West Bengal Politics: ଟିଏମସି ବିଧାୟକଙ୍କ ଏଭଳି ଅଜବ କାରାନାମା ପଛରେ କେଉଁ କାରଣ ରହିଛି ତାହା ସ୍ପଷ୍ଟ ହୋଇଯାଇଛି।
Trending Photos
West Bengal Politics: ସଦ୍ୟ ଟିଏମସି ବିଧାୟକ ଇଦରୀସ ଅଲୀଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିଧାୟକଙ୍କୁ କୁର୍ତ୍ତା ପାଇଜାମା ପିନ୍ଧିଥିବାର ଦେଖିବାକୁ ମିଳିଛି। ବିଧୟକଙ୍କ କୁର୍ତ୍ତା ଉପରେ ଲେଖାଯାଇଛି ଯେ, "ମୁଁ ଜଣେ ପୁରୁଷ, ମୋତେ ଇଡି ଏବଂ ସିବିଆଇ ମୋତେ ଛୁଇଁ ପାରିପାରିବ ନାହିଁ। " ଟିଏମସି ବିଧାୟକଙ୍କ ଏଭଳି ଅଜବ କାରାନାମା ପଛରେ କେଉଁ କାରଣ ରହିଛି ତାହା ସ୍ପଷ୍ଟ ହୋଇଯାଇଛି।
କିଛି ଦିନ ପୂର୍ବେ ପଶ୍ଚିମବଙ୍ଗ ବିରୋଧି ଦଳ ନେତା (West Bengal Opposition Leader) ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ (BJP MLA Suvendu Adhikari) ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ବିଜେପି ବିଧାୟକ ପୋଲିସ କର୍ମଚାରୀଙ୍କୁ କହୁଥିଲେ, "ମୋ ଶରୀରକୁ ସ୍ପର୍ଶ କର ନାହିଁ। କାରଣ ଜଣେ ମହିଳା ଏବଂ ମୁଁ ଜଣେ ପୁରୁଷ।"
ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି ଟିଏମସି ବିଧାୟକ ଇଦରୀସ ଅଲୀ (TMC MLA Idris Ali)। ଏନେଇ ବିରୋଧି ଦଳ ନେତାଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି ଟିଏମସି ବିଧାୟକ କହିଛନ୍ତି ଯେ ଏପରି ଜଣେ ବିଜେପି ନେତା ଅଛନ୍ତି ଯିଏ ଭାବନ୍ତି ଯେ ସିବିଆଇ ଏବଂ ଇଡି ତାଙ୍କୁ ସ୍ପର୍ଶ କରିପାରିବ ନାହିଁ।
Also Read: TMC MP Abhishek Banerjee: 'ପୋଲିସ ଜାଗାରେ ମୁଁ ଥିଲେ ମୁଣ୍ଡକୁ ଗୁଳି ମାରି ଦେଇଥାନ୍ତି'
ଗତ ସେପ୍ଟମ୍ବର ୧୩ ତାରିଖ ମଙ୍ଗଳବାର ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ ସରକାର ବିରୋଧରେ ଏକ ବିକ୍ଷୋଭ ପ୍ରଦର୍ଶନ ଆୟୋଜନ କରିଥିଲା ପଶ୍ଚିମବଙ୍ଗ ବିଜେପି (West Bengal BJP Protest March)। ଦଳ ପକ୍ଷରୁ ଆୟୋଜିତ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଦ୍ୱାରା ତାଙ୍କୁ ହେପାଜତକୁ ନେବା ଘଟଣାକୁ ନେଇ ନାରାଜ ହୋଇ ଉଠିଥିଲେ ବିରୋଧୀ ଦଳ ନେତା ତଥା ଦଳୀୟ ବିଧାୟକ ଶୁଭେନ୍ଦୁ ଅଧିକାରୀ। ବିକ୍ଷୋଭ ପ୍ରଦର୍ଶନ ବେଳେ ଯେତେବେଳେ ତାଙ୍କୁ ହେପାଜତ ନେବା ପରେ ପୋଲିସ ଗାଡିରେ ବସିବାକୁ ବାଧ୍ୟ କରାଗଲା, ସେତେବେଳେ ସେ ବଡ଼ ପାଟିରେ କହିଥିଲେ ଯେ ମୋତେ ଛୁଅ ନାହିଁ।
ଯେତେବେଳେ କିଛି ମହିଳା ପୋଲିସ କର୍ମଚାରୀ ତାଙ୍କୁ ପୋଲିସ ଗାଡିରେ ବସାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ବିରୋଧୀ ଦଳ ନେତା କହିଥିଲେ, ମୋତେ ଛୁଅନ୍ତୁ ନାହିଁ। କାରଣ ଆପଣ ଜଣେ ମହିଳା। ତାଙ୍କ ସହ କଥାବାର୍ତ୍ତା କରିବାକୁ ପୁରୁଷ ପୋଲିସ କର୍ମଚାରୀଙ୍କୁ ଡାକିବାକୁ ବିରୋଧୀ ଦଳ ନେତା ଦାବି କରିଥିଲେ। ଏନେଇ ସେ କହିଛନ୍ତି ଯେ ସେ ଆଇନ ପାଳନ କରୁଥିବା ଜଣେ ନାଗରିକ। ଏହା ପରେ ଡେପୁଟି କମିଶନର ଆକାଶ ମଘରିଆଙ୍କ ଦ୍ୱାରା ତାଙ୍କୁ ଗାଡି ପର୍ଯ୍ୟନ୍ତ ନିଆ ଯାଇଥିଲା।
ପରେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ସେ ମହିଳାଙ୍କୁ ସମ୍ମାନ କରୁଥିବାରୁ ସେ ଦୃଢ ଭାବେ ଉତ୍ତର ଦେଇ ନାହାଁନ୍ତି। ଅନ୍ୟପଟେ ବିଜେପି ସାଂସଦ ଲକେଟ ଚାଟାର୍ଜୀଙ୍କ ଦ୍ୱାରା ଏକ ଫେସବୁକ ଯୋଗେ ଏକ ଭିଡ଼ିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ବିରୋଧୀ ଦଳ ନେତାଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ, “ମୁଁ ପ୍ରତ୍ୟେକ ମହିଳାଙ୍କ ଆଖିରେ ମାଆ ଦୁର୍ଗାଙ୍କୁ ଦେଖୁଛି।”
Also Read: West Bengal Politics: ମୋତେ ଛୁଅନ୍ତୁ ନାହିଁ, ଏପରି କାହିଁକି କହିଲେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ?
ଦଳ ପକ୍ଷରୁ ଆୟୋଜିତ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି ସେହି ଦିନ ମୋତେ ଅଟକାଇବା ପାଇଁ ମହିଳା ପୋଲିସ କର୍ମଚାରୀଙ୍କୁ ବ୍ୟବହାର କରିବା ମୋତେ ବଦନାମ କରିବା ଏକ ବଡ ଷଡଯନ୍ତ୍ର। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ମାତ୍ର ତାଙ୍କର ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଟିଏମସି ବିଜେପି ବିଧାୟକଙ୍କୁ ଟ୍ରୋଲ କରିବାକୁ ପଛେଇ ନ ଥିଲେ।