SP MP ST Hasan: ବନ୍ୟଜନ୍ତୁଙ୍କୁ ବାବଦରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ସାଂସଦ ଏସ.ଟି ହାସନ
Advertisement

SP MP ST Hasan: ବନ୍ୟଜନ୍ତୁଙ୍କୁ ବାବଦରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ସାଂସଦ ଏସ.ଟି ହାସନ

Samajwadi Party Lok Sabha MP: ଲୋକସଭାରେ ବନ୍ୟଜୀବ ସଂରକ୍ଷଣ ସଂଶୋଧନ ବିଧେୟକ ୨୦୨୧ ଚର୍ଚ୍ଚାରେ ଭାଗ ନେବା ଅବସରରେ ସେ କହିଛନ୍ତି ଫସଲକୁ ନଷ୍ଟ କରୁଥିବା ପଶୁଙ୍କୁ ମାରିବା କିମ୍ବା ଧରିବା ପାଇଁ ଅନୁମତି ଦିଆଯିବା ଆବଶ୍ୟକ।

SP MP ST Hasan: ବନ୍ୟଜନ୍ତୁଙ୍କୁ ବାବଦରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ସାଂସଦ ଏସ.ଟି ହାସନ

Samajwadi Party MP ST Hasan: ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶ ମୋରଦାବାଦ ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ଏସ.ଟି ହାସନ। ସଦ୍ୟ ସେ ଏପରି ଏକ ବୟାନ ରଖିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି

ଲୋକସଭାରେ ବନ୍ୟଜୀବ ସଂରକ୍ଷଣ ସଂଶୋଧନ ବିଧେୟକ ୨୦୨୧ ଚର୍ଚ୍ଚାରେ ଭାଗ ନେବା ଅବସରରେ ଉତ୍ତର ପ୍ରଦେଶ (Uttar Pradesh) ମୋରଦାବାଦ ଲୋକସଭା ଆସନର (Moradabad Lok Sabha) ସମାଜବାଦୀ ପାର୍ଟି ସାଂସଦ (Samajwadi Party MP) ଏସ.ଟି ହାସନ (ST Hasan) ରଖିଥିବା ବୟାନକୁ ନେଇ ସେ ବିବାଦୀୟ ହୋଇପଡ଼ିଛନ୍ତି। ଏହି ଚର୍ଚ୍ଚାରେ ଭାଗ ନେଇ ସେ କହିଥିଲେ ଫସଲକୁ ନଷ୍ଟ କରୁଥିବା ପଶୁଙ୍କୁ ମାରିବା କିମ୍ବା ଧରିବା ପାଇଁ ଅନୁମତି ଦିଆଯିବା ଆବଶ୍ୟକ। ନୀଳଗାଇ (Nilgai) ନାମ ପରିବର୍ତ୍ତନ କରି ଏହାକୁ ଜଙ୍ଗଲୀ ଘୋଡ଼ା (Wild Horse) ନାମରେ ନାମିତ କରିବାକୁ ଦାବି କରିଛନ୍ତି ସେ।

ମୋର ସଂସଦୀୟ କ୍ଷେତ୍ରରେ ଅନେକ ପଶୁ ଫସଲକୁ ବହୁ କ୍ଷତି କରୁଛନ୍ତି। ମୋ ଅଞ୍ଚଳରେ ଅନେକ ମାଙ୍କଡ (Monkey) ଏବଂ ବଣୁଆ ଘୁଷୁରୀ (Wild Boar) ଏବଂ ନୀଳଗାଇ ମଧ୍ୟ ଅଛନ୍ତି। ଜଙ୍ଗଲୀ ପଶୁ ଅନେକ ଫସଲ ନଷ୍ଟ କରୁଛନ୍ତି। ଏହି କାରଣରୁ ଏଠାକାର କୃଷକ ଆଖୁ ଚାଷ କରୁନାହାଁନ୍ତି। ମୁଁ ଅନୁରୋଧ କରୁଛି ଯେ ସେମାନଙ୍କୁ ହତ୍ୟା କିମ୍ବା ଧରିବା ପାଇଁ ସ୍ୱାଧିନତା ଦିଆଯିବା ଆବଶ୍ୟକ। ମୁଁ କେନ୍ଦ୍ର ସରକାରଙ୍କୁ ନୀଳଗାଇ ନାମକୁ ବଣୁଆ ଘୋଡା ନାମରେ ପରିବର୍ତ୍ତନ କରିବାକୁ ଅନୁରୋଧ କରୁଛି। ଏହା ଅତି ସହଜ ହେବ।

Also Read: ବିଜେପି ଜିତିଲେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ମୁସଲମାନ: ସମାଜବାଦୀ ପାର୍ଟି ସାଂସଦ

ଏହା ପ୍ରଥମ ଘଟଣା ନୁହେଁ ଯେ ଏସଟି ହାସନ ଏଭଳି କଥା କହିଛନ୍ତି। ଏହାପୂର୍ବରୁ ଝିଅଙ୍କ ବିବାହ ବୟସ ସମ୍ପର୍କରେ ତାଙ୍କର ଏକ ବିବୃତ୍ତି ମଧ୍ୟ  ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ବାଳିକାଙ୍କ ବିବାହ ବୟସକୁ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ ସାଂସଦ ଅସହମତି   ଜଣାଇଥିଲେ। ଏହା ସହିତ ୧୬ ବର୍ଷ ବୟସରେ ଝିଅଙ୍କର ବିବାହକୁ ସମର୍ଥନ କରିଥିଲେ ସେ।