Fire Breakout in Bank: ବ୍ୟାଙ୍କରେ ଲାଗିଲା ନିଆଁ, ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ
Advertisement
Article Detail0/zeeodisha/odisha2227566

Fire Breakout in Bank: ବ୍ୟାଙ୍କରେ ଲାଗିଲା ନିଆଁ, ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ

Fire Breakout in Bank: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ତିଆର ଜୋନାଲ୍ ଅଫିସରେ ଅଗ୍ନିକାଣ୍ତ। ଏହି ଅଗ୍ନିକାଣ୍ତରେ ତିନି ଜଣରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଅସୁସ୍ଥ ଥିବା କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। 

Fire Breakout in Bank: ବ୍ୟାଙ୍କରେ ଲାଗିଲା ନିଆଁ, ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ

Fire Breakout in Bank: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ତିଆର ଜୋନାଲ୍ ଅଫିସରେ ଅଗ୍ନିକାଣ୍ତ। ଏହି ଅଗ୍ନିକାଣ୍ତରେ ତିନି ଜଣରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ଅସୁସ୍ଥ ଥିବା କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ, ଏପର୍ଯ୍ୟନ୍ତ ଅଗ୍ନିକାଣ୍ତର ପ୍ରକୃତ କାରଣ ଜଣାପଡି଼ନି। 

ସୂଚନାଯୋଗ୍ୟ, ଆଜି ବାରିପଦାରେ ଥିବା ବ୍ୟାଙ୍କ୍ ଅଫ୍ ଇଣ୍ତିଆର ଜୋନାଲ୍ ଅଫିସ ଖୋଲିବା ପରେ ସବୁଦିନ ପରି ସୋମବାର ଦିନ ଗ୍ରାହକଙ୍କ ଭିଡ଼ ଲାଗିଥିଲା। କିନ୍ତୁ ହଠାତ୍ ବ୍ୟାଙ୍କ୍ ର ତୃତୀୟ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁ ଲିଭାଇବା ସହିତ ଫଶି ରହିଥିବା କର୍ମଚାରୀ ଓ ଗ୍ରାହକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଏବଂ ଅଗ୍ନିକାଣ୍ତର ଧୂଆଁରେ ବ୍ୟାଙ୍କର ତିନି ଜଣରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡି଼ଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ କ୍ୟାଣ୍ଟିନରୁ ଏହି ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।