Indian Railway: ଏଣିକି ଯାତ୍ରୀଙ୍କୁ ୧ ଲିଟର ନୁହେଁ ୫୦୦ ଏମଏଲ ପାଣି ବୋତଲ ଦେବ ରେଳବାଇ; ଜାଣନ୍ତୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି
Advertisement
Article Detail0/zeeodisha/odisha2223722

Indian Railway: ଏଣିକି ଯାତ୍ରୀଙ୍କୁ ୧ ଲିଟର ନୁହେଁ ୫୦୦ ଏମଏଲ ପାଣି ବୋତଲ ଦେବ ରେଳବାଇ; ଜାଣନ୍ତୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି

Free Water Bottle for Vande Bharat Passenger:  ଏଣିକି ଯାତ୍ରା ବେଳେ ଯାତ୍ରୀଙ୍କୁ ୧ ଲିଟର ବଦଳରେ ୫୦୦ ଏମଏଲ ପାଣି ବୋତଲ ଦେବାକୁ ନିଷ୍ପତ୍ତି ନେଇଛି ରେଳବାଇ। 

Indian Railway: ଏଣିକି ଯାତ୍ରୀଙ୍କୁ ୧ ଲିଟର ନୁହେଁ ୫୦୦ ଏମଏଲ ପାଣି ବୋତଲ ଦେବ ରେଳବାଇ; ଜାଣନ୍ତୁ କାହିଁକି ନିଆଗଲା ଏପରି ନିଷ୍ପତ୍ତି

Free Rail Neer Water Bottle: ଯଦି ଆପଣ ରାଜଧାନୀ, ଶତାବ୍ଦୀ, ବନ୍ଦେ ଭାରତ ଏକ୍ସପ୍ରେସ ପରି ପ୍ରିମିୟମ ଟ୍ରେନ ଯୋଗେ ଯାତ୍ରା କରୁଥାନ୍ତି, ତାହେଲେ ଯାତ୍ରା ସମୟରେ ଆପଣଙ୍କୁ ପାଣି ବୋତଲ ଯୋଗାଇ ଦେଇଥାଏ ରେଳବାଇ। ଯାତ୍ରୀ ସେମାନଙ୍କ ଯାତ୍ରା ଆରମ୍ଭ କରିବା ମାତ୍ରେ ୧ ଲିଟର ବିଶିଷ୍ଟ ପାଣି ବୋତଲ ଯୋଗାଇ ଦିଆଯାଇଥାଏ। ହେଲେ ବର୍ତ୍ତମାନ ରେଳବାଇ ଏହାର ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛି। ବର୍ତ୍ତମାନ ବନ୍ଦେ ଭାରତ  ଟ୍ରେନ୍ ଯୋଗେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ କେବଳ ୫୦୦ ମିଲିଲିଟର ବିଶିଷ୍ଟ ପାଣି ବୋତଲ ଯୋଗାଇ ଦିଆଯିବ।

ରେଳବାଇ ଯାତ୍ରୀଙ୍କୁ ଦେବ ୫୦୦ ମିଲିଲିଟର ପାଣି ବୋତଲ
ବନ୍ଦେ ଭାରତ ସମେତ ପ୍ରିମିୟମ ଟ୍ରେନ ଯୋଗେ ଯାତ୍ରା ସମୟରେ ରେଳବାଇ ୧ ଲିଟର ବିଶିଷ୍ଟ ପାଣି ବୋତଲ ଯୋଗାଇ ଦିଆଯାଇଥିଲା। ହେଲେ ବର୍ତ୍ତମାନ ଏହାକୁ ହ୍ରାସ କରି ୫୦୦ ମିଲିଲିଟର କରାଯାଇଛି। ଯାତ୍ରା ସମୟରେ ପାନୀୟ ଜଳର ଅପଚୟ ହ୍ରାସ କରିବାକୁ ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ରେଳବାଇ ନେଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ ବନ୍ଦେ ଭାରତ ଟ୍ରେନ ଯୋଗେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ୫୦୦ ମିଲିଲିଟର ବିଶିଷ୍ଟ ଗୋଟିଏ ରେଳ ନୀର ପ୍ୟାକେଜିଂ ପାନୀୟ ଜଳ ବୋତଲ ଯୋଗାଇ ଦିଆଯିବ।

ମାଗଣାରେ ମିଳିବ ପାଣି ବୋତଲ 
ରେଳବାଇ କହିଛି ଯେ ଚାହିଦା ଅନୁଯାୟୀ ଯାତ୍ରୀଙ୍କ ପାଇଁ ୫୦୦ ମିଲିଲିଟର ବିଶିଷ୍ଟ ପାଣି ବୋତଲ ଉପଲବ୍ଧ ହେବ। ଏନେଇ ଯାତ୍ରୀଙ୍କ ଠାରୁ କୌଣସି ଅତିରିକ୍ତ ଦେୟ ଆଦାୟ କରାଯିବ ନାହିଁ। ଯାହାର ଅର୍ଥ ହେଉଛି କୌଣସି ଦେୟ ବିନା ମାଗଣାରେ ଯାତ୍ରୀଙ୍କୁ ସେମନଙ୍କ ଆବଶ୍ୟକତା ଅନୁଯାୟୀ ୫୦୦ ମିଲିଲିଟର ବିଶିଷ୍ଟ ପାଣି ବୋତଲ ମିଳିବ। ଏହାପୂର୍ବରୁ ଯାତ୍ରା ସମୟରେ ଯାତ୍ରୀଙ୍କୁ ଗୋଟିଏ ଲିଟର ବିଶିଷ୍ଟ ପାଣି ବୋତଲ ଯୋଗାଇ ଦିଆଯାଉଥିଲା। ହେଲେ ଦେଖିବାକୁ ମିଳିଥିଲା ଯେ ଅଧିକାଂଶ ଯାତ୍ରୀ ଗୋଟିଏ ଲିଟର ପାଣି ମଧ୍ୟ ବ୍ୟବହାର କରୁନାହାଁନ୍ତି। ଜଳର ଅପଚୟକୁ ରୋକିବା ପାଇଁ ରେଳବାଇ ୧ ଲିଟର ପରିବର୍ତ୍ତେ ଏହାକୁ ଦୁଇ ଭାଗରେ ବିଭକ୍ତ କରି  ୫୦୦ ମିଲି ବିଶିଷ୍ଟ ପାଣି ବୋତଲ ଦେବାକୁ ସ୍ଥିର କରିଛି। ଯାହାଦ୍ୱାରା ଆବଶ୍ୟକ ହେଲେ ଯାତ୍ରୀ ବିନା କୌଣସି ଦେୟରେ ଆଉ ଏକ ପାଣି ବୋତଲ ନେଇପାରିବେ।