ଲଗାଇଲେ ମାଆଙ୍କ କୃପାଲାଭ କରିବେ ।
Trending Photos
Navratri 2022 Day 8: ଆସନ୍ତାକାଲି ଦୁର୍ଗାଷ୍ଟମୀ । ନବରାତ୍ରୀର ଅଷ୍ଟମ ଦିନରେ ମାଆ ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜା କରାଯାଏ । ଏହା ଦେବୀଙ୍କ ସୌମ୍ୟ ରୂପ। ତେବେ, ନବରାତ୍ରୀରେ ଘରେ ମା ମହାଗୌରୀଙ୍କ ପୂଜା କିପରି କରିବେ । କେଉଁ ଭୋଗ ଲଗାଇଲେ ମାଆଙ୍କ କୃପାଲାଭ କରିବେ । ମାଆ ମହାଗୌରୀ ବା ଦୁର୍ଗାଙ୍କୁ ଦୁର୍ଗାଷ୍ଟମୀ ଦିନ ଲଗାନ୍ତୁ ହାଲଓ୍ବା ,ପୁରୀ ଓ ଚଣା ଭୋଗ । ଯାହା ମାଆଙ୍କର ଅତି ପ୍ରିୟ ଭୋଗ । ଅଷ୍ଟମୀ ଦିନ ମାଆଙ୍କ ପାଖରେ ଏ ଭୋଗ ଲଗାଇଲେ ଦେବୀମାଆଙ୍କ କୃପା ଲାଭ କରିପାରିବେ। ଏବଂ ଆପଣଙ୍କ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇ ପାରିବ। ତେବେ ଆସନ୍ତୁ ଜାଣିବା ଘରେ କିପରି ଏ ସମସ୍ତ ଭୋଗ ପ୍ରସ୍ତୁତ କରି ଦେବୀ ମାଆଙ୍କ ପାଖରେ ଲଗାଇବେ ।
ହାଲଓ୍ବା, ପୁରୀ ଓ ଚଣା ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ
ଚଣା ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ :
ସିଝା କଳାଚଣା ଦୁଇ କପ୍
ତିନି ଚାମଚ ତେଲ,
ଏକ ଚାମଚ ଜିରା
ଅଧାଚାମଚ ଲଙ୍କା ଗୁଣ୍ତ
ଅଦାଛେଚା ଦୁଇ ଚାମଚ
ଅଧା ଚାମଚ ହଳଦୀ ଗୁଣ୍ତ
ଆବଶ୍ୟକ ଅନୁସାରେ ଲୁଣ
ଗୋଟିଏ କଞ୍ଚାଲଙ୍କା
ହାଲଓ୍ବା ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ :
ଦୁଇ କପ ସୁଜି,
ତିନି କପ ପାଣି,
ଅଧା କପ୍ ଚିନି,
କିଛି ଭଜା କାଜୁ କିସମିସ,
ଅଧା କପ ଘିଅ ଓ ଏକ କପ ଖିର
ପୁରୀ ଭୋଗ ପାଇଁ ଆବଶ୍ୟକ ସାମଗ୍ରୀ :
ଦୁଇ କପ ଅଟା,
ଅଧା ଚାମଚ ଲୁଣ,
ପୁରୀ ଛାଣିବା ପାଇଁ ଆବଷ୍ୟକ ତେଲ
ଆବଶ୍ୟକ ଅନୁସାରେ ପାଣି ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ସୁଝିକୁ ୫ରୁ ୧୦ ମିନିଟ୍ ପାଇଁ ହାଲକା ଆଞ୍ଚରେ ଭାଜନ୍ତୁ । ସୁଜି ଟିକେ ବ୍ରାଉନ କର୍ଲର ହୋଇ ଆସିଲେ ସେଥିରେ କ୍ଷୀର ଓ ପାଣି ପକାନ୍ତୁ । ଏହାକୁ ମିସ୍କ କରନ୍ତୁ ପରେ ସେଥିରେ ଚିନି, ଲୁଣ ଓ ଭଜା ହୋଇଥିବା କାଜୁ ପକାଇକି ଭଲକି ଘାଣ୍ଟି ଦିଅନ୍ତୁ । ୧୦ ମିନିଟ ପାଇଁ ଏହାକୁ ଧିମା ଆଞ୍ଚରେ ବସାନ୍ତୁ । ୧୦ ମିନିଟ ପରେ ପ୍ରସ୍ତୁତ ହୋଇଯିବ ହାଲଓ୍ବା । ସେହିପରି କଳାବୁଟ ଭୋଗ ପ୍ରସ୍ତୁତି ମଧ୍ୟ ଅତି ସହଜ ।
ଏକ ପାତ୍ରରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଜିରା, କଞ୍ଚା ଲଙ୍କା , ଅଦା ପକାଇ ମିଶାନ୍ତୁ । ଧନିଆ ,ଚିଲି ପାଉଡର ଓ ସେଥିରେ କିଛି ପାଣି ମିଶାଇ କିଛି ସମୟ ପାଇଁ ଫୁଟାନ୍ତୁ । ପୂର୍ବରୁ ସିଝା ଯାଇଥିବା ଚଣାକୁ ସେଥିରେ ପକାନ୍ତୁ । ଏବଂ ୧୦ ମିନିଟ ପାଇଁ ଏହାକୁ ଘୋଡାଇ ହାଲକା ଆଞ୍ଚରେ ଚୁଲିରେ ବସାନ୍ତୁ । ୧୦ ମିନିଟ ପରେ ପ୍ରସ୍ତୁତ ହୋଇଯିବ ଚଣାଭୋଗ । ସେହିପରି ପୁରୀ ପ୍ରସ୍ତୁତି ମଧ୍ୟ ଅତି ସହଜ । ଯାହା ସମସ୍ତଙ୍କୁ ଜଣାଥିବା । ୨ କପ୍ ଅଟାରେ ଆବଶ୍ୟକ ଅନୁସାରେ ସେଥିରେ ପାଣି ଓ ଲୁଣ ପକାନ୍ତୁ । ଭଲ ଭାବରେ ତାହାକୁ ଦଳନ୍ତୁ । ପରେ ଏକ ପ୍ୟାନରେ ତେଲ ଗରମ କରିନ୍ତୁ ବେଲା ହୋଇଥିବା ପୁରୀକୁ ଛାଣନ୍ତୁ ।