Shani Gochar: ଶନିଙ୍କ ଚଳନରୁ ପଞ୍ଚମହାପୁରୁଷ ଯୋଗ, ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ
Advertisement
Article Detail0/zeeodisha/odisha2223721

Shani Gochar: ଶନିଙ୍କ ଚଳନରୁ ପଞ୍ଚମହାପୁରୁଷ ଯୋଗ, ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ

Saturn transit: ଯେଉଁ ବ୍ୟକ୍ତିଙ୍କ ଉପରେ ନ୍ୟାୟର ଦେବତା ଶନିଦେବ ଦୟାଳୁ ହୁଅନ୍ତି, ସେ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଯାଏ । ୨୦୨୫ ମସିହାରେ, ଶନି ନିଜର ରାଶି ପରିବର୍ତ୍ତନ କରିବେ । ଶନିଙ୍କ ରାଶି ପରିବର୍ତ୍ତନ କାରଣରୁ ଏକ ବିଶେଷ ଯୋଗ ସୃଷ୍ଟି ହେଉଛି । ଯାହା ଦ୍ୱାରା ୩ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିବ ।

Shani Gochar: ଶନିଙ୍କ ଚଳନରୁ ପଞ୍ଚମହାପୁରୁଷ ଯୋଗ, ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ

Shani Gochar: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁଭଯୋଗ ମଧ୍ୟରେ ପଞ୍ଚ ମହାପୁରୁଷ ଯୋଗକୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ । ଏହି ଅପୂର୍ବ ଯୋଗ ସୃଷ୍ଟି କରିବାରେ କେବଳ ପାଞ୍ଚଟି ଶକ୍ତିଶାଳୀ ଗ୍ରହଙ୍କର ଶକ୍ତି ରହିଛି । ଉକ୍ତ ପାଞ୍ଚଟି ଶକ୍ତିଶାଳୀ ଗ୍ରହଙ୍କ ମଧ୍ୟରେ ଶନିଦେବ ମଧ୍ୟ ଅଛନ୍ତି । ଶନି ହେଉଛନ୍ତି କର୍ମ ଏବଂ ନ୍ୟାୟର ଦେବତା । ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ଶନି ଖୁବ କଠୋର ବୋଲି ବିବେଚନା କରାଯାଇଥାଏ । ତେଣୁ କେହି କେହି ଶନିଦେବଙ୍କୁ ନିଷ୍ଠୁର ଗ୍ରହ ବୋଲି ବିବେଚନା କରିଥାନ୍ତି । ବର୍ତ୍ତମାନ ଶନି କୁମ୍ଭ ରାଶିରେ ବିଦ୍ୟମାନ ଅଛନ୍ତି । କୁମ୍ଭ ରାଶିକୁ ଶନିଙ୍କର ନିଜସ୍ୱ ମୂଳ ରାଶି ବୋଲି କୁହାଯାଇଥାଏ । ୨୦୨୫ ମସିହାରେ, ଶନି ନିଜର ରାଶି ପରିବର୍ତ୍ତନ କରି ମୀନ ରାଶିରେ ଚଳନ କରିବେ । ମୀନ ରାଶିକୁ ଦେବଗୁରୁ ବୃହସ୍ପତିଙ୍କର ରାଶି ବୋଲି ଗଣନା କରାଯାଏ । ଏହି ରାଶିରେ ଶନିଙ୍କ ଚଳନ କାରଣରୁ ଶନିଦେବ ପଞ୍ଚ ମହାପୁରୁଷ ଯୋଗ ମଧ୍ୟରୁ 'ଶଶା ଯୋଗ' ସୃଷ୍ଟି କରୁଛନ୍ତି । ଶଶା ଯୋଗ ହେଉଛି ଅନ୍ୟତମ ପ୍ରଭାବଶାଳୀ ଯୋଗ । ଏହି ଯୋଗ ଗଠନ ହେବା ପ୍ରଭାବରୁ ବିଶେଷ କରି ୩ଟି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଆସନ୍ତୁ ଜାଣିବା ସେହି ୩ଟି ରାଶି ମଧ୍ୟରେ କେଉଁ ରାଶି ରହିଛି ।

