Saptahik Swasthya Rashifal: ଜାନୁଆରୀ ୬ରୁ ୧୨ ତାରିଖ ମଧ୍ୟରେ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ସମୟ କିପରି ବିତିବ ପଢନ୍ତୁ ରାଶିଫଳରେ
ମେଷ ରାଶି
ଆପଣ ନିଜ ଖାଦ୍ୟପେୟ ଏବଂ ଫିଟନେସ୍ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । ଶୀତ ବୃଦ୍ଧି ପାଉଛି ତେଣୁ ଜଗିରଖି ଚଳନ୍ତୁ ନଚେତ୍ ଥଣ୍ଡା ଏବଂ କାଶ ଭଳି ସମସ୍ୟାର ଶିକାର ହୋଇପାରନ୍ତି । ଥଣ୍ଡା ଏବଂ କାଶରୁ ରକ୍ଷା ପାଇବା ପାଇଁ ଆପଣ ଯତ୍ନବାନ ହେବା ଆବଶ୍ୟକ । ଏପରି ଜିନିଷ ଖାଆନ୍ତୁ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ।
ବୃଷ ରାଶି
ଏହି ସପ୍ତାହରେ ଆପଣ ଶାରୀରିକ କାର୍ଯ୍ୟକଳାପ ଆରମ୍ଭ କରିବା ଆବଶ୍ୟକ । ବିଶେଷ କରି ପହଁରିବା, ଚାଲିବା, ଦୌଡିବା ପରି ଶାରୀରିକ କାର୍ଯ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣ ଶାରୀରିକ ଶକ୍ତି ପାଇବା ସହ ସକାରାତ୍ମକତା ଅନୁଭବ କରିବେ । ନିଜ ମଧ୍ୟରୁ ଚାପ କମାଇବା ଉଚିତ୍ ।
ମିଥୁନ ରାଶି
ଆପଣ ଥଣ୍ଡା, କାଶ ଏବଂ ହଜମ ଜନିତ ସମସ୍ୟା ପ୍ରତି ସତର୍କ ରହିବା ଉଚିତ୍ । ଆପଣ ଜୈବିକ ଏବଂ ପ୍ରୋଟିନ୍ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ଏଥିସହ ଯୋଗ ଏବଂ ଧ୍ୟାନ କରନ୍ତୁ ଯାହାଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ଅଧିକ ଭଜା ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ । ନିଜକୁ ହାଇଡ୍ରେଟ୍ ରଖିବାକୁ ପଡିବ ।
କର୍କଟ ରାଶି
ଏହି ସପ୍ତାହରେ ନିଜ ଦୈନନ୍ଦିନ କାର୍ଯ୍ୟରୁ କିଛି ସମୟ ବିରତି ନେବା ଆବଶ୍ୟକ । ମାନସିକ ଶାନ୍ତି ପାଇଁ ଧ୍ୟାନ ଅଭ୍ୟାସ କରିବା ଜରୁରୀ । ଯଦି ଆପଣଙ୍କର କୌଣସି କ୍ରନିକ୍ ଜନିତ ସ୍ୱାସ୍ଥ୍ୟ ସମସ୍ୟା ରହିଛି ତେବେ ଏହାର ଚିକିତ୍ସା ପାଇଁ ଏହି ସପ୍ତାହଟି ଭଲ । ରୋଗକୁ ଅଣଦେଖା କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଉପଯୁକ୍ତ ମାତ୍ରାରେ ପାଣି ପିଇବା ଅଭ୍ୟାସ କରନ୍ତୁ ।
ସିଂହ ରାଶି
ନୂଆ ଫିଟନେସ୍ ରୁଟିନ୍ ଆରମ୍ଭ କରିବା ପାଇଁ ସପ୍ତାହଟି ଭଲ । ଶାରୀରିକ ଶକ୍ତିକୁ ବଢାଇବା ପାଇଁ ଆପଣ ବିଶେଷଜ୍ଞ ପରାମର୍ଶ ନେଇପାରିବେ । ଯଦି ଆପଣଙ୍କର ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି ତେବେ ଭଲ ଖାଦ୍ୟକୁ ନିଜ ଖାଦ୍ୟ ତାଲିକାରେ ଅଂଶ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟାରୁ ଆରାମ ମିଳିବ ।
କନ୍ୟା ରାଶି
ଏହି ସପ୍ତାହରେ ଆପଣ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ । ଆଣ୍ଠୁ ଏବଂ ଗୋଡରେ ଯେପରି ଆଘାତ ନହେବ ସେଥିପ୍ରତି ଯତ୍ନବାନ ହୁଅନ୍ତୁ । କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ତୁଳା ରାଶି
ନୂଆ ସପ୍ତାହରେ ନିଜ ଦୈନନ୍ଦିନ କାର୍ଯ୍ୟକୁ ଶୃଙ୍ଖଳିତ ରଖିବାକୁ ହେବ । ଯଦି ଆପଣଙ୍କ ଫିଟନେସରେ ଉନ୍ନତି ହେଉନାହିଁ ତେବେ ଆପଣଙ୍କର ଶୋଇବା ଶୈଳୀକୁ ପରିବର୍ତ୍ତନ କରନ୍ତୁ । ସୁସ୍ଥ ରହିବାକୁ ଅତି କମରେ ଦିନରୁ ୬ରୁ ୮ ଘଣ୍ଟା ଶୋଇବାର ଆବଶ୍ୟକତା ଅଛି । ବିଶେଷଜ୍ଞଙ୍କ ନିକଟରୁ ପରାମର୍ଶ ନେଇ ଦୈନନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ କରନ୍ତୁ ।
ବିଛା ରାଶି
ନୂଆ ସପ୍ତାହରେ ଆପଣ ମାନସିକ ଏବଂ ଶାରୀରିକ ସକ୍ରିୟ ରହିବାକୁ ଚେଷ୍ଟା କରନ୍ତୁ । ଧ୍ୟାନ ଏବଂ ପ୍ରାଣାୟାମ ଆପଣଙ୍କୁ କାର୍ଯ୍ୟ ଏବଂ ପାରିବାରିକ ଚାପରୁ ମୁକ୍ତି ଦେଇପାରେ । ସପ୍ତାହଟିରେ ପ୍ରଥମେ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ୍ ।
ଧନୁ ରାଶି
ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ । ନିୟମିତ ବ୍ୟାୟାମ ଏବଂ ଧ୍ୟାନ କରନ୍ତୁ ତେବେ ଯାଇ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ପେଟ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କୁ ସମସ୍ୟାରେ ପକାଇପାରେ । ଖାଦ୍ୟର ଗୁଣ ପ୍ରତି ଧ୍ୟାନ ଦିଅନ୍ତୁ ।
ମକର ରାଶି
ଏହି ସପ୍ତାହରେ ସୁସ୍ଥ ଜୀବନଶୈଳୀ ଆପଣାବା ଉଚିତ । ଚାପରୁ ଦୂରେଇ ରହିବା ଆବଶ୍ୟକ । ପ୍ରତିଦିନ ଧ୍ୟାନ ଏବଂ ଯୋଗକୁ ଅଭ୍ୟାସ କରନ୍ତୁ । ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟପେୟ ଗ୍ରହଣ କରନ୍ତୁ ।
କୁମ୍ଭ ରାଶି
ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ସପ୍ତାହଟି ସକରାତ୍ମକ ଫଳାଫଳ ପ୍ରଦାନ କରିବ । ଅସାବଧାନତା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇପାରେ । ଧ୍ୟାନ ମାଧ୍ୟମରେ ଆପଣ ମାନସିକ ଶାନ୍ତି ପାଇବେ । ସ୍ୱାସ୍ଥ୍ୟକୁ ନେଇ ଆପଣ ସଚେତନ ହେବେ ।
ମୀନ ରାଶି
ଆଧ୍ୟାତ୍ମିକତା ଉପରେ ଧ୍ୟାନ ଦେଇପାରନ୍ତି । ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ମଜବୁତ ରହିବ । ଆତ୍ମବିଶ୍ୱାସକୁ ବଢିବାକୁ ଲାଗିବ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷଙ୍କ ମତକୁ ଆଧାର କରି ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़