Congress President: କିଏ ହେବେ ଧଳୀୟ ମଙ୍ଗୁଆଳ? ଆଶାୟୀ ପ୍ରାର୍ଥୀଙ୍କ ନାଁ କହିଲେ ଦଳୀୟ ନେତା
Advertisement

Congress President: କିଏ ହେବେ ଧଳୀୟ ମଙ୍ଗୁଆଳ? ଆଶାୟୀ ପ୍ରାର୍ଥୀଙ୍କ ନାଁ କହିଲେ ଦଳୀୟ ନେତା

Congress President:  କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସେପ୍ଟମ୍ବର ୨୨ ତାରିଖରେ ବିଜ୍ଞପ୍ତି  ଜାରି କରାଯିବ। ଯେଉଁଠାରେ ନାମାଙ୍କନପତ୍ର ଦାଖଲ ୨୪ ସେପ୍ଟେମ୍ବରରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। 

Congress President: କିଏ ହେବେ ଧଳୀୟ ମଙ୍ଗୁଆଳ? ଆଶାୟୀ ପ୍ରାର୍ଥୀଙ୍କ ନାଁ କହିଲେ ଦଳୀୟ ନେତା

Congress President: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ରବିବାର ଦିନ ଦଳର ସଭାପତି ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛି। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅକ୍ଟୋବର ୧୭ ତାରିଖରେ ଅନୁଷ୍ଠିତ ହେବ ଏବଂ ଭୋଟ ଗଣନା ସହିତ ଫଳାଫଳ ବାହାରିବାର ୨ ଦିନ ପରେ ଅର୍ଥାତ ଅକ୍ଟୋବର ୧୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯିବ। କଂଗ୍ରେସ କାର୍ଯ୍ୟକାରୀ କମିଟି ଅନଲାଇନ ବୈଠକରେ ଦଳୀୟ ଅଧ୍ୟକ୍ଷ ନିର୍ବାଚନ ସମ୍ପର୍କିତ କାର୍ଯ୍ୟସୂଚୀ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ଦଳରୁ ଇସ୍ତଫା ଏବଂ ତାଙ୍କ ଦ୍ୱାରା ଲେଖାଯାଇଥିବା ଏକ ପତ୍ର ସାମ୍ନାକୁ ଆସିବା ପରେ ଦଳ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ପରେ ବର୍ତ୍ତମାନ ଦଳର ନେତା ଦଳୀୟ ଅଧ୍ୟକ୍ଷ ପଦ ପାଇଁ ସେମାନଙ୍କ ପସନ୍ଦିତ ପ୍ରାର୍ଥୀଙ୍କ ନାଁ କହିଛନ୍ତି।

କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ପରେ ଦଳର ବରିଷ୍ଠ ନେତା ହରିଶ ରାୱତ (Congress Leader Harish Rawat) କହିଛନ୍ତି ଯେ ରାହୁଲ ଗାନ୍ଧୀ (Rahul Gandhi) ଖୁବ୍ ଶୀଘ୍ର ପରବର୍ତ୍ତୀ କଂଗ୍ରେସ ସଭାପତି (Congress President) ହେବେ। ଆମେ ସମସ୍ତେ ଦଳୀୟ କର୍ମକର୍ତ୍ତା ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାକୁ ଅନୁରୋଧ କରୁଛୁ। ରବିବାର ଆୟୋଜିତ ହୋଇଥିବା ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିଥିଲେ। ସେ ବର୍ତ୍ତମାନ ସ୍ୱାସ୍ଥ୍ୟଗତ କାରଣ ପାଇଁ ବିଦେଶ ଗସ୍ତରେ ଅଛନ୍ତି। ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କ ସହ ବିଦେଶରେ ଅଛନ୍ତି।

ଅନ୍ୟପଟେ ଦଳର ଅନ୍ୟତମ ବରିଷ୍ଠ ନେତା ସଲମାନ ଖୁର୍ସିଦ (Congress Leader Salman Khurshid) କହିଛନ୍ତି ଯେ ଦଳର ସଭାପତି ପଦ ପାଇଁ ରାହୁଲ ଗାନ୍ଧୀ ହେଉଛନ୍ତି ତାଙ୍କର ପ୍ରଥମ ଏବଂ ଏକମାତ୍ର ପସନ୍ଦ। କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ପରେ ସେ ଏହା କହିଛନ୍ତି। କଂଗ୍ରେସ ନେତା ସଲମାନ ଖୁର୍ସିଦ ଏହା ମଧ୍ୟ କହିଛନ୍ତି ଯେ ବିଦେଶରୁ ଆସିବା ପରେ ରାହୁଲ ଗାନ୍ଧୀଙ୍କୁ ଦଳୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ତାଙ୍କୁ ମନାଇବା ପାଇଁ ଉଦ୍ୟମ କରାଯିବ। ରାହୁଲ ଗାନ୍ଧୀ ଦଳର ନେତାଙ୍କ ପସନ୍ଦ ବୋଲି ପଚରା ଯିବାରୁ ସଲମାନ ଖୁର୍ସିଦ କହିଛନ୍ତି ଯେ ଖୋଲାଖୋଲି ଭାବେ କହିଲେ କଂଗ୍ରେସ ଅଧ୍ୟକ୍ଷ ପ୍ରସଙ୍ଗରେ ମୁଁ ଦଳରେ ଯାହା ସହିତ କଥାବାର୍ତ୍ତା କରିଛି କିମ୍ବା  ମତାମତ ଲୋଡିଛି ସେଥିରୁ ମୁଁ ଅନୁଭବ କରିଛି ରାହୁଲ ଗାନ୍ଧୀ ହେଉଛନ୍ତି ପ୍ରଥମ ଏବଂ ଏକମାତ୍ର ପସନ୍ଦ। 

Also Read: Congress Presidents: ଯେବେ ଅଣ ଗାନ୍ଧୀ ପରିବାରର ନେତା ସମ୍ଭାଳିଥିଲେ ଦଳର ମଙ୍ଗୁଆଳ ପଦ

କଂଗ୍ରେସ କାର୍ଯ୍ୟକାରୀ କମିଟି ର ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ସଲମାନ ଖୁର୍ସିଦ୍ କହିଛନ୍ତି ଯେ ସେଠାରେ ଅଧିକ ଆଲୋଚନା ହୋଇନାହିଁ। ସେ ଆମର ଅନୁରୋଧ ଗ୍ରହଣ କରିବେ ନା ନାହିଁ ତାହା ସେ ନେଇ ଆମକୁ କୌଣସି ଖବର  ମିଳିନାହିଁ। ଅଗଷ୍ଟ ୨୮ ତାରିଖରେ ରବିବାର ଏହି ପ୍ରସଙ୍ଗରେ ଆଲୋଚନା କରିବା ସମ୍ଭବ ନୁହେଁ। କାରଣ ରବିବାର ଆୟୋଜିତ ହୋଇଥିବା ବୈଠକ କେବଳ ଦଳୀୟ କାର୍ଯ୍ୟକ୍ରମ ବାବଦରେ ରହିଥିଲା। ଯେତେବେଳେ ରାହୁଲ ଗାନ୍ଧୀ ବିଦେଶ ଗସ୍ତରୁ ଫେରିବେ ଆମେ ସେତେବେଳେ ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପାଇଁ ମନାଇବୁ। ଗତ ଶନିବାର ବରିଷ୍ଠ କଂଗ୍ରେସ ନେତା ତଥ ରାଜ୍ୟସଭାରେ ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ (Congress Leader Mallikarjun Kharge) କହିଥିଲେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଯିବ।  କାରଣ ଦଳରେ ଏପରି ନେତା ଯାହାର ତାଙ୍କ ବ୍ୟତୀତ ସାରା ଭାରତରେ ଆବେଦନ ରହିଛି। ଦଳର ସମସ୍ତ ନେତା ତଥା କର୍ମୀ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦରେ ଦେଖିବାକୁ ଚାହୁଁଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ (Congress President Election) ପାଇଁ ସେପ୍ଟମ୍ବର ୨୨ ତାରିଖରେ ବିଜ୍ଞପ୍ତି  ଜାରି କରାଯିବ। ଯେଉଁଠାରେ ନାମାଙ୍କନପତ୍ର ଦାଖଲ ୨୪ ସେପ୍ଟେମ୍ବରରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାର ୨ ଦିନ ପରେ ଅର୍ଥାତ ଅକ୍ଟୋବର ୧୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ହୋଇଥିବା ନିର୍ବାଚନର ଫଳାଫଳ ଘୋଷଣା କରାଯିବ ବୋଲି କହିଛନ୍ତି ଦଳ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ସଭାପତି ମଧୁସୂଦନ ମିସ୍ତ୍ରୀ (Congress Leader Madhusudan Mistry)।