ବୃଷ ରାଶି
ଶଶା ଯୋଗର ପ୍ରଭାବ କାରଣରୁ ଆପଣଙ୍କୁ ଶୁଭଫଳ ମିଳିବ । ବାଣିଜ୍ୟ, ବ୍ୟବସାୟ, ଚାକିରି ଏବଂ ଅନ୍ୟାନ୍ୟ ଉତ୍ସରୁ ଆପଣ ଭଲ ରୋଜଗାର କରିବେ । ଆପଣଙ୍କ ପାଇଁ ଧନର ଅଭାବ ରହିବ ନାହିଁ । ଭ୍ରମଣରେ ଯିବା ଆପଣଙ୍କ ପାଇଁ ଲାଭଜନକ ହେବ । ବିଦେଶ ଯିବାର ସମ୍ଭାବନା ରହିଛି । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ପ୍ରକାଶ କରିବେ । ଯାନବାହନ କିମ୍ୱା ଘର କିଣିବାର ସୁଯୋଗ ମିଳିବ । ପିତାମାତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଜୀବନସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବ ।

କନ୍ୟା ରାଶି
ଦୈନନ୍ଦିନ କାର୍ଯ୍ୟ ସୁଚାରୁ ରୂପେ ତ୍ୱରାନ୍ୱିତ ହେବ । ଆପଣଙ୍କ ମନରେ ସକରାତ୍ମକ ଚିନ୍ତାଧାରା ରହିବ । ଉତ୍ସର୍ଗୀକୃତ ହୋଇ ପ୍ରତ୍ୟେକ କାର୍ଯ୍ୟ କରିବେ । ବ୍ୟବସାୟ ଯଥେଷ୍ଟ ବୃଦ୍ଧି ପାଇବ । ଆର୍ଥିକ ଲାଭ ମିଳିବ । ବିଦେଶରେ ରହୁଥିବା ବ୍ୟକ୍ତି ଭଲ ଟଙ୍କା ରୋଜଗାର କରିବେ । ପରାମର୍ଶଦାତାଙ୍କ ସାହାଯ୍ୟରେ ଆର୍ଥିକ ଲାଭ କରିବେ । ରାଜନୀତି ସହ ଜଡିତ ଲୋକମାନଙ୍କୁ ମାନ ସମ୍ମାନ ମିଳିବ । ବେରୋଜଗାର ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ସଫଳତା ପାଇବେ ।

ମୀନ ରାଶି
ଶଶା ପଞ୍ଚମହାପୁରୁଷ ଯୋଗ ଆପଣଙ୍କ କ୍ଷେତ୍ରରେ ଶୁଭ ପ୍ରଭାବ ପକାଇବ । ପରିବାରର ବରିଷ୍ଠ ସଦସ୍ୟଙ୍କଠାରୁ ଆପଣ ସମର୍ଥନ ପାଇବେ । ବ୍ୟବସାୟରେ ଲାଭ ମିଳିବ । ଛାତ୍ରମାନଙ୍କର ବିଦେଶରେ ଅଧ୍ୟୟନର ଇଚ୍ଛା ପୂରଣ ହୋଇପାରେ । ଜମି ଏବଂ ଘର କିଣିବାର ସମ୍ଭାବନା ରହିଛି । ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ନିଯୁକ୍ତ ବ୍ୟକ୍ତିଙ୍କ ଦରମା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Chardham Yatra: ବଢୁଛି ଭକ୍ତଙ୍କ ଉତ୍ସାହ, ୪ ଧାମ ଯାତ୍ରା ପାଇଁ ପଞ୍ଜୀକରଣରେ ନୂଆ ରେକର୍ଡ

Also Read- Guru Gochar 2024: ଏହି ୪ ଟି ରାଶିର ଭାଗ୍ୟରେ ଲଟେରୀ, ବୃହସ୍ପତିଙ୍କ ଶୁଭ ପ୍ରଭାବରୁ ଧନ ବର୍ଷା