Telangana Politics: କେସିଆର ଗଢିଲେ ଜାତୀୟ ଦଳ, ପୁରୁଣା ଦଳର କଲେ ନାମ ପରିବର୍ତ୍ତନ
Advertisement

Telangana Politics: କେସିଆର ଗଢିଲେ ଜାତୀୟ ଦଳ, ପୁରୁଣା ଦଳର କଲେ ନାମ ପରିବର୍ତ୍ତନ

KCR National Party: ଦେଶର ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ପୂର୍ବରୁ ସଙ୍କେତ ଦେଇ ସାରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର।

Telangana Politics: କେସିଆର ଗଢିଲେ ଜାତୀୟ ଦଳ, ପୁରୁଣା ଦଳର କଲେ ନାମ ପରିବର୍ତ୍ତନ

National Party of KCR: ଆଗାମୀ ୨୦୨୪ ଲୋକସଭା ପୂର୍ବରୁ ଜାତୀୟ ଭୂମିକା ଗ୍ରହଣ କରିବାକୁ ଯାଇ ଦଶହରା ଅବସରରେ ଦଳର ନୂତନ ସଂସ୍କରଣ ଆରମ୍ଭ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ଏହି କ୍ରମରେ ସେ ତାଙ୍କ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ନାମ ପରିବର୍ତ୍ତନ କରି ଏହାର ନୂତନ ସଂସ୍କରଣ ଭାରତ ରାଷ୍ଟ୍ର ସମିତି ଆରମ୍ଭ କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କେସିଆର କହିଛି ଯେ ତେଲେଙ୍ଗାନା ରାଷ୍ଟ୍ର ସମିତି ବର୍ତ୍ତମାନ ଭାରତ ରାଷ୍ଟ୍ର ସମିତି ହୋଇଛି। ଅକ୍ଟୋବର ୫ ତାରିଖ ବୁଧବାର  ଏହି ବଡ ଦଶହରା ଉନ୍ମୋଚନ କାର୍ଯ୍ୟକ୍ରମରେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ ଡିଏମକେ ସହଯୋଗୀ ଥୋଲ ଥିରୁମାଭାଲାଭାନଙ୍କ ଭଳି ଅତିଥି ଯୋଗ ଦେଇଛନ୍ତି।

ଜାତୀୟ ଦଳର ଶୁଭାରମ୍ଭ କରିବାକୁ ଯାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (Telangana CM KCR) ସ୍ପଷ୍ଟ କରିଛନ୍ତି ଯେ ସେ ୨୦୨୪ ଲୋକସଭା ନିର୍ବାଚନରେ (Lok Sabha Election 2024) ବିଜେପି (BJP) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ମୁକାବିଲା କରିବାକୁ ଚାହୁଁଛନ୍ତି। ତାଙ୍କ ଅଭିଯାନରେ ଯୋଗଦେବାକୁ ସେ ଅନେକ ବିରୋଧୀ ଦଳଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ବିଗତ ଏକ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କେସିଆର ବିଜେପି ବିରୋଧରେ ଅନେକ ବିବୃତ୍ତି ଦେଇଛି। ଏହା ମଧ୍ୟ ଦେଖିବାକୁ ମିଳିଛି ​​ଯେ ମୁଖ୍ୟମନ୍ତ୍ରୀ ହୋଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରକୁ ଯାଆନ୍ତି ନାହିଁ।

Also Read: Indian Politics: ବିଜେପି ପାଇଁ ବଢିଲା ଚିନ୍ତା, ଜାତୀୟ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଭାରତ ରାଷ୍ଟ୍ର ସମିତି କୁ ଏକ ଜାତୀୟ ଦଳ ଭାବେ ଘୋଷଣା କରିଛନ୍ତି। ହେଲେ ଏହା ବର୍ତ୍ତମାନ ପାଇଁ ଯୋଗ୍ୟ ନୁହେଁ। କୌଣସି ଦଳକୁ ଜାତୀୟ ମାନ୍ୟତା ପାଇବାକୁ ହେଲେ କୌଣସି ନୂତନ ଦଳକୁ ଅତି କମରେ ଚାରୋଟି ରାଜ୍ୟରେ ଉପସ୍ଥିତି ରହିବା ଆବଶ୍ୟକ କିମ୍ବା ଚାରୋଟି ରାଜ୍ୟ ଏବଂ ଚାରୋଟି ଲୋକସଭା ଆସନରେ ୬ ପ୍ରତିଶତ ଭୋଟ ପାଇବା ଆବଶ୍ୟକ। ନଚେତ୍ ଦଳକୁ ଅତି କମରେ ତିନୋଟି ରାଜ୍ୟରେ ୨ ପ୍ରତିଶତ ଲୋକସଭା ଆସନ ଜିତିବାକୁ ହେବ। 

Also Read: ରାଜ୍ୟ ପରେ ଦେଶ ରାଜନୀତିକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ KCR; ବଦଳିବ TRS ନାଁ

ଏନେଇ ପ୍ରତିକ୍ରିୟା ରଖି ଜଣେ ଟିଆରଏସ ନେତା କହିଛନ୍ତି ଯେ ଜାତୀୟ ଦଳ ଭାବେ ପଞ୍ଜୀକରଣ ନ କରି କୌଣସି ଦଳ ନିର୍ବାଚନ ଆୟୋଗକୁ (Election Commission of India) ସୂଚନା ଦେଇ ଅନ୍ୟ ରାଜ୍ୟରେ ନିର୍ବାଚନ ଲଢିପାରିବ। ଟିଆରଏସ ମଧ୍ୟ ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇ ଅନ୍ୟ ରାଜ୍ୟରେ ନିର୍ବାଚନ ଲଢିପାରିବ। ଟିଆରଏସ ସୂତ୍ର ଅନୁଯାୟୀ ଦଳ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ​​ବିଭିନ୍ନ ରାଜ୍ୟରେ ପ୍ରାର୍ଥୀ ଦେବ।

Also Read: Telangana Politics: ରାଜ୍ୟ ଛାଡ଼ି କାହିଁକି ଜାତୀୟ ରାଜନୀତି ମୁହାଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର?

ଦେଶର ଜାତୀୟ ରାଜନୀତିରେ ପ୍ରବେଶ କରିବା ନେଇ ପୂର୍ବରୁ ସଙ୍କେତ ଦେଇ ସାରିଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି (Telangana Rashtra Samiti) ଟିଆରଏସ ଅଧ୍ୟକ୍ଷ (TRS Supremo) ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ (Telangana Chief Minister) କେ.ଚନ୍ଦ୍ରଶେଖର ରାଓ (K.Chandrashekar Rao) କେସିଆର (KCR)। ଏହି କ୍ରମରେ ସେ ତାଙ୍କ ଦଳର ନୂତନ ସଂସ୍କରଣ ଭାରତ ରାଷ୍ଟ୍ର ସମିତି (Bharat Rashtra Samithi) ବିଆରଏସ୍ (BRS) ଆରମ୍ଭ କରିଛନ୍ତି।