Advertisement
Photo Details/zeeodisha/odisha2588966
photoDetails0hindi

Famous Cricketer Divorce: ବିବାହ ବିଚ୍ଛେଦ ପରେ ପତ୍ନୀଙ୍କ ଭରଣପୋଷଣ ପାଇଁ କିଏ ଦେଇଛି କେତେ ଟଙ୍କା?

Famous Cricketer Divorce: ସମ୍ପର୍କର ଜଟିଳ ଦୁନିଆରେ ଆଜିର ଯୁଗରେ ବିବାହ ଜଟିଳ ଓ ସ୍ୱଳ୍ପକାଳୀନ ହୋଇଗଲାଣି। ଲୋକମାନେ ବିବାହ କରିବା ମାତ୍ରେ ବହୁତ କମ ଦିନ ମଧ୍ୟରେ ଶୀଘ୍ର ଅଲଗା ହୋଇଯାଆନ୍ତି । ତେବେ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ଏବେ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ଗତକାଲି ଠାରୁ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କିଛିଦିନର ଚର୍ଚ୍ଚାକୁ ଯଦି ନଜରକୁ ଆଣିବା ତେବେ କୁହାଯାଉଛି ଯେ, ଦୁହେଁ ଖୁବ୍ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ହେଲେ ଏନେଇ ଏହି ଯୋଡ଼ି କୌଣସି ପ୍ରକାରର ସ୍ପଷ୍ଟ ପ୍ରତିକ୍ରିୟା ଦେଇନାହାଁନ୍ତି।

 

1/5

ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ନେଇ ଛାଡ଼ପତ୍ର ଖବର ଏବେ ଚର୍ଚ୍ଚାରେ। ତେବେ ଧନଶ୍ରୀ ଓ ଚହଲଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ଭଲ ନଥିଲା ବୋଲି କୁହାଯାଉଛି। ଚହଲ ଧନଶ୍ରୀଙ୍କ ସହ ସମସ୍ତ ଫଟୋ ଇନଷ୍ଟାଗ୍ରାମରୁ ହଟାଇ ଦେଇଛନ୍ତି । କିନ୍ତୁ ଯଦି ଦୁହିଁଙ୍କ ଛାଡ଼ପତ୍ର ହୋଇଯାଏ ତେବେ ସମ୍ପତ୍ତିକୁ କିପରି ବଣ୍ଟନ କରାଯିବ ଏବଂ ତାହା ହେବ କି ନାହିଁ, ଏଥିରେ କ'ଣ ରହିଛି ନିୟମ । ଉଭୟ ଚହଲ ଓ ଧନଶ୍ରୀଙ୍କ ଯଦି ଛାଡ଼ପତ୍ର କଥା ଉଠେ ତେବେ ଧନଶ୍ରୀ ଚହଲଙ୍କ ସମ୍ପତ୍ତିରେ ଭାଗ ଚାହୁଁଛନ୍ତି କି ନାହିଁ ତାହା ଧନଶ୍ରୀଙ୍କ ଉପରେ ନିର୍ଭର କରିବ। 

Also Read: Money Lines on Palm: ହାତରେ ଅଛି କି ଏମିତି ରେଖା, ତା ହେଲେ ଜାଣନ୍ତୁ ଆପଣ କେତେ ଧନବାନ

Also Read: Weekly Financial Horoscope: ଆର୍ଥିକ ଦୃଷ୍ଟିରୁ କେମିତି କଟିବ ପ୍ରଥମ ମାସର ଦ୍ୱିତୀୟ ସପ୍ତାହ, ଜାଣନ୍ତୁ ରାଶିଫଳ

2/5

ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା  ଗତବର୍ଷ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ବିବାହର ୪ ବର୍ଷ ପରେ ପାରସ୍ପରିକ ଛାଡ଼ପତ୍ର ଘୋଷଣା କରି ସେମାନଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କୁ ଚକିତ କରିଦେଇଥିଲେ। ପାରସ୍ପରିକ ସମ୍ମାନ ଓ ସାଥୀକୁ ଏକାଠି ଉପଭୋଗ କରିବା ଏବଂ ଆମେ ଏକ ପରିବାର ଗଢ଼ିବା ଆମ ପାଇଁ ଏକ କଠିନ ନିଷ୍ପତ୍ତି ଥିଲା ବୋଲି ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଥିଲେ। ଯଦି ଭରଣ ପୋଷଣ କଥା ପଡେ ତେବେ ଗତବର୍ଷ ପ୍ରକାଶ ପାଇଥିବା ବିଜନେସ୍ ଟୁଡେ ରିପୋର୍ଟ ଅନୁଯାୟୀ ଛାଡ଼ପତ୍ର କ୍ଷେତ୍ରରେ ଯଦି ପତ୍ନୀ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଆନ୍ତି କିମ୍ବା ସ୍ୱାମୀଙ୍କ ଦ୍ୱାରା ପରିତ୍ୟକ୍ତ ହୋଇଯାଆନ୍ତି, ତେବେ ସେ ତାଙ୍କ ନାମରେ ୫୦ ପ୍ରତିଶତ ଅଂଶ ବ୍ୟତୀତ ସ୍ୱାମୀଙ୍କ ସମ୍ପତ୍ତିରେ ନିଜର ଅଂଶ ଦାବି କରିପାରିବେ। ଅପରପକ୍ଷରେ ଯଦି ଉଭୟ ସ୍ବାମୀ-ସ୍ତ୍ରୀ ଏକାଠି ସମ୍ପତ୍ତି ପ୍ରଦାନ କରିଛନ୍ତି ଏବଂ ଏହା ଉପରେ ସେମାନଙ୍କର ମାଲିକାନା ରହିଛି, ତେବେ ପତ୍ନୀ ତାଙ୍କ ୫୦% ଅଂଶ ବ୍ୟତୀତ ସ୍ୱାମୀଙ୍କ ଭାଗରୁ ତାଙ୍କ ଅଂଶ ଦାବି କରିପାରିବେ। ତେବେ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ କି ସତରେ ନତାଶାଙ୍କୁ ଭରଣ ପୋଷଣ ପାଇଁ ହାର୍ଦ୍ଦିକ ବିଚ୍ଛେଦ ଭରଣ ପୋଷଣ ଦେଇଛନ୍ତି ନା ନାହିଁ। 

