Maharashtra Politics: ମେଣ୍ଟ ଭାଙ୍ଗିବା ପରେ ଶିବସେନା ବିରୋଧରେ ବର୍ଷିଲା ଭିବିଏ
Advertisement

Maharashtra Politics: ମେଣ୍ଟ ଭାଙ୍ଗିବା ପରେ ଶିବସେନା ବିରୋଧରେ ବର୍ଷିଲା ଭିବିଏ

Lok Sabha Election 2024: ବିରୋଧି ମହା ବିକାଶ ଅଘାଡ଼ି ମେଣ୍ଟରୁ ବାହାରି ଯିବା ପରେ  ଶିବସେନା (ୟୁବିଟି) ନେତା  ସଞ୍ଜୟ ରାଉତଙ୍କୁ ଟାର୍ଗେଟ କରିଛନ୍ତି ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର।

 

Maharashtra Politics: ମେଣ୍ଟ ଭାଙ୍ଗିବା ପରେ ଶିବସେନା ବିରୋଧରେ ବର୍ଷିଲା ଭିବିଏ

VBA Targets Shiv Sena UBT after leave MVA: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିରୋଧି ମହା ବିକାଶ ଅଘାଡ଼ି ମେଣ୍ଟରେ ବିବାଦ ଜାରି ରହିଛି। ଯାହାକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। ମହା ବିକାଶ ଅଘାଡ଼ି ମେଣ୍ଟରୁ ଅଂଶୀଦାର ବଞ୍ଚିତ ବହୁଜନ ଅଘାଡ଼ି (ଭିବିଏ) ବାହାରି ଯିବା ପରେ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ସହ ରହିଥିବା ମତଭେଦ ଆହୁରି ସ୍ପଷ୍ଟ ହୋଇଯାଇଛି। ମେଣ୍ଟ ଭାଙ୍ଗିବା ଯିବା ପରେ ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ଶିବେସନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ କଟାକ୍ଷ  କରିଛନ୍ତି।

ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ସେତେବେଳେ କଟାକ୍ଷ କରିଛନ୍ତି ଯେତେବେଳେ ତାଙ୍କ ଦଳ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ସହ ମେଣ୍ଟ ଶେଷ ହେବା ବିଷୟରେ କହିଥିଲେ। ହେଲେ ଶିବେସନା (ୟୁବିଟି) ନେତା ସଞ୍ଜୟ ରାଉତ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଥଛନ୍ତି। ଏହା ଉପରେ ଜବାବ ରଖି ପ୍ରକାଶ ଆମ୍ବେଦକର ଲେଖିଛନ୍ତି ଯେ, ସଞ୍ଜୟ ଆପଣ ଆଉ କେତେ ମିଛ କହିବ? ଯଦି ଆପଣଙ୍କର ଏବଂ ଆମର ବିଚାରଧାରା ଗୋଟିଏ, ତାହେଲେ ଆପଣ ଆମକୁ କାହିଁକି ବୈଠକକୁ ନିମନ୍ତ୍ରଣ କଲେନାହଁ?

ଭିବିଏ ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ ଯେତେବେଳେ ଗତ ୬ ତାରିଖରେ ଫୋର୍ ସିଜନ୍ ହୋଟେଲ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା ସେତେବଳେ କାହିଁକି ଆପଣ ଆମର କୌଣସି ପ୍ରତିନିଧିଙ୍କୁ ନିମନ୍ତ୍ରଣ ଦେଲେ ନାହିଁ? ବଞ୍ଚିତ ଲୋକଙ୍କୁ ନିମନ୍ତ୍ରଣ ନକରି ଆଜି କାହିଁକି ଆପଣ କାହିଁକି ଏପରି ବୈଠକ କରୁଛନ୍ତି? ଆପଣ ସହଯୋଗୀ ହୋଇ ଆମ ପିଠିରେ ଛୁରୀ ମାରିଛନ୍ତି!

ଆପଣ କେଉଁ ପ୍ରକାର ସମ୍ପର୍କ ସୃଷ୍ଟି କରୁଛନ୍ତି?
ପ୍ରକାଶ ଆମ୍ବେଦକର ଏଠାରେ ଅଟକି ଯାଇନାହାଁନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଯେ ସିଲଭର ଓକ୍ସ ଠାରେ ଆୟୋଜିତ ହୋଇଥିବା ବୈଠକରେ ଆପଣ କେଉଁ ମନୋଭାବ ଗ୍ରହଣ କରିଛନ୍ତି ତାହା ଆମେ ଜାଣୁ! ଏହା ସତ୍ୟ ନୁହେଁ ଯେ ଆପଣ ଆମ ବିରୋଧରେ ଅକୋଲା ଆସନରେ ପ୍ରାର୍ଥୀ ଦେବା ପ୍ରସଙ୍ଗ ଉଠାଇଛନ୍ତି? ଆପଣ କେଉଁ ପ୍ରକାର ସମ୍ପର୍କ ସୃଷ୍ଟି କରୁଛନ୍ତି? ଗୋଟିଏ ପଟେ ମେଣ୍ଟ କରିବାକୁ କହୁଛ ଆଉ ଅନ୍ୟ ପଟେ ଆମକୁ ତଳେ ପକାବାକୁ ଷଡଯନ୍ତ୍ର କରୁଛ! କ'ଣ ଏହା ହେଉଛି ଆପଣଙ୍କ ବିଚାର?

Also Read: Lok Sabha Election 2024: ଏମଭିଏ ମେଣ୍ଟକୁ ଲାଗିଲା ଜବରଦସ୍ତ ଝଟକା; ଭିବିଏ ନେଲା ବଡ଼ ନିଷ୍ପତ୍ତି

 

ଏମଭିଏ ମେଣ୍ଟରୁ ବାହାରି ସାରିଛି ଭିବିଏ
୨୦୨୪ ଲୋକସଭା ନିର୍ବାଚନରେ ଆସନ ବୁଝାମଣାକୁ ନେଇ ବିରୋଧି ମହା ବିକାଶ ଅଘାଡ଼ି ମେଣ୍ଟ ଏବଂ ବଞ୍ଚିତ ବହୁଜନ ଅଘାଡ଼ି ମଧ୍ୟରେ କଥାବାର୍ତ୍ତା ହୋଇପାରିଲା ନାହିଁ। ଏନେଇ କୁହାଯାଉଛି ଯେ ଭିବିଏ ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ଅଧିକ ଆସନ ଦାବି କରୁଥିଲେ। ହେଲେ ଏମଭିଏ ମେଣ୍ଟର ଅନ୍ୟ ଅଂଶୀଦାର ତାଙ୍କୁ ଅଧିକ ଆସନ ଦେବା ସପକ୍ଷରେ ନଥିଲେ। ଏହା ପରେ ଭିବିଏ ଅଧ୍ୟକ୍ଷ ଘୋଷଣା କରିଛନ୍ତି ଯେ ସେ ମହାବିକାଶ ଅଘାଡ଼ି ସହ ମେଣ୍ଟ ଭାଙ୍ଗୁଛନ୍ତି। କେବଳ ସେତିକି ନୁହେଁ ପ୍ରକାଶ ଆମ୍ବେଦକର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ତାଙ୍କ ଦଳର ମୋଟ ୮ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ଅକୋଲା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।