Russia Ukraine War: ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଭୋଲଡ଼ିମିର ଜେଲେନସ୍କିଙ୍କୁ ଏହି ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦି
Advertisement
Article Detail0/zeeodisha/odisha1380407

Russia Ukraine War: ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଭୋଲଡ଼ିମିର ଜେଲେନସ୍କିଙ୍କୁ ଏହି ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦି

Modi Zelenskyy Conversation: ଯୁଦ୍ଧକୁ ଶୀଘ୍ର ସମାପ୍ତ କରିବା ପାଇଁ ପାରସ୍ପରିକ ଆଲୋଚନା ଏବଂ କୂଟନୈତିକ ପଥ ଅନୁସରଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। କୌଣସି ସଂଘର୍ଷର ସମାଧାନ ସାମରିକ ଉୟାୟରେ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

 Russia Ukraine War: ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଭୋଲଡ଼ିମିର ଜେଲେନସ୍କିଙ୍କୁ ଏହି ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ ମୋଦି

Narendra Modi Volodymyr Zelenskyy: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୮ ମାସ ପୂରଣ ହୋଇସାରିଛି। ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଜାତିସଂଘ ଠାରୁ ଆରମ୍ଭ କରି ବିଶ୍ୱ ସମୁଦାୟ ପର୍ଯ୍ୟନ୍ତ ସମସ୍ତେ ଲାଗି ପଡ଼ିଛନ୍ତି। ଯେଉଁଥିରେ ସାମିଲ ଅଛି ଭାରତ। ପ୍ରାୟ ୮ ମାସ କାଳ ଧାରି ଚାଲିଥିବା ଯୁଦ୍ଧକୁ କୂଟନୈତିକ ଆଲୋଚନା ମାଧ୍ୟମରେ ବନ୍ଦ କରିବାକୁ ଉଭୟ ଋଷିଆ-ୟୁକ୍ରେନ ଉଦ୍ଦେଶ୍ୟରେ ଆହ୍ୱାନ ଦେଇଛି ଭାରତ। ଏନେଇ ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଏହି କ୍ରମରେ ଅକ୍ଟୋବର ୪ ତାରିଖ ମଙ୍ଗଳବାର ୟୁକ୍ରେନ ରାଷ୍ଟ୍ରପତି ଭୋଲଡ଼ିମିର ଜେଲେନସ୍କିଙ୍କ ଟେଲିଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉଭୟ ଦେଶର ନେତା ୟୁକ୍ରେନ ମାଟିରେ ଚାଲିଥିବା ବିବାଦ ଉପରେ ଆଲୋଚନା କରିଛନ୍ତି। ଯୁଦ୍ଧକୁ ଶୀଘ୍ର ସମାପ୍ତ କରିବା ପାଇଁ ପାରସ୍ପରିକ ଆଲୋଚନା ଏବଂ କୂଟନୈତିକ ପଥ ଅନୁସରଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। କୌଣସି ସଂଘର୍ଷର ସମାଧାନ ସାମରିକ ଉୟାୟରେ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଯୁଦ୍ଧ ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ପକ୍ଷରୁ  ପ୍ରଦାନ କରିବାକୁ ସହଯୋଗ ବାବଦରେ କରା ଯାଉଥିବା ପ୍ରସ୍ତୁତି ସମ୍ପର୍କରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ଏନେଇ ପିଏମଓ ପକ୍ଷରୁ କୁହାଯାଇଛି ପ୍ରଧାନମନ୍ତ୍ରୀ ମୋଦି, ୟୁକ୍ରେନ ରାଷ୍ଟ୍ରପତି ଭୋଲଡ଼ିମିର ଜେଲେନସ୍କିଙ୍କ ସହ ଟେଲିଫୋନ ଯୋଗେ ହୋଇଥିବା ବାର୍ତ୍ତାଳାପରେ ମିଳିତ ଜାତିସଂଘର ଚାର୍ଟର, ଆନ୍ତର୍ଜାତୀୟ ଆଇନ ତଥା ସମସ୍ତ ରାଷ୍ଟ୍ରର ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଭାରତ ୟୁକ୍ରେନ ସମେତ ଅନ୍ୟ ଦେଶର ଆଣବିକ ପ୍ରତିଷ୍ଠାନର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛି। ପିଏମଓ ସୂଚାଇ ଦେଇଛି ଯେ ଆଣବିକ କେନ୍ଦ୍ରର ସୁବିଧା ଯଦି ବିପଦଗ୍ରସ୍ତ ହୁଏ ତାହେଲେ ଏହା ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ସୁଦୂରପ୍ରସାରୀ ଏବଂ ବିପର୍ଯ୍ୟସ୍ତ ପରିଣାମ ଆଣିପାରେ।

