UP BJP Unit: କିଏ ହେବେ ରାଜ୍ୟ ବିଜେପି ଅଧ୍ୟକ୍ଷ? ତାଲିକାରେ ରହିଛି ଉପମୁଖ୍ୟମନ୍ତ୍ରୀଙ୍କ ନାଁ
Advertisement
Article Detail0/zeeodisha/odisha1312658

UP BJP Unit: କିଏ ହେବେ ରାଜ୍ୟ ବିଜେପି ଅଧ୍ୟକ୍ଷ? ତାଲିକାରେ ରହିଛି ଉପମୁଖ୍ୟମନ୍ତ୍ରୀଙ୍କ ନାଁ

UP BJP Unit: ଗତ ଜୁଲାଇ ୧୬ ତାରିଖରେ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତି ଥିବା ରାଜ୍ୟର ଜଳସମ୍ପଦ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ କାର୍ଯ୍ୟକାଳ ଶେଷ ହୋଇଥିଲା। ବର୍ତ୍ତମାନ ସେ ରାଜ୍ୟ ଶାଖା ବିଜେପିର କାର୍ଯ୍ୟକାରୀ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। 

 UP BJP Unit: କିଏ ହେବେ ରାଜ୍ୟ ବିଜେପି ଅଧ୍ୟକ୍ଷ? ତାଲିକାରେ ରହିଛି ଉପମୁଖ୍ୟମନ୍ତ୍ରୀଙ୍କ ନାଁ

UP BJP President: ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷ ପଦ ପାଇବ ଲାଗି ଦଳୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଦୌଡ। ରାଜ୍ୟରେ ବିଜେପି ରାଜ୍ୟ ଶାଖା ପଦ ଲାଗି ସଭାପତି ଖୋଜୁଛି। ଏନେଇ ଦଳର ଅନେକ ନେତାଙ୍କ ନାଁ ସାମ୍ନାକୁ ଆସିଛି। ନିକଟରେ ଉତ୍ତର ପ୍ରଦେଶ ୨ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ପର ଠାରୁ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତି କିଏ ହେବ ସେ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ଗତ ବୁଧବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ଜେପି ନଡାଙ୍କୁ (BJP National President JP Nadda) ଭେଟିଥିଲେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ (Deputy Chief Minister of Uttar Pradesh) କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya)। ଗୁରୁବାର ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ (Brajesh Pathak) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଥିଲେ। ରାଜନୈତିକ ଦୃଷ୍ଟିକୋଣରୁ ଏହି ଭେଟଘାଟ ବେଶ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ରାଜ୍ୟରେ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ ପ୍ରଣୀତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହା ସହିତ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ମଧ୍ୟ ଆଲୋଚନା କରାଯାଇଥିଲା।

ଗତ ଜୁଲାଇ ୧୬ ତାରିଖରେ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତି ଥିବା ରାଜ୍ୟର ଜଳସମ୍ପଦ ମନ୍ତ୍ରୀ (UP Jal Shakti Minister) ସ୍ୱତନ୍ତ୍ର ଦେବ ସିଂହ (Swatantra Dev Singh) କାର୍ଯ୍ୟକାଳ ଶେଷ ହୋଇଥିଲା। ବର୍ତ୍ତମାନ ସେ ରାଜ୍ୟ ଶାଖା ବିଜେପିର କାର୍ଯ୍ୟକାରୀ ସଭାପତି (UP BJP Unit President) ଭାବେ କାର୍ଯ୍ୟ କରୁଛନ୍ତି। ସେ ୨୦୧୯ ଜୁଲାଇରେ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତି ଅଧ୍ୟକ୍ଷ କରାଯାଇଥିଲା। ତାଙ୍କ ଇସ୍ତଫା ପରଠାରୁ ଅନେକ ନାମ ଆଲୋଚନା ହେଉଛି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କାହାର ନାଁ ଉପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ (BJP Central Leadership) ମୋହର ମାରିନାହାଁନ୍ତି।

Also Read: Bihar Politics: ରାଜ୍ୟରେ କେତେ ଦିନ ପର୍ଯ୍ୟନ୍ତ କ୍ଷମତାରେ ରହିବ ୭ ଦଳିଆ ସରକାର? 

ରାଜ୍ୟର ଜାତିଗତ ସମୀକରଣ (Caste Equation of Uttar Pradesh) ଆଧାରରେ ଦଳର ଉତ୍ତର ପ୍ରଦେଶ ରାଜ୍ୟ ଶାଖା ସଭାପତି ନିଯୁକ୍ତ କରିବା ଉପରେ ବିଚାର କରୁଛନ୍ତି ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ। ଦଳର ବ୍ରାହ୍ମଣ ଚେହେରା (BJP Brahmin Face) ଭାବରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ରାଜ୍ୟର ପୂ୍ର୍ବତନ ଉପମୁଖ୍ୟମନ୍ତ୍ରୀ ଡକ୍ଟର ଦୀନେଶ ଶର୍ମା (Dinesh Sharma), କନ୍ନୌଜ ସାଂସଦ ସୂବ୍ରତ ପାଠକଙ୍କ (Kannauj MP Subrat Pathak) ନାଁ ସାମିଲ ରହିଛି। ଅନ୍ୟପଟେ ଦଳିତ ଚେହେରା (BJP Dalit Face) ଭାବରେ ଇଟାୱା ସାଂସଦ ରାମଶଙ୍କର କଠେରିଆ (Etawah MP Ram Shankar Katheria), କୌଶାମ୍ବୀ ସାଂସଦ ବିନୋଦ ସୋନାକାର (Kaushambi MP Vinod Sonkar) ରାଜ୍ୟ ଶାଖା ବିଜେପି ସଭାପତି ଦୌଡ଼ରେ ସାମିଲ ହୋଇଛନ୍ତି। ଅନ୍ୟପଟେ ପଛୁଆ ବର୍ଗ ଚେହେରା (BJP OBC Face) ଭାବେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ମୌର୍ଯ୍ୟଙ୍କ ନାଁ ଆଗରେ ରହିଛି।