Odisha Election 2024: ପୂର୍ବଠୁ ସମ୍ପୂର୍ଣ୍ଣ ଅଲଗା ହେବ ଏଥରର ବିଜେପି-ବିଜେଡି ମେଣ୍ଟ
Advertisement
Article Detail0/zeeodisha/odisha2152342

Odisha Election 2024: ପୂର୍ବଠୁ ସମ୍ପୂର୍ଣ୍ଣ ଅଲଗା ହେବ ଏଥରର ବିଜେପି-ବିଜେଡି ମେଣ୍ଟ

Odisha Election 2024 (ଭୁବନେଶ୍ୱର) : ଚାରିଆଡ଼େ ବିଜେପି- ବିଜେପି ଭିତରେ ମେଣ୍ଟ ପାଇଁ ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚାର ଉଦ୍ଦେଶ୍ୟ ସ୍ପଷ୍ଟ। ଗୋଟିଏ ପକ୍ଷ ପାଇଁ ଏଥିରେ ରହିଛି କ୍ଷମତାର ନିଶା ଆଉ ଅନ୍ୟ ପକ୍ଷ ପାଇଁ ରହିଛି ରେକର୍ଡ ସୃଷ୍ଟି।  ଯଦିଓ ବିଜେପି ରାଜ୍ୟ ନେତୃତ୍ୱ ଏହି ଚର୍ଚ୍ଚାକୁ ଗୁଜବ ଆଖ୍ୟା ଦେଇ ନୀରବ ରହୁଛି କିନ୍ତୁ ଏହା ଝଡ଼ ପୂର୍ବର ନୀରବତା ବି ହୋଇପାରେ! ଏହିକ୍ରମରେ ଓଡ଼ିଶାର ଗାଁ ଗହଳରେ କିନ୍ତୁ ଚହଳ ଯେ ଯେଉଁମାନେ ୧୫ ବର୍ଷ ହେଲା ଭଗାରୀ ଥିଲେ ସେମାନେ ଭାଇ ହେବେ କେମିତି?  

Odisha Election 2024: ପୂର୍ବଠୁ ସମ୍ପୂର୍ଣ୍ଣ ଅଲଗା ହେବ ଏଥରର ବିଜେପି-ବିଜେଡି ମେଣ୍ଟ

Odisha Election 2024 (ଭୁବନେଶ୍ୱର) : ଚାରିଆଡ଼େ ବିଜେପି- ବିଜେପି ଭିତରେ ମେଣ୍ଟ ପାଇଁ ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚାର ଉଦ୍ଦେଶ୍ୟ ସ୍ପଷ୍ଟ। ଗୋଟିଏ ପକ୍ଷ ପାଇଁ ଏଥିରେ ରହିଛି କ୍ଷମତାର ନିଶା ଆଉ ଅନ୍ୟ ପକ୍ଷ ପାଇଁ ରହିଛି ରେକର୍ଡ ସୃଷ୍ଟି।  ଯଦିଓ ବିଜେପି ରାଜ୍ୟ ନେତୃତ୍ୱ ଏହି ଚର୍ଚ୍ଚାକୁ ଗୁଜବ ଆଖ୍ୟା ଦେଇ ନୀରବ ରହୁଛି କିନ୍ତୁ ଏହା ଝଡ଼ ପୂର୍ବର ନୀରବତା ବି ହୋଇପାରେ! ଏହିକ୍ରମରେ ଓଡ଼ିଶାର ଗାଁ ଗହଳରେ କିନ୍ତୁ ଚହଳ ଯେ ଯେଉଁମାନେ ୧୫ ବର୍ଷ ହେଲା ଭଗାରୀ ଥିଲେ ସେମାନେ ଭାଇ ହେବେ କେମିତି?  ପୁଣି  ପୂର୍ବରୁ ଯାହା ଭାଇ ଭାଗରେ ଥିଲା ତାହାକୁ ଅଧିଗ୍ରହଣ କରି କ୍ଷମତା ଉପଭୋଗ କରୁଥିବା ଭାଇ କେମିତି ଅନ୍ୟ ଭାଇକୁ ତାହା ହସ୍ତାନ୍ତର କରିବ? ଏମିତି ଅନେକ ପ୍ରଶ୍ନ, ଆଶଙ୍କା ଭିତରେ ସବୁ ନିର୍ବାଚନ ମଣ୍ଡଳୀରେ କର୍ମୀ କସରତ ଧିମା ହୋଇଛି। ଅନେକ ସମୀକରଣ ଭିତରେ ଚର୍ଚ୍ଚା ହେଉଛି ମେଣ୍ଟ ହେଲେ କ’ଣ ହେବ? ସରକାର ତ ହେବ କିନ୍ତୁ ଆଗକୁ...

୧୫ ବର୍ଷ ପରେ ପୁଣି ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ଭିତରେ ମେଣ୍ଟ ଯେ ତୃତୀୟ ପକ୍ଷ କଂଗ୍ରେସକୁ ସହାୟକ ହେବ ସେ ଆଶଙ୍କା ବା ଆଶା ଏ ଚର୍ଚ୍ଚାରେ ନାହିଁ। କାରଣ କଂଗ୍ରେସ ଏଯାଏ ନିଜକୁ ଦାବିଦାର ଭାବେ ଆଗକୁ ଆଣିବାରେ ବିଫଳ ହୋଇଛି। ଅର୍ଥାତ୍‍ କଂଗ୍ରେସକୁ ବାଦ୍‍ ଦେଲେ ମେଣ୍ଟର ପ୍ରଭାବ କ’ଣ ହେବ? ଏ ବିଷୟରେ କିଛି ଚର୍ଚ୍ଚିତ ବିନ୍ଦୁ ଉପରେ ଆସନ୍ତୁ ନଜର ପାକାଇବା। 

୧. ଅଙ୍କକୁ ନେଇ ଅସନ୍ତୋଷ
 ଦୀର୍ଘ ଦିନ ହେଲା ନିଜ ଖର୍ଚ୍ଚ, ଶ୍ରମ ଏବଂ ଭାବପ୍ରବଣତାରେ କ୍ୟାରିୟର ଗଢ଼ିବା ଲାଗି ଲାଗିପଡ଼ିଥିବା ନେତାଙ୍କ ଭାଗ୍ୟ ଅଚାନକ ବଦଳିଯିବ। କାରଣ ଯେଉଁ ଆଶ୍ୱାସନା ସେମାନେ ପାର୍ଟି ହାଇକମାଣ୍ଡଙ୍କଠୁ ଗଲା କିଛିଦିନ ହେଲା ପାଇଥିଲେ ତାହା ଏବେ ପାଣିର ଗାର ହେବାକୁ ଯାଉଛି। ଏକଦା ଭଗାରି ସାଜି ବିଧାନସଭାଠୁ ଗ୍ରାମ ସଭା ଯାଏ ବିରୋଧ କରୁଥିବା ବ୍ୟକ୍ତିଟି ତାଙ୍କ ଆଗରେ ନେତା ହେବାକୁ ଯାଉଛି। ଅବଶ୍ୟ କେମିତି ଏ ମେଣ୍ଟ ଗଣିତ ହେବ ତାହା କର୍ମୀଙ୍କୁ ଜଣାପଡ଼ିନି। କେହି କେହି ପୂର୍ବ ମେଣ୍ଟ ଗଣିତକୁ ଏଥିରେ ପକାଇ ସମୀକରଣ ପ୍ରସ୍ତୁତ କରୁଛନ୍ତି। ଆଉ କେହି ପ୍ରଭାବ ଥିବା ନିର୍ବାଚନ ମଣ୍ତଳୀ ଅନୁସାରେ ମେଣ୍ଟ ଅଙ୍କ ସ୍ଥିର କରିବାକୁ ଚାହୁଁଛନ୍ତି। କିନ୍ତୁ ସବୁ ଗଣିତ ଓ ସମୀକରଣରେ ରହିଛି ଅସନ୍ତୋଷର ବହ୍ନି।  

୨.  ସ୍ୱାଧୀନ ବନାମ ମେଣ୍ଟ
ଏହି ଅସନ୍ତୋଷର ନିଆଁ ଏବେ କୁହୁଳୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ପୂର୍ବରୁ ଅବଶ୍ୟ କିଛି ସ୍ଥାନରେ ରାଜନୀତିକ ଅସନ୍ତୋଷର ଏହି ସ୍ଫୁଲିଙ୍ଗ ଦଳ ଡିଆଁରେ ପରିଣତ ହୋଇଥିଲା। ଏବେ ମେଣ୍ଟ ଆଲୋଚନାରେ ଥମିଥିବା ଏହି ଦଳ ଡିଆଁ ଆଗକୁ ଆହୁରି ବ୍ୟାପକ ହୋଇପାରେ। କିନ୍ତୁ ନେତା ବିରୋଧୀ ଦଳକୁ ନବାଛି  ନିଜ ବଳରେ ଲଢ଼ିବାକୁ ଚାହିଁପାରନ୍ତି।   ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିକୁ ଉଚିତ ଭାବି ପାରନ୍ତି। ଏହା ହେଲେ ମେଣ୍ଟ ଦୁର୍ବଳ ହେବା ସ୍ୱଭାବିକ। ଏହି ଦୁର୍ବଳତାର ଫାଇଦା କଂଗ୍ରେସ ଅପେକ୍ଷା ସ୍ୱାଧୀନ ଅଧିକ ନେବା ସମ୍ଭାବନା ରହିଛି।  ଅର୍ଥାତ୍‍ ଏଥର ମେଣ୍ଟ ୨୦୦୯ ପୂର୍ବର ମେଣ୍ଟ ଭଳି ଶକ୍ତ ହେବ ନାହିଁ। 

୩. ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ସୃଷ୍ଟି ହେବ: 
 ଏ ମେଣ୍ଟଦ୍ୱାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ ନାହିଁ। ନବୀନ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ରହି ନିଜ ପାଇଁ ରେକର୍ଡ କରିବେ। କିନ୍ତୁ ଓଡ଼ିଶା ରାଜନୀତି ଆଉ ଏକ କ୍ଷମତା କେନ୍ଦ୍ରରେ କେନ୍ଦ୍ରୀଭୂତ ନ ହୋଇପାରେ। କାରଣ ବିଜେପି ଏବେ ଯେଉଁ ନୂଆ ମେଣ୍ଟ ରଣନୀତି ତିଆରି କରୁଛି ସେଥିରେ ଆଞ୍ଚଳିକ ଦଳ ମୁଖ୍ୟମନ୍ତ୍ରୀ ପଦରେ ରହିଲେ, ବିଜେପି ରହୁଛି ଉପ ମୁଖ୍ୟମନ୍ତ୍ରୀ ପଦବୀରେ। ଅର୍ଥାତ୍‍ ରାଜ୍ୟରେ ମଧ୍ୟ ଜଣେ ବା ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। 

୪. ବିଜେପି ବାଚସ୍ପତି ହେବ: 
ଖାଲି ସେତିକି ନୁହେଁ, ବିଜେପି ବାଚସ୍ପତି ପଦବୀ ମଧ୍ୟ ଗ୍ରହଣ କରିପାରେ। ବିଧାନସଭାରେ ନିଜ ମତ ରକ୍ଷା କରିବା ତଥା ନିଜର ପ୍ରଭାବ ବୃଦ୍ଧି ପାଇଁ ବିଜେପି ଏହି ପଦବୀ ପାଇଁ ପୂର୍ବରୁ ଅଲିଖିତ ଚୁକ୍ତି କରିପାରେ। ଏଥର ବିଜେପି ବିଜେଡିରୁ ମୁକ୍ତ ହସ୍ତ ଦେବାର ସମ୍ଭାବନା କ୍ଷୀଣ। ବିହାର, ମାହାରାଷ୍ଟ୍ର ଭଳି ଏଠାରେ ମଧ୍ୟ ନିଜର ବଡ଼ଭାଇପଣିଆକୁ ସାବ୍ୟସ୍ତ କରିବା ଲାଗି ବିଜେପି ନୀତି ଆପଣାଇପାରେ।

୫. ଅଫିସରୀ ଶାସନରେ ଅଙ୍କୁଶ: 
ସବୁଠାରୁ ବଡ଼ କଥା ହେଲା ରାଜ୍ୟରେ ଗତ କିଛିଦିନ ଭଳି ଚାଲିଥିବା ରାଜନୀତିରେ ପରିବର୍ତ୍ତନ ହେବ। ଅଫିସରୀ ଶାସନରେ ଅଙ୍କୁଶ ଲାଗିବ। ରାଜନୀତିକ ଢଙ୍ଗରେ ଶାସନକୁ ପ୍ରୋତ୍ସାହନ ମିଳିବ। ଅର୍ଥାତ୍‍ ସାମ୍ବିଧାନିକ ମର୍ଯ୍ୟାଦା ଅନୁସାରେ ମନ୍ତ୍ରୀମାନଙ୍କୁ ନିଜ ଲୋକଙ୍କ ସୁବିଧା କରିବାରେ ସହଯୋଗ ମିଳିବ। ପଞ୍ଚୟତସ୍ତରରେ ବି ଅଧିକାରୀଙ୍କ ଅଲିଖିତ କ୍ଷମତାରେ ଯବନୀକା ପଡ଼ିବ। 

ମେଟା ମୋଟି ଭାବେ କହିବାକୁ ଗଲେ ମେଣ୍ଟ ଓଡ଼ିଶା ରାଜନୀତିରେ ଏକ ବହୁତ ବଡ଼ ପରିବର୍ତ୍ତନ ଆଣିବ। ଦୀର୍ଘ କାଳର ସ୍ଥିତାବସ୍ଥାକୁ ନୂଆ ମୋଡ଼ ଦେବ। ଶାସନ ବ୍ୟବସ୍ଥାରେ ବିକେନ୍ଦ୍ରୀକରଣ ହେବ। ଠୁଳ ହୋଇଥିବା କ୍ଷମତା ବାଣ୍ଟି ହେବ। କିନ୍ତୁ ଗାଁ ଗହଳରେ ଭାଇ ଭଗାରି ହେବ ଆଉ ଭଗାରି ଭାଇ ହେବ। ଅର୍ଥାତ୍‍ ଅସନ୍ତୋଷ, ଗଣ୍ଡଗୋଳ, ମାଡପିଟ୍‍ ବଢ଼ିବା ଆଶଙ୍କା ଜୋର ହେବ।