ସୁରଙ୍କୁ ମହଙ୍ଗା ପଡିଲା ପୁତ୍ରମୋହ, ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ
Advertisement

ସୁରଙ୍କୁ ମହଙ୍ଗା ପଡିଲା ପୁତ୍ରମୋହ, ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ

Odisha Politics: ସବୁବେଳେ କଂଗ୍ରେସର ପ୍ରଚାର ପ୍ରସାର କରିଆସୁଥିବା ବରିଷ୍ଠ ନେତା ସୁର ରାଉତରାୟ କିଛି ଦିନ ହେବ ପୁତ୍ର ମୋହରେ ପଡିଥିଲେ । ସାନପୁଅ ମନ୍ମଥ ରାଉତରାୟ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଭୁବନେଶ୍ୱରରୁ ଲଢୁଥିବା ସମୟରେ ପୁଅ ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଥିଲେ ବାପା । କିନ୍ତୁ ଦଳ ବିରୋଧୀ କାମ କରିବା ସୁରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ସୁରଙ୍କୁ ମହଙ୍ଗା ପଡିଲା ପୁତ୍ରମୋହ, ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ

Odisha Politics: ଆଗରୁ କହୁଥିଲେ କଂଗ୍ରେସରେ ବଞ୍ଚିଛି କଂଗ୍ରେସରେ ମରିବି । ମୋ ପାଇଁ ମୋ ପାର୍ଟି ବଡ଼ । ସବୁବେଳେ କଂଗ୍ରେସର ପ୍ରଚାର ପ୍ରସାର କରିଆସୁଥିବା ବରିଷ୍ଠ ନେତା ସୁର ରାଉତରାୟ କିଛି ଦିନ ହେବ ପୁତ୍ର ମୋହରେ ପଡିଥିଲେ । ସାନପୁଅ ମନ୍ମଥ ରାଉତରାୟ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଭୁବନେଶ୍ୱରରୁ ଲଢୁଥିବା ସମୟରେ ପୁଅ ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଥିଲେ ବାପା । କିନ୍ତୁ ଦଳ ବିରୋଧୀ କାମ କରିବା ସୁରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଦଳ ବିରୋଧୀ କାମ କରୁଥିବା କାରଣରୁ ସୁରଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି କଂଗ୍ରେସ । ରାଜନୈତିକ ଜୀବନରେ ବୋଧହୁଏ ପ୍ରଥମ ଥର ସୁରଙ୍କୁ ଏପରି ଏକ ଛଟକା ଲାଗିଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ରିଲିଜରେ ଖୁବ ଅଳ୍ପରେ ସୁରଙ୍କୁ ବହିଷ୍କାର କରାଯିବା କଥା ଲେଖାଯାଇଛି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଲେଖିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ କରିବା କାରଣରୁ ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ସୁରଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କୃତ କରାଗଲା । କିଛିଦିନ ତଳେ ସୁର ଭୁବନେଶ୍ୱରର ଗଳି କନ୍ଦି ବୁଲି ବିଜେଡି ନେତା ଓ କର୍ମୀଙ୍କ ଗହଣରେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିଥିବା ଦେଖିବାକୁ ମିଳିଥିଲା । ତେବେ ପୁଅଙ୍କ ପାଇଁ ପ୍ରଚାର କରିବା ଆଜି ବାପାଙ୍କୁ ମହଙ୍ଗା ପଡିଲା ।

କିଛିଦିନ ତଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁର କହିଥିଲେ ଯେ, ମୁଁ ମନ୍ମଥକୁ ଯେତେ ବୁଝେଇଲି ସେ ବୁଝିଲାନି ସେ ବିଜେଡିରେ ଯୋଗ ଦେଲା । ବିଜେଡି ତାକୁ ଏମପି ପାଇଁ ଟିକେଟ ଦେଇଛି । ମୁଁ ଜଣେ ବିରୋଧୀ ଦଳର କର୍ମକର୍ତ୍ତା ନୁହେଁ ବରଂ ବାପା ହିସାବରେ ମୁଁ ମୋ ପୁଅ ପାଇଁ ପ୍ରଚାର କରିବି ।

Also Read- କଳିଯୁଗର କର୍ଣ୍ଣ ସାଜିଲେ ଦମ୍ପତି ! ୨୦୦ କୋଟି ଦାନ କରି ହେଲେ ସନ୍ୟାସୀ

Also Read- Grah Gochar 2024: ଏପ୍ରିଲ ୨୩ରେ ବଦଳିବ ୪ ରାଶିର ଭାଗ୍ୟ, ମିଳିବ ବଜରଙ୍ଗବାଲିଙ୍କ ଆଶୀର୍ବାଦ