Kaalchakra 2025: ଶନି, ବୃହସ୍ପତି, ରାହୁ ଏବଂ କେତୁଙ୍କ ଚଳନ ଚଳିତ ବର୍ଷ ହେବାକୁ ଯାଉଛି । ଜ୍ୟୋତିଷଙ୍କ ନିକଟରୁ ଆସନ୍ତୁ ଜାଣିବା ଏହି ୪ ଟି ବଡ ଗ୍ରହର ରାଶି ପରିବର୍ତ୍ତନ କେଉଁ ରାଶିକୁ ପ୍ରଭାବିତ କରିବ ।
ମେଷ ରାଶି
ମାର୍ଚ୍ଚ ୨୯ ରୁ ଶନିଙ୍କ ସାଡେ ସତୀ ଆପଣଙ୍କ ରାଶିରେ ଆରମ୍ଭ ହେବ । ଏହି ଅବଧିରେ ଶନି ମନ୍ଦିରରେ ସୋରିଷ ତେଲର ଏକ ଦୀପ ଜାଳନ୍ତୁ । ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ । ବୃହସ୍ପତିଙ୍କ ଚଳନ ସମୟରେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। ରାହୁଙ୍କ ଚଳନ ସମୟରେ ଭଗବାନ କୃଷ୍ଣଙ୍କୁ ପୂଜା କରିବା ଉଚିତ । କେତୁଙ୍କ ଚଳନ ସମୟରେ ଗଣେଶଙ୍କ ଶ୍ଲୋକ ପାଠ କରନ୍ତୁ ।
ବୃଷ ରାଶି
ଶନିଙ୍କ ରାଶି ପରିବର୍ତ୍ତନ ସମୟରେ ଗାଈ, କୁକୁର ଏବଂ କାଉମାନଙ୍କୁ ରୁଟି ଖାଇବାକୁ ଦିଅନ୍ତୁ । ଘର ସାମ୍ନା ରାସ୍ତା କଡରେ ଏକ ଅଶ୍ୱସ୍ଥ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ । ବୃହସ୍ପତିଙ୍କ ଚଳନ ସମୟରେ କଦଳୀ ଗଛକୁ ପୂଜା କରନ୍ତୁ । ରାହୁଙ୍କ ଚଳନ ସମୟରେ ପରିମଳ କର୍ମଚାରୀଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ । ମାଆ ଦୁର୍ଗାଙ୍କ ଚାଲିସା ନିୟମିତ ପଢନ୍ତୁ । କେତୁଙ୍କ ଚଳନ ସମୟରେ ଚାଉଳ ମନ୍ଦିରକୁ ଦାନ କରନ୍ତୁ ।
ମିଥୁନ ରାଶି
ଶନିଙ୍କ ଚଳନ ସମୟରେ ପକ୍ଷୀମାନଙ୍କୁ ଖାଦ୍ୟ ଏବଂ ଜଳ ଦିଅନ୍ତୁ । କଳା ଖାଦ୍ୟଶସ୍ୟ ଏବଂ କଳା ତେଲ ଦାନ କରନ୍ତୁ । ବୃହସ୍ପତିଙ୍କ ଚଳନ ସମୟରେ ହଳଦୀକୁ ପାଣିରେ ମିଶାଇ ସ୍ନାନ କରନ୍ତୁ । ରାହୁଙ୍କ ଚଳନ ସମୟରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । କାର୍ଯ୍ୟକୁ ସଠିକ ଢଙ୍ଗରେ କରନ୍ତୁ । କେତୁଙ୍କ ଚଳନ ସମୟରେ ୧୨ ଜ୍ୟୋତିର୍ଲିଙ୍ଗଙ୍କ ନାମ ଉଚ୍ଚାରଣ କରନ୍ତୁ । ଏହା ବ୍ୟତୀତ ନିମ୍ୱ ଗଛ ଲଗାଇଲେ ମଧ୍ୟ ଶୁଭଫଳ ମିଳିବ ।
କର୍କଟ ରାଶି
୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଶନିଙ୍କ ପ୍ରଭାବ ଆପଣଙ୍କ ରାଶିରେ ରହିବ । ଶନିଙ୍କ ଚଳନ ସମୟରେ ଶନିଦେବଙ୍କୁ ଉପାସନା କରନ୍ତୁ । ଶନି ମନ୍ଦିରରେ ଦାନ କରନ୍ତୁ । ବୃହସ୍ପତିଙ୍କ ଚଳନ ସମୟରେ, ଅଭାବୀ ଲୋକଙ୍କୁ ହଳଦିଆ ଖାଦ୍ୟ ଶସ୍ୟ ଏବଂ ହଳଦିଆ ଫଳ ଦାନ କରନ୍ତୁ । ଗୁରୁବାର ଦିନ ଗୋମାତାଙ୍କୁ ମଇଦା ଲଡୁ ଖାଇବାକୁ ଦିଅନ୍ତୁ । ବୃହସ୍ପତ୍ତିଙ୍କ ସ୍ତ୍ରୋତ୍ର ଜପ କରନ୍ତୁ । ରାହୁଙ୍କ ଚଳନ ସମୟରେ ହନୁମାନ ଚାଲିସା ପଠ କରନ୍ତୁ । କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । କେତୁଙ୍କ ଚଳନ ସମୟରେ ଶିବ ମନ୍ଦିରରେ ପୂଜା କରନ୍ତୁ ।
ସିଂହ ରାଶି
୨୯ ମାର୍ଚ୍ଚ ପରଠୁ ଆପଣଙ୍କ ଉପରେ ଶନିଙ୍କ ପ୍ରଭାବ ଆରମ୍ଭ ହେବ । ଏହି ଚଳନ ସମୟରେ ଲୋକଙ୍କୁ ଖାଦ୍ୟ ଦାନ କରନ୍ତୁ । ବୃହସ୍ପତିଙ୍କ ଚଳନ ସମୟରେ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ । ରାହୁଙ୍କ ଚଳନ ସମୟରେ ଭଗବାନ ଶିବଙ୍କୁ ପୂଜା କରନ୍ତୁ। କେତୁଙ୍କ ପାଇଁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़