Also Read: Russia Ukraine War: ଆକ୍ରମଣରେ ଥରହର ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର

ଏହା ପୂର୍ବରୁ ଉଜବେକିସ୍ତାନର ସମରକନ୍ଦ ଠାରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କୁ ଭେଟିଥିଲେ। ଏହି ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ପୁତିନଙ୍କୁ କହିଥିଲେ ଯେ ବର୍ତ୍ତମାନ ଯୁଗ ଯୁଦ୍ଧର ନୁହେଁଷ। ମୁଁ ଏହି ପ୍ରସଙ୍ଗରେ ଫୋନ ଯୋଗେ ଆପଣଙ୍କ ସହ କଥା ହୋଇଛି। ଆମେ ଶାନ୍ତିର ପଥରେ ଆଗକୁ ଯାଇପାରିବା। ଅନେକ ଦଶନ୍ଧି ଧରି ଭାରତ- ଋଷିଆ ପରସ୍ପର ସହ ରହି ଆସିଛନ୍ତି।

ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମିଳିତ ଜାତିସଂଘ ସାଧାରଣ ସଭାର ୭୭ ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବିବୃତ୍ତି ବାବଦରେ ଉଲ୍ଲେଖ କରିଛନ୍ତି। ସେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ୍ କହିଛନ୍ତି ଯେ ଏହା ଯୁଦ୍ଧର ସମୟ ନୁହେଁ। ଏହା ପାଶ୍ଚାତ୍ୟର ପ୍ରତିଶୋଧ ନେବା କିମ୍ବା ପାଶ୍ଚାତ୍ୟକୁ ପୂର୍ବ ବିରୁଦ୍ଧରେ ବିରୋଧ କରିବା ନୁହେଁ। ଏହି ସମୟ ହେଉଛି ଏକାଠି ହୋଇ କୌଣସି ଆହ୍ୱାନର ସାମ୍ନା କରିବାର ସମୟ।

ରାଷ୍ଟ୍ରପତି ପୁତିନ ପ୍ରଧାନମନ୍ତ୍ରୀଙ୍କ ମୋଦି ଦ୍ୱାରା ଉଠା ଯାଇଥିବା ଚିନ୍ତାକୁ ନେଇ ଉଦବେଗ ପ୍ରକାଶ କରିବା ଏହି କଥାକୁ ସ୍ୱୀକାର କରିଛନ୍ତି। ଏନେଇ ସେ କହିଛନ୍ତି ଯେ ୟୁକ୍ରେନ ବିବାଦ ଉପରେ ଆପଣଙ୍କର ଆଭିମୁଖ୍ୟ ଉପରେ ମୁଁ ଅବଗତ ରହିଛି। ଯୁଦ୍ଧ ବେଳେ ଆପଣ କେଉଁ କଥାକୁ ନେଇ ଚିନ୍ତିତ ଅଛନ୍ତି ସେ ବାବଦରେ ମୁଁ ଜାଣିଛି। ଆମେ ଚାହୁଁ ଏହି ଯୁଦ୍ଧ ଯଥାଶୀଘ୍ର ସମାପ୍ତ ହେଉ। ହେଲେ ଏହି ପ୍ରସଙ୍ଗରେ ଦ୍ୱିତୀୟ ପକ୍ଷ ୟୁକ୍ରେନ କୌଣସି ବୁଝା ମଣା ପ୍ରକ୍ରିୟାରେ ଭାଗ ନେବାକୁ ମନା କରି ଦେଇଛି।

Also Read: ଅଧିକ ଅସ୍ତ୍ର ଯୋଗାଣ ସହ ଋଷିଆ ବିରୋଧରେ ସର୍ବାଧିକ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠାଇଲା ୟୁକ୍ରେନ

ବିଗତ ୮ ମାସ ଧରି ଚାଲିଥିବା ଋଷିଆ-ୟୁକ୍ରେନ ଯୁଦ୍ଧର ଅୟମାରମ୍ଭ ଗତ ୨୦୧୪ ବର୍ଷରୁ ଆରମ୍ଭ ହୋଇଛି। ଯାହା ଚଳିତ ବର୍ଷ ଫେବୃଆରୀ ମାସରୁ ଭୟାନକ ରୂପ ଧାରଣ ବିଶ୍ୱ ସମୁଦାୟ ସାମ୍ନାରେ ଦୃଶ୍ୟମାନ ହୋଇଛି। ଏହି ଯୁଦ୍ଧକୁ ବର୍ତ୍ତମାନ ୯ ମାସ ଚାଲିଥିବା ନା ଋଷିଆ ନା ୟୁକ୍ରେନ କେହି ମୁଣ୍ଡ ନୂଆଇଁବାକୁ ପ୍ରସ୍ତୁତ ନୁହଁନ୍ତି।