fact about Nandighosh rath : ଜାଣନ୍ତୁ କାହିଁକି ଜଗନ୍ନାଥଙ୍କ ରଥର ନାଁ ନନ୍ଦିଘୋଷ ?
Advertisement
Article Detail0/zeeodisha/odisha2325357

fact about Nandighosh rath : ଜାଣନ୍ତୁ କାହିଁକି ଜଗନ୍ନାଥଙ୍କ ରଥର ନାଁ ନନ୍ଦିଘୋଷ ?

mysteries of Jagannath nandighosh rath : ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଆପଣ ଜାଣିଛନ୍ତି କି ଶ୍ରୀ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ ବୋଲି କାହିଁକି କୁହାଯାଏ ? ଏହା ପଛରେ ରହିଛି ଏକ ବିଶେଷ କାହାଣୀ । ପୁରା ପଢନ୍ତୁ....

jagannath

 Rath yatra 2024 : ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ l ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବେ ମହାବାହୁ।  କେବଳ ଅପେକ୍ଷା ଭଲ କରି ଥରେ ପାପ ନେତ୍ରରେ ଦେଖିବାକୁ  ଆମ କାଳିଆ ସାଆନ୍ତକୁ। । ଭାଇ ଭଉଣୀଙ୍କୁ ସାଙ୍ଗରେ କେତେବେଳେ ଭାବର ଠାକୁର ଭାବବିନୋଦିଆ ବଡ଼ଦାଣ୍ଡରେ ଠିଆ ହୋଇଥିବା ରଥକୁ ଆସି ରଥାରୁଢ଼ ହେବେ। ଅପେକ୍ଷା ବଡ ଦାଣ୍ଡରେ ଅପେକ୍ଷାଋତ ୩ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଜେ ମୂହୁର୍ତ୍ତକୁ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ‘ରଥଯାତ୍ରା’ ବା ‘ଶ୍ରୀ ଗୁଣ୍ଡିଚା ଯାତ୍ରା’ ହେଉଛି ସର୍ବଶ୍ରେଷ୍ଠ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ରଥକୁ ଦର୍ପଦଳନ କୁହାଯାଏ।

ତେବେ ଆପଣ ଜାଣିଛନ୍ତି କି ଶ୍ରୀ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ ବୋଲି କାହିଁକି କୁହାଯାଏ ? ଏହା ପଛରେ ରହିଛି ଏକ ବିଶେଷ କାହାଣୀ ।

 ‘ନନ୍ଦି’ ଆଉ ‘ଘୋଷ’ ଏହି ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି ନନ୍ଦିଘୋଷ । ‘ନନ୍ଦି’ ହେଉଛନ୍ତି ଭଗବାନ ଶିବଙ୍କ ବାହନ ଏବଂ ‘ଘୋଷ’ର ଅର୍ଥ ଗର୍ଜନ । ତେବେ ନନ୍ଦିଙ୍କ ଗର୍ଜନରୁ ରଥର ନାଁ ହେଉଛି ନନ୍ଦିଘୋଷ । ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। 

ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ ଭଗବାନ ରାମଙ୍କୁ ସହାୟତା କରିବା ପାଇଁ ଚିନ୍ତା କରିଥିଲେ।ପ୍ରଭୁ ରାମ ବନବାସୀ ହୋଇଥିବାରୁ, ତାଙ୍କ ପାଖରେ ରଥ ନଥିଲା। ଏଣୁ ରଥ ପ୍ରଦାନ କରିଥିଲେ ଦେବରାଜ ଇନ୍ଦ୍ର।
ହେଲେ ରାବଣର ସୈନ୍ୟଙ୍କୁ ପରାସ୍ତ କରିବା ରାମଙ୍କ ପକ୍ଷେ ସମ୍ଭବ ନଥିଲା। ଏହି ସମୟରେ ବିଷ୍ଣୁରୂପୀ ଶ୍ରୀରାମଙ୍କୁ ସହାୟତା କରିବା ପାଇଁ ଭଗବାନ ଶିବ ନିଜ ବାହନ ‘ନନ୍ଦି’ଙ୍କୁ ପଠାଇ ଥିଲେ। ସୁଦର୍ଶନଙ୍କ ଘୂର୍ଣ୍ଣନ ବେଳେ ନନ୍ଦିଙ୍କ ଅବସ୍ଥାନ ଯୋଗୁ, ନନ୍ଦି ଭୀଷଣ ଗର୍ଜନ କରନ୍ତି। ସେହି ଗର୍ଜନ ଫଳରେ ରାବଣର ଅର୍ଦ୍ଧାଧିକ ସୈନ୍ୟ ପ୍ରାଣ ହରାନ୍ତି ଓ ଶ୍ରୀରାମଙ୍କ ବିଜୟପଥ ସୁଗମ ହୁଏ। ଏଣୁ ଇନ୍ଦ୍ରଙ୍କ ପ୍ରଦତ୍ତ ଏହି ରଥର ନାମ ଦିଆହେଲା ‘ନନ୍ଦିଘୋଷ’।

ନନ୍ଦିଘୋଷ ରଥର ଉଚ୍ଚତା ହେଉଛି ୪୫ ଫୁଟ୍ ୬ ଇଞ୍ଚ୍ । ଦୈର୍ଘ୍ୟ ଓ ପ୍ରସ୍ଥ ୩୪ ଫୁଟ୍ ୬ ଇଞ୍ଚ୍ । ମୋଟ୍ ଚକ ଓ ଅଖ ସଂଖ୍ୟା ଯଥାକ୍ରମେ ୧୬ ଓ ୮ । ଏହି ରଥରେ ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ତିଆରି ହୋଇଥାଏ ।