New Congress President: କଂଗ୍ରେସ ଅଧ୍ୟକ୍ଷଙ୍କ ନାଁ ହେଲା ଘୋଷଣା!, ଅଶୋକ ଗେହୋଲତ ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1340571

New Congress President: କଂଗ୍ରେସ ଅଧ୍ୟକ୍ଷଙ୍କ ନାଁ ହେଲା ଘୋଷଣା!, ଅଶୋକ ଗେହୋଲତ ଦେଲେ ବଡ଼ ବୟାନ

Ashok Gehlot on Congress President: କନ୍ୟାକୁମାରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଗେହୋଲତ କହିଛନ୍ତି ