Divorce Case:ଭାରତରେ ଅଧିକ ବିବାହ ବିଛେଦ ପଛର କାରଣ ପ୍ରେମ ବିବାହ ?
Advertisement

Divorce Case:ଭାରତରେ ଅଧିକ ବିବାହ ବିଛେଦ ପଛର କାରଣ ପ୍ରେମ ବିବାହ ?

ସମସ୍ତଙ୍କ ଜୀବନରେ ପାରିବାରିକ ଜୀବନର ବିଶେଷ ମହତ୍ତ୍ୱ ରହିଛି। ଆଗକୁ ବଢିବା ପାଇଁ ପାରିବାରିକ ଜୀବନକୁ ବିବାହର ବନ୍ଧନରେ ବାନ୍ଧି ରଖିବାକୁ ପଡିବ । ବିବାହ ହେଉଛି ଦୁଇ ଜଣଙ୍କ ଜୀବନର ବନ୍ଧନ । ବିବାହ ପରେ ଜଣେ ପୁଅ ଓ ଝିଅ ଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥାଏ। ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ସହ ବାନ୍ଧି  ହୋଇଥାନ୍ତି । ଏଭଳି ପରିସ୍ଥି

SOCIAL MEDIA

Divorce Case:

ସମସ୍ତଙ୍କ ଜୀବନରେ ପାରିବାରିକ ଜୀବନର ବିଶେଷ ମହତ୍ତ୍ୱ ରହିଛି। ଆଗକୁ ବଢିବା ପାଇଁ ପାରିବାରିକ ଜୀବନକୁ ବିବାହର ବନ୍ଧନରେ ବାନ୍ଧି ରଖିବାକୁ ପଡିବ । ବିବାହ ହେଉଛି ଦୁଇ ଜଣଙ୍କ ଜୀବନର ବନ୍ଧନ । ବିବାହ ପରେ ଜଣେ ପୁଅ ଓ ଝିଅ ଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥାଏ। ଉଭୟଙ୍କ ପରିବାର ମଧ୍ୟ ସେମାନଙ୍କ ସହ ବାନ୍ଧି  ହୋଇଥାନ୍ତି । ଏଭଳି ପରିସ୍ଥିତିରେ ସମସ୍ତେ ଜଣେ ଆଦର୍ଶ ସାଥୀ ଖୋଜନ୍ତି ଏବଂ ବିବାହର ନିଷ୍ପତ୍ତି ବହୁତ ଚିନ୍ତାକରି ନିଆଯାଇଥାଏ । ପ୍ରାଚୀନ କାଳରେ ପରିବାର ଲୋକେ ନିଜ ପୁଅ ବା ଝିଅ ପାଇଁ ଆଦର୍ଶ ଜୀବନସାଥୀ ବାଛି ନେଉଥିଲେ। ଆଜି ବି ପରିବାରର ବୟସ୍କମାନେ ହିଁ ଏହି ସମ୍ପର୍କ ସ୍ଥିର କରିଥାନ୍ତି। ଏହାକୁ ଆରେଞ୍ଜ ମ୍ୟାରେଜ କୁହାଯାଏ ।

କିନ୍ତୁ ବଦଳୁଥିବା ସମୟ ସହିତ ପ୍ରେମ ବିବାହର ଧାରା ବଢିବାରେ ଲାଗିଛି । ପ୍ରେମ ବିବାହ, ନାମରୁ ସ୍ପଷ୍ଟ ଜଣାପଡୁଛି ଯେ ଏଭଳି ଏକ ବିବାହ ଯେଉଁଥିରେ ପୁଅ ଝିଅ ପରସ୍ପରକୁ ଭଲ ପାଆନ୍ତି ଏବଂ ପରସ୍ପରକୁ ନିଜ ଜୀବନସାଥୀ ଭାବରେ ବାଛିଥାନ୍ତି । ପ୍ରେମ ବିବାହରେ ବର-କନ୍ୟା ପରସ୍ପରକୁ ଆଗରୁ ଜାଣିଥାନ୍ତି। ପରିବାରର ସମ୍ମତି ରେ କିମ୍ବା ବିନା ସମ୍ମତିରେ ସେମାନେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି । ଅନେକ ପ୍ରେମ ବିବାହ ସଫଳ ହୋଇନଥାଏ, ତେଣୁ ଛାଡ଼ପତ୍ର ର ପରିସ୍ଥିତି ଆସିଥାଏ । ଏପରିକି ପାରିବାରିକ ଅଦାଲତରେ ଛାଡ଼ପତ୍ରର ଅଧିକାଂଶ ମାମଲା ପ୍ରେମ ବିବାହର।

ଦାୟିତ୍ୱ ନିର୍ବାହ ନ କଲେ ଶେଷ ହୋଇଯାଏ ପ୍ରେମ

ରାୟପୁର ଫ୍ୟାମିଲି କୋର୍ଟର କାଉନସେଲର ଶମିମ ରେହମାନ କହିଛନ୍ତି ଯେ ବିବାହ ବିଛେଦ ମାମଲା ମଧ୍ୟରୁ ପ୍ରେମ ବିବାହ କରିଥିବା ଲୋକଙ୍କ ମାମଲା କିଛି କମ ନୁହେଁ। ପ୍ରେମ ବିବାହ କରିଥିବା ଅନେକ ଦମ୍ପତ୍ତି ପରେ ବିବାହ ବିଛେଦ ପାଇଁ ଅଦାଲତକୁ ଆସୁଛନ୍ତି। ତାଙ୍କ ଅନୁସାରେ ପ୍ରଥମେ ସେମାନେ ପ୍ରେମ ବିବାହ କରନ୍ତି, ତା'ପରେ ପାରସ୍ପରିକ ସହମତିରେ ବିବାହ ଭଙ୍ଗ କରିବାକୁ ପାରିବାରିକ ଅଦାଲତକୁ ଆସନ୍ତି । ଅନେକ ସମୟରେ ଦେଖିବାକୁ ମିଳିଛି ଯେ ତରବରିଆ ଓ ଉତ୍ସାହରେ ଯୁବକ ଯୁବତୀପ୍ରେମରେ ବିବାହ କରିଥାନ୍ତି। ଯେତେବେଳେ ବୈବାହିକ ଓ ପାରିବାରିକ ଜୀବନ ଆରମ୍ଭ ହୁଏ ଏବଂ ଦାୟିତ୍ୱ ଆସେ, ସେତେବେଳେ ଉଭୟ ପକ୍ଷ ନିଜ ନିଜର ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରିବାରେ ସକ୍ଷମ ହୁଅନ୍ତି ନାହିଁ । ତେଣୁ ପରସ୍ପରର ଦୋଷ ଖୋଜିବା ବେଳେ ପାରିବାରିକ ଅଶାନ୍ତି ସୃଷ୍ଟି ହୁଏ । ଏହାପରେ ସେମାନେ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଥାନ୍ତି। ଏଭଳି କ୍ଷେତ୍ରରେ ଦେଖାଯାଏ ଯେ, ତରବରିଆ ଭାବେ କେହି କାହାକୁ ଠିକରେ ନବୁଝି ପ୍ରେମ ନାମରେ ବାହା ହୋଇଯାନ୍ତି କିନ୍ତୁ ପରେ ମତଭେଦ ସୃଷ୍ଟି ହୁଏ। ଯାହା ବିବାହ ବିଛେଦର ରୂପ ନିଏ।