 

3/5

ଶିଖର ଧୱନ ଓ ଆୟେଶା ମୂଖାର୍ଜୀ ଭାରତୀୟ ପୂର୍ବତନ କ୍ରିକେଟର ଶିଖର ଧୱନଙ୍କୁ ୨୦୨୩ରେ ଦିଲ୍ଲୀ ହାଇକୋର୍ଟ ମାନସିକ ନିର୍ଯାତନା ଅଭିଯୋଗରେ ତାଙ୍କ ପୂର୍ବତନ ପତ୍ନୀ ଆୟେଶା ମୂଖାର୍ଜୀଙ୍କ ଠାରୁ ଛାଡ଼ପତ୍ର ପ୍ରଦାନ କରିଥିଲେ। ଶିଖର ଏବଂ ଆୟେଶା ବିବାହକୁ ୧୦ ବର୍ଷରୁ ଅଧିକ ସମୟ ବିତିଯାଇଥିଲା ଏବଂ ସେମାନଙ୍କର ଜୋରାଭର ନାମକ ଏକ ପୁତ୍ର ସନ୍ତାନ ଅଛି । ଉଭୟ ଆୟେଶା ଓ ଜୋରାଭର ଅଷ୍ଟ୍ରେଲୀୟ ନାଗରିକ; ଆୟଶାଙ୍କର ପୂର୍ବ ବିବାହରୁ ଦୁଇଟି ଝିଅ ମଧ୍ୟ ଅଛନ୍ତି। ତେବେ ୨୦୨୩ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଶିଖରଙ୍କ ଛାଡ଼ପତ୍ର ପରେ ଓକିଲ ଦୀପିକା ଭରଦ୍ୱାଜ ଟ୍ୱିଟ୍ କରି କହିଥିଲେ ଯେ ଭାରତୀୟ କ୍ରିକେଟର ବିବାହର ୮ ବର୍ଷ ମଧ୍ୟରେ ଆୟଶାଙ୍କୁ ୧୩ କୋଟି ଟଙ୍କା ପଠାଇଥିଲେ । ୨୦୧୨ରେ ଆୟେଶା ଓ ଶିଖର ବିବାହ କରିଥିଲେ।

4/5

ଦିନେଶ କାର୍ତ୍ତିକ ଓ ନିକିତା ଟିମ୍ ଇଣ୍ଡିଆର ୱିକେଟ୍ କିପର ଦିନେଶ କାର୍ତ୍ତିକ ପୂର୍ବରୁ ନିକିତା ବଞ୍ଜାରାଙ୍କୁ ବିବାହ କରିଥିଲେ। ସେମାନେ ୨୦୦୭ରେ ବିବାହ କରିଥିଲେ କିନ୍ତୁ ୨୦୧୨ରେ ଛାଡ଼ପତ୍ର ନେଇଥିଲେ। ପରେ ନିକିତା ଦିନେଶ କାର୍ତ୍ତିକଙ୍କ ସାଥୀ ମୁରଲୀ ବିଜୟଙ୍କୁ ବିବାହ କରିଥିଲେ। ଏହି ସମୟରେ ଦିନେଶ କାର୍ତ୍ତିକ ମଧ୍ୟ ଆଗକୁ ବଢ଼ିଥିଲେ ଏବଂ ୨୦୧୫ରେ ସେ ଭାରତୀୟ ସ୍କ୍ୱାସ୍ ଖେଳାଳି ଦୀପିକା ପଲ୍ଲିକଲଙ୍କୁ ବିବାହ କରିଥିଲେ। ଦିନେଶ ଓ ଦୀପିକା ଏବେ କବିର ଓ ଜିଆନ ନାମକ ଦୁଇ ପୁଅଙ୍କୁ ନେଇ ଖୁସି ଅଛନ୍ତି। ହେଲେ ଭରଣ ପୋଷଣ ବାବଦକୁ ନିକିତାଙ୍କୁ କେତେ ସମ୍ପତ୍ତି ପ୍ରଦାନ କରିଛନ୍ତି ଦିନେଶ ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ। 

 

5/5

ମହମ୍ମଦ ସାମି ଓ ହସିନ ଜାହାନ୍ ଏପର୍ଯ୍ୟନ୍ତ ଛାଡ଼ପତ୍ର ହୋଇନଥିବା ବେଳେ ମହମ୍ମଦ ସାମି ଓ ତାଙ୍କ ପତ୍ନୀ ହସିନ ଜାହାଁ ଅଲଗା ହୋଇଯାଇଛନ୍ତି। ୨୦୧୮ରେ ହସିନ ଜାହାଁ ଘରୋଇ ହିଂସା ଓ ବ୍ୟଭିଚାର ଅଭିଯୋଗ ଆଣିବା ପରେ ସାମି ଓ ତାଙ୍କ ପତ୍ନୀ ଅଲଗା ହୋଇଯାଇଥିଲେ। ସେମାନଙ୍କର ଗୋଟିଏ ଝିଅ ମଧ୍ୟ ଅଛି।