'ଆମେ ୪ ରାଜ୍ୟରେ ପୁଣି ଗଢିବୁ ସରକାର'
Advertisement

'ଆମେ ୪ ରାଜ୍ୟରେ ପୁଣି ଗଢିବୁ ସରକାର'

ନିର୍ବାଚନ କେବଳ ସରକାର ଗଠନ ପାଇଁ ଉଦ୍ଦିଷ୍ଟ ନୁହେଁ। ଆମ ପାଇଁ ଏହା ହେଉଛି ଆମର ଆଦର୍ଶ ଏବଂ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେମାନଙ୍କ ସମସ୍ୟା ବିଷୟରେ ଜାଣିବା ପାଇଁ ଏହା ଏକ ସୁଯୋଗ।

'ଆମେ ୪ ରାଜ୍ୟରେ ପୁଣି ଗଢିବୁ ସରକାର'

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ମାର୍ଚ୍ଚ ୫ ଶନିବାର ସନ୍ଧ୍ୟାରେ ଶେଷ ହୋଇଛି ନିର୍ବାଚନ ପ୍ରଚାର। ମାର୍ଚ୍ଚ ୭ ତାରିଖ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି ଏହି ନିର୍ବାଚନ ଲାଗି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ଏହି ଅବସରରେ ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।  

ଚଳିତ ବର୍ଷ ଦେଶର ଗୋଆ, ଉତ୍ତରାଖଣ୍ଡ, ମଣିପୁର, ଉତ୍ତର ପ୍ରଦେଶ, ପଞ୍ଜାବ ପ୍ରଭୃତି ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବ ବିଧାନସଭା ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ନିର୍ବାଚନ କେବଳ ସରକାର ଗଠନ ପାଇଁ ଉଦ୍ଦିଷ୍ଟ ନୁହେଁ। ଆମ ପାଇଁ ଏହା ହେଉଛି ଆମର ଆଦର୍ଶ ଏବଂ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେମାନଙ୍କ ସମସ୍ୟା ବିଷୟରେ ଜାଣିବା ପାଇଁ ଏହା ଏକ ସୁଯୋଗ।

Also Read: UP Assembly Election 2022: କ'ଣ ସଙ୍ଗଠନ ବଳରେ ମଇଦାନରେ ଏକାକୀ ବାଜି ମାରିନେବ BJP?

ଆମେ ଗୋଆ, ଉତ୍ତରାଖଣ୍ଡ, ମଣିପୁର, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ବିଜେପି ସରକାର ଗଠନ କରିବ। ପଞ୍ଜାବ ବିଧାନସଭା ନିର୍ବାଚନରେ ଦଳ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିବ। ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଯେଉଁ ଇସ୍ତାହାର ଘୋଷଣା କରିଥିଲା ତାହାର ୯୨% ପ୍ରତିଶତ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ବିଜେପି ସରକାର ଅମଳରେ ପୂରଣ କରାଯାଇଛି। ଉତ୍ତର ପ୍ରଦେଶ ବର୍ତ୍ତମାନ ଜାତି, ପରିବାରବାଦରୁ ମୁକ୍ତ ହୋଇଛି। 

Also Read: 'ରାଜ୍ୟରେ ପୁଣି ଥରେ ଆମେ ଗଢିବୁ ସରକାର'

ଅନ୍ୟପଟେ ଏହି ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି  ଆମେ କୋଭିଡ ପ୍ରୋଟୋକଲ ଅନୁସରଣ କରିଛୁ ଏବଂ ଏକ ଭଲ ପ୍ରଭାବଶାଳୀ ନିର୍ବାଚନ ପ୍ରଚାର କରିବାକୁ ଚେଷ୍ଟା କରିଛୁ। ବିଜେପି ସପକ୍ଷରେ ଭୋଟ୍ ଦେଇଥିବାରୁ ମୁଁ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଗୋଆ ଏବଂ ମଣିପୁର ଲୋକେ ବହୁମତ ସହ ବିଜେପି ସରକାର ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।