Lok Sabha Elections 2024: କେନ୍ଦ୍ରାପଡ଼ାରେ କିଏ ଜିତିବ?
Advertisement

Lok Sabha Elections 2024: କେନ୍ଦ୍ରାପଡ଼ାରେ କିଏ ଜିତିବ?

Odisha Politics: ଓଡ଼ିଶାର ହାଇ ଭୋଲ୍ଟେଜ୍‍ ନିର୍ବାଚନ ମଣ୍ଡଳୀ କଥା କହିଲେ ଯେଉଁ କିଛି ସଂସଦୀୟ ନିର୍ବାଚନମଣ୍ଡଳୀ ସାମ୍ନାକୁ ଆସେ ସେଥିରୁ କେନ୍ଦ୍ରାପଡ଼ା ଗୋଟିଏ। ଅଣ କଂଗ୍ରେସ ରାଜନୀତିର ଏହା ଏକ ପ୍ରମୁଖ ଗଡ଼। ଗଲା ୬୭ ବର୍ଷ ହେଲା ଏଠାରୁ କେହି କଂଗ୍ରେସ ନେତା ଲୋକସଭାକୁ ନିର୍ବାଚିତ ହୋଇ ନାହାନ୍ତି। ଅର୍ଥାତ୍‍ ଏ ଭିତରେ ଅନୁଷ୍ଠିତ ହୋଇଥିବା ୧୭ଟି ସାଧାରଣ ନିର୍ବାଚନରେ କଂଗ୍ରେସ କେନ୍ଦ୍ରାପଡ଼ାରୁ ବିଫଳ ହୋଇଛି। ଏଥର ବି କଂଗ୍ରେସର ସ୍ଥିତି ଏଯାଏ ନୈରାଶ୍ୟଜନକ ରହିଛି। 

Lok Sabha Elections 2024: କେନ୍ଦ୍ରାପଡ଼ାରେ କିଏ ଜିତିବ?

କେନ୍ଦ୍ରାପଡ଼ା: ଓଡ଼ିଶାର ହାଇ ଭୋଲ୍ଟେଜ୍‍ ନିର୍ବାଚନ ମଣ୍ଡଳୀ କଥା କହିଲେ ଯେଉଁ କିଛି ସଂସଦୀୟ ନିର୍ବାଚନମଣ୍ଡଳୀ ସାମ୍ନାକୁ ଆସେ ସେଥିରୁ କେନ୍ଦ୍ରାପଡ଼ା ଗୋଟିଏ। ଅଣ କଂଗ୍ରେସ ରାଜନୀତିର ଏହା ଏକ ପ୍ରମୁଖ ଗଡ଼। ଗଲା ୬୭ ବର୍ଷ ହେଲା ଏଠାରୁ କେହି କଂଗ୍ରେସ ନେତା ଲୋକସଭାକୁ ନିର୍ବାଚିତ ହୋଇ ନାହାନ୍ତି। ଅର୍ଥାତ୍‍ ଏ ଭିତରେ ଅନୁଷ୍ଠିତ ହୋଇଥିବା ୧୭ଟି ସାଧାରଣ ନିର୍ବାଚନରେ କଂଗ୍ରେସ କେନ୍ଦ୍ରାପଡ଼ାରୁ ବିଫଳ ହୋଇଛି। ଏଥର ବି କଂଗ୍ରେସର ସ୍ଥିତି ଏଯାଏ ନୈରାଶ୍ୟଜନକ ରହିଛି। 

ଅଣକଂଗ୍ରେସ ରାଜନୀତିକ ଇତିହାସରେ ଯେଉଁ ନୂଆ ଅଧ୍ୟାୟ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରୁ ଆରମ୍ଭ ହୋଇଛି ସେ ଭିତରେ ତିନି ନେତା ବିଶେଷ ସ୍ମରଣୀୟ। ଜଣେ ସୁରେନ୍ଦ୍ରନାଥ ଦ୍ୱିବେଦୀ। ସେ ୧୯୫୭ରେ କଂଗ୍ରେସକୁ ଚିତପଟାଙ୍ଗ କଲେ। ଖାଲି ସେତିକି ନୁହେଁ, କଂଗ୍ରେସ ବିରୁଦ୍ଧରେ ସ୍ୱରକୁ ଏତେ ପରିମାଣରେ ଲୋକଙ୍କ ଭିତରେ ଅଙ୍କୁରୋଦ୍‍ଗମ କଲେ ଯେ ଆଜି ଯାଏ କଂଗ୍ରେସ ଏଠାରେ ବିଜୟ ସ୍ୱପ୍ନ ଦେଖିପାରୁ ନାହିଁ। ସୁରେନ୍ଦ୍ରନାଥ ତିନିଥର ୧୯୫୭ରୁ ୧୯୭୧ ଯାଏ ସାଂସଦ ଥିଲେ। ସେ ପ୍ରଜା ସୋଶାଲିଷ୍ଟ ପାର୍ଟିର ସଦସ୍ୟ ଥିଲେ। 

୧୯୭୭ ମସିହା ନିର୍ବାଚନ ଅର୍ଥାତ୍‍ ଜରୁରୀକାଳୀନ ପରିସ୍ଥିତି ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ାବାସୀଙ୍କ ସ୍ୱରକୁ ଠିକ୍‍ ଚିହ୍ନିଲେ। ଜନତା ପାର୍ଟି ଟିକଟରେ ସେ ଜିତିଲେ। ଏହାପରେ ଆଉ ଦୁଇଥର ଲଗାତାର ସେ ଜିତିଛନ୍ତି। ତୃତୀୟ ଗୁରୁତ୍ୱପୂର୍ଣ୍ଣ  ଅଣ କଂଗ୍ରେସ ରାଜନୀତିା ଅଧ୍ୟାୟ କେନ୍ଦ୍ରାପଡ଼ାରେ ବିଜୁ ଜନତା ଦଳ ଦ୍ୱାରା ପଡ଼ିଥିଲା ୧୯୯୮ ନିର୍ବାଚନରେ। ଏହା ଆଜି ଯାଏ ନିରନ୍ତର ରହି ଆସିଛି। ୬ଥର ଏଠାରୁ ବିଜେଡି ପ୍ରାର୍ଥୀ ଜିତିଛନ୍ତି। ଏଥିରୁ ଦୁଇଥର ସାଂସଦ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ଏଥର ବି ସେ ପ୍ରାର୍ଥୀ, କିନ୍ତୁ ବିଜୁ ଜନତା ଦଳରୁ ନୁହେଁ, ବିଜେପିରୁ। 

ତାଙ୍କ ବିପକ୍ଷରେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅଂଶୁମାନ ମହାନ୍ତି। ଏକ ରାଜନୀତିକ ପରିବାରରୁ ସେ ଆସିଛନ୍ତି। ବାପା ସ୍ୱର୍ଗତ ନଳିନୀ ମହାନ୍ତି ରାଜ୍ୟ ରାଜନୀତିରେ ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ। ରାଜନଗର ବିଧାନସଭା ଆସନରୁ ସେ ସେତଥର ନିର୍ବାଚିତ ହୋଇଛନ୍ତି। ମୂଳରୁ ସେ ଅଣ କଂଗ୍ରେସ ରାଜନେତା ଭାବେ ୧୯୭୭ରେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୪ ମସିହାରେ ବିଜେଡିରୁ ବହିଷ୍କାର ହେଲାରୁ ସେ କଂଗ୍ରେସରେ ଯୋଗ ଦେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ହାରିଥିଲେ। ୨୦୧୪ ମସିହାରେ ତାଙ୍କ ପୁତ୍ର ତଥା ଏବେକାର ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି କଂଗ୍ରେସ ଟିକଟରେ ବିଧାୟକ ହୋଇଥିଲେ। 
ଭୌଗୋଳିକ ଦୃଷ୍ଟିକୋଣରୁ କେନ୍ଦ୍ରାପଡ଼ା ଏକ ନଦୀ ନାଳ ଘେରା ଜିଲ୍ଲା। କୌଣସି ଶିଳ୍ପ, କାରଖାନା ଏଠାରେ ନାହିଁ। ଲୋକେ ଚାଷ, ବ୍ୟବସାୟ ଏବଂ ସରକାରୀ ବା ଘରୋଇ ଚାକିରି ଓ ସେବା କ୍ଷେତ୍ରରେ ମୁଖ୍ୟତଃ ନିୟୋଜିତ। ଏହି ଜିଲ୍ଲାର ଭୋଟରଙ୍କ ଭିତରେ ହିନ୍ଦୁଙ୍କ ସମେତ ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ, ମୁସ୍‍ଲିମ ରହିଛନ୍ତି। ହିନ୍ଦୁଙ୍କ ପରେ ପ୍ରମୁଖ ସମ୍ପ୍ରଦାୟ କହିଲେ ମୁସଲମାନଙ୍କ ନାଁ ଆସେ। ଚାଣକ୍ୟ ରାଜନୀତିକ ସର୍ବେକ୍ଷଣ ସଂସ୍ଥାର ପରିସଂଖ୍ୟାନ ଅନୁସାରେ ସେମାନଙ୍କ ସଂଖ୍ୟା ସମୁଦାୟ ଭୋଟରଙ୍କ ତୁଳନାରେ ୫.୮ ପ୍ରତିଶତ। 

ହିନ୍ଦୁ ସମ୍ପ୍ରଦାୟ ଭିତରେ ଯେଉଁ ଜାତିଗତ ଭୋଟର ରହିଛନ୍ତି ସେଥିରୁ ସବୁଠାରୁ ବଡ଼ ନିର୍ଣ୍ଣାୟକ ଭୋଟର ଜାତି ହେଉଛନ୍ତି ଅନୁସୂଚିତ ଜାତି ବର୍ଗ। ଏମାନଙ୍କ ଭାଗ ମୋଟ ଭୋଟର ସଂଖ୍ୟାର ୨୦.୭୯ ପ୍ରତିଶତ। ଆଦିବାସୀ ୧.୫୪ ପ୍ରତିଶତ। ଅନ୍ୟମାନଙ୍କ ଭିତରେ ବ୍ରାହ୍ମଣ, କରଣ, କ୍ଷତ୍ରିୟ, ଖଣ୍ଡାୟତ ପ୍ରଭୃତି ଅଣ ସଂରକ୍ଷିତ ସମ୍ପ୍ରଦାୟର ଭୋଟର ରହିଛନ୍ତି। 

ଯେଉଁ ୭ଟି ବିଧାନସଭା ମଣ୍ଡଳୀ ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଛି ସେଗୁଡ଼ିକ ହେଉଛି କେନ୍ଦ୍ରାପଡ଼ା, ମହାକାଳପଡ଼ା, ସେଲେପୁର, ମାହାଙ୍ଗା, ପାଟକୁରା, ଆଳି ଏବଂ ରାଜନଗର। ଏ ଭିତରୁ ମହାକାଳପଡ଼ାକୁ ଛାଡ଼ିଦେଲେ ଅନ୍ୟସବୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁସଲମାନ ଭୋଟର ନିର୍ଣ୍ଣାୟକ ହୋଇଥାଆନ୍ତି। କେନ୍ଦ୍ରାପଡ଼ାରେ ମୁସଲମାନ ଭୋଟର ସମୁଦାୟ ଭୋଟରଙ୍କ ୯.୧ ପ୍ରତିଶତ ହୋଇଥିବାବେଳେ ମହାକାଳପଡ଼ାରେ ୦.୯%, ସାଲେପୁରରେ ୧୧.୪%, ମାହାଙ୍ଗାରେ ୮.୨%, ପାଟକୁରାରେ ୪.୪%, ଆଳିରେ ୩.୧% ଏବଂ ରାଜନଗରରେ ୨%। 

ମୁସ୍‍ଲିମ ଭୋଟରଙ୍କୁ ଏହି ଅନୁଶୀଳନରେ ଗୁରୁତ୍ୱ ଦେବାର ଉଦ୍ଦେଶ୍ୟ ହେଉଛି ଏହି ବର୍ଗର ଭୋଟ ସାଧାରଣତଃ ଏକାଠି କୌଣସି ଦଳକୁ ଯାଇଥାଏ। ଏବଂ ସାରା ଦେଶ ପରି ବିଜେପି ଏହି ଭୋଟ ସାଧାରଣତଃ ଅକ୍ତିଆର କରିପାରେ ନାହିଁ। ଅର୍ଥାତ ଲୋକସଭା ପ୍ରାର୍ଥୀ ଭାବେ ବୈଜୟନ୍ତଙ୍କ ଉପରେ ଏହାର ପ୍ରଭାବ ପଡ଼ିବ। 
ଅପରପକ୍ଷେ ପ୍ରାର୍ଥୀତ୍ୱ ଘୋଷଣା ପରେ ଅଂଶୁମାନ ଯାତିକି ସମୟ କେନ୍ଦ୍ରାପଡ଼ାକୁ ଦେଉଛନ୍ତି, ସେତିକି ସମୟ ବୈଜୟନ୍ତ ଦେଇପାରୁନାହାନ୍ତି। ପୁଣି  ବୈଜୟନ୍ତ ଗଲା ୫ ବର୍ଷ ହେଲା କେନ୍ଦ୍ରାପଡ଼ାରେ ସଂଗଠନ କରିବା ଅପେକ୍ଷା ଜାତୀୟସ୍ତରରେ ରାଜନୀତିକ ଗୁରୁତ୍ୱ ବଢ଼ାଇବାକୁ ଅଧିକ ଆଗ୍ରହୀ ରହିଛନ୍ତି। 

ଅପପକ୍ଷେ ଅଂଶୁମାନ ବିଧାନସଭା ପାଇଁ ଇଚ୍ଛା ରଖିଥିଲେ। ଜଣେ ବିଧାୟକ ଭାବେ ସେ ରାଜନଗରରୁ ନିର୍ବାଚିତ ହେବାକୁ ଚାହିଁଥିଲେ। କିନ୍ତୁ ଦଳ ତାଙ୍କୁ ଲୋକସଭା ଟିକଟ ଦେଇଛି। ଏବେ ସେ ଯଦିଓ ମନ ବୁଝାଇ ସାରା ଜିଲ୍ଲାରେ ନିଜର ପ୍ରଚାର କରଛନ୍ତି କନ୍ତୁ ଏ ଲଢ଼େଇ ଘମାଘୋଟ ହେବ ଏହା ନିଃସନ୍ଦେହ। ପରିସଂଖ୍ୟାନ ଯଦି ଦେଖିବା ତେବଳେ କେନ୍ଦ୍ରାପଡ଼ାରେ ବିଜେପି ଗତ ନିର୍ବାଚନରେ ଅନ୍ୟ ନିର୍ବାଚନ ଅପେକ୍ଷା ଅଧିକ ଭଲ ପ୍ରଦର୍ଶନ କରିଛି। ବିଜେଡିର ଭୋଟ୍‍ ଅଂଶ କମିଛି। ୨୦୧୯ ନିର୍ବାଚନରେ ବିଜେଡି ୬ ଲକ୍ଷ ୬୮ ହଜାର ଭୋଟ ପାଥଇଥିବାବେଳେ ବୈଜୟନ୍ତ ୪ ଲକ୍ଷ ୪୭ ଜହାର ଭୋଟ ପାଇଥିଲେ।

ଯେତେବଳେ ୨୦୧୪ ନିର୍ବାଚନରେ ବୈଜୟନ୍ତ ସାଂସଦ  ଭାବେ ନିର୍ବାଚିତ ହୋଇଥିଲେ, ସେତେବଳେ ତାଙ୍କର ନିକଟବର୍ତ୍ତୀ  ପ୍ରତିଦ୍ୱନ୍ଦ୍ୱୀ ଥିଲେ, କଂଗ୍ରେସର ଧରଣୀଧର ନାୟକ। ତାଙ୍କୁ ମାତ୍ର ୩୪.୪ ପ୍ରତିଶତ ଭୋଟ ମିଳିଥିଲା। ବୈଜୟନ୍ତ ୬ ଲକ୍ଷ ୧ ହଜାର ୫୭୪ ଅର୍ଥାତ୍‍ ସମୁଦାୟ ୫୨.୭୨ ପ୍ରତିଶତ ଭୋଟ ପାଇଁ ବିଜୟୀ ଘୋଷିତ ହୋଇଥିଲେ। ଏଣୁ ଏଥର ବିଜେପିର  ଭୋଟ ଅଂଶ ଯେ ନ ବଢ଼ିବ ତାହା କହିବା ମୁସ୍କିଲ। କିନ୍ତୁ ପୂର୍ବାପେକ୍ଷା ପ୍ରାୟ ୧ ଲକ୍ଷ ଅଧିକ ଭୋଟ ହାସଲ କଲେହିଁ ବିଜେପି ବିଜୟ ହାସଲ କରିବ। ନହେଲେ ପୂର୍ବାବସ୍ଥା ବଜାୟ ରହିବ।

Also Read- Guru Nakshatra Gochar: ରାମ ନବମୀରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୃହସ୍ପତି, ୩ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