Russia train barrier:ୟୁକ୍ରେନ ସେନାକୁ ରୋକିବା ପାଇଁ ଋଷ ସେନା ତିଆରି କଲା ୩୦ କିମି ଲମ୍ବା ‘ଜାର ଟ୍ରେନ୍’ ପ୍ରାଚୀର
Advertisement

Russia train barrier:ୟୁକ୍ରେନ ସେନାକୁ ରୋକିବା ପାଇଁ ଋଷ ସେନା ତିଆରି କଲା ୩୦ କିମି ଲମ୍ବା ‘ଜାର ଟ୍ରେନ୍’ ପ୍ରାଚୀର

ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷର ସୈନିକ ଏକ ନୂତନ ପ୍ରତିରକ୍ଷା ରଣନୀତି ଆପଣାଇଛନ୍ତି । ଋଷ ସେନା ୟୁକ୍ରେନର ଡୋନେଟସ୍କ ଅଞ୍ଚଳରେ ଏକ ନୂତନ ରଣନୀତିର ଅଂଶ ଭାବରେ ୟୁକ୍ରେନ ସୈନିକଙ୍କୁ ଅଟକାଇବା ପାଇଁ କାର୍ଗୋ ଟ୍ରେନ୍ ବ୍ୟବହାର କରିଛନ୍ତି। ଋଷ ରେଳ ମାଲଗାଡିକୁ ବ୍ୟବହାର କରି ଏକ ଲମ୍ବା ପ୍ରତିରକ୍ଷା ପ୍ରାଚୀର ତିଆରି କରିଛି

SOCIAL MEDIA

Russia train barrier:

ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷର ସୈନିକ ଏକ ନୂତନ ପ୍ରତିରକ୍ଷା ରଣନୀତି ଆପଣାଇଛନ୍ତି । ଋଷ ସେନା ୟୁକ୍ରେନର ଡୋନେଟସ୍କ ଅଞ୍ଚଳରେ ଏକ ନୂତନ ରଣନୀତିର ଅଂଶ ଭାବରେ ୟୁକ୍ରେନ ସୈନିକଙ୍କୁ ଅଟକାଇବା ପାଇଁ କାର୍ଗୋ ଟ୍ରେନ୍ ବ୍ୟବହାର କରିଛନ୍ତି। ଋଷ ରେଳ ମାଲଗାଡିକୁ ବ୍ୟବହାର କରି ଏକ ଲମ୍ବା ପ୍ରତିରକ୍ଷା ପ୍ରାଚୀର ତିଆରି କରିଛି । ୩୦ କିଲୋମିଟର ଲମ୍ବ ଏହି ଟ୍ରେନ୍ ପ୍ରାଚୀରକୁ ଜାର୍ ଟ୍ରେନ୍ କୁହାଯାଉଛି । ଋଷ ନିୟନ୍ତ୍ରିତ ସହର ଓଲେନିଭ୍କା ଏବଂ ଭଲନୋଭାଖା ମଧ୍ୟରେ ପ୍ରାୟ 30 କିଲୋମିଟର ପର୍ଯ୍ୟନ୍ତ ଏହି ଟ୍ରେନ୍ ଶୃଙ୍ଖଳ ବ୍ୟାପିଛି । ପୂର୍ବ ୟୁକ୍ରେନରେ ଯୁଦ୍ଧର ଆଗ ଧାଡିରେ ଥିବା ଏହାର ସୈନିକଙ୍କ ପାଇଁ ଏହା ଏକ ପ୍ରମୁଖ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିଥାଏ । ୟୁକ୍ରେନର ଓପନ୍ ସୋର୍ସ ଇଣ୍ଟେଲିଜେନ୍ସ ଟ୍ରାକର୍ ଡିପ୍ଷ୍ଟେଟ୍ଙ୍କ ଅନୁଯାୟୀ ଏହି ଶୃଙ୍ଖଳରେ ପ୍ରାୟ 2100 ମାଲବାହୀ ଟ୍ରେନକୁ ଗୋଟିକ ପଛରେ ଗୋଟିଏ କରି ଯୋଡା ଯାଇଛି । ଏମିତି ୨୧ଶହ ମାଲଗାଡିକୁ ଯୋଡି ଋଷ ଗୋଟିଏ ସୁରକ୍ଷା ପ୍ରାଚୀର ତିଆରି କରିଛି । ଏହି ଇଞ୍ଜିନିୟରିଂ ସଂରଚନାର କାର୍ଯ୍ୟକାରିତା ଅନିଶ୍ଚିତତା ମଧ୍ୟରେ ରହିଛି କିନ୍ତୁ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ୟୁକ୍ରେନ ପ୍ରତିରକ୍ଷା ବାହିନୀକୁ ଅଟକାଇବା ।

 ଆମେରିକାର ଥିଙ୍କ ଟ୍ୟାଙ୍କ ଇନଷ୍ଟିଚ୍ୟୁଟ୍ ଫର୍ ଷ୍ଟଡି ଅଫ୍ ୱାର୍ (ISW) ଅନୁସାରେ ଏହି ଟ୍ରେନ୍ ଭବିଷ୍ୟତରେ ୟୁକ୍ରେନ ଆକ୍ରମଣ ବିରୁଦ୍ଧରେ ପ୍ରତିରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରିପାରିବ। ISW ରିପୋର୍ଟ ଅନୁଯାୟୀ, ମେ 2023 ଏବଂ ଫେବୃଆରୀ 2024 ରୁ ସାଟେଲାଇଟ୍ ଚିତ୍ରଗୁଡ଼ିକ ଓଲେନିଭ୍କା ଏବଂ ଭଲନୋଭାଖାକୁ ସଂଯୋଗ କରୁଥିବା ଟ୍ରେନର ବ୍ୟାପକ ଶୃଙ୍ଖଳକୁ ଦେଖାଇଛି । ଜୁଲାଇ 2023 ରେ ଋଷ ଏହାକୁ ଏକତ୍ର କରିବା ଆରମ୍ଭ କରିଥିଲା ।  ସୁରକ୍ଷାକୁ ଦୃଢ କରିବା ପାଇଁ ଏହା ରଣନୀତିକ ପଦକ୍ଷେପ ବୋଲି ସଙ୍କେତ ଦେଇଥିଲା । ଏହାକୁ ଏକ ପୃଥକ ପ୍ରତିରକ୍ଷା ରେଖା ଭାବରେ ବିବେଚନା କରାଯାଇପାରେ କାରଣ 30 କିଲୋମିଟର ଲମ୍ବ ଧାତୁର କ୍ଷତି କରିବା  କିମ୍ବା ବିସ୍ଫୋରଣ ଦ୍ୱାରା ତାକୁ ଉଡାଇଦେବା  ଅତ୍ୟନ୍ତ କଷ୍ଟକର । ଏହାକୁ ନଭାଙ୍ଗି ସାମରିକ ଗତିବିଧି ଚଳାଇବା ଏକରକମ ଅସମ୍ଭବ ।

ପ୍ରବଳ ସଂଘର୍ଷର ସାକ୍ଷୀ ଏହି ଅଂଚଳ

ରୁଷର ଏହି ରେଳ ପ୍ରାଚୀର ନିର୍ମାଣ ପଛରେ ରଣନୀତିକ ନିଷ୍ପତ୍ତି ରହିଛି । ଏହି ଲାଇନଠାରୁ ଚାରି କିଲୋମିଟର ଦୂରରେ ଥିବା ଡୋନେଟସ୍କ ଅଞ୍ଚଳରେ ପ୍ରବଳ ଯୁଦ୍ଧ ଦେଖିବାକୁ ମିଳିଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ଆଗ ଧାଡିର ପୂର୍ବରେ ଅବସ୍ଥିତ ଓଲେନିଭ୍କା ଏବଂ ଭଲନୋଭାଖା ଅନ୍ତର୍ଭୁକ୍ତ ଥିଲା । ଅନ୍ଯପକ୍ଷରେ ଅପେକ୍ଷାକୃତ ଶାନ୍ତ ଅଞ୍ଚଳରେ ଜାର ଟ୍ରେନ୍ ପ୍ରାଚୀର  ନିର୍ମାଣ  ଋଷର ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ଏକ ପ୍ରାଥମିକ ପଦକ୍ଷେପ । ପୂର୍ବ ୟୁକ୍ରେନରେ ଋଷ ସେନା ଦ୍ୱାରା 'ଜାର୍ ଟ୍ରେନ୍'ର ଏହି ରଣନୈତିକ ମୁତୟନ  ମଧ୍ୟ ଯୁଦ୍ଧରେ ସାମରିକ ଇଞ୍ଜିନିୟରିଂର ଅଭିନବ ତଥା ପାରମ୍ପାରିକ ଦିଗଗୁଡ଼ିକ କିପରି ବଦଳୁଛି,ତାହା ଦେଖାଉଛି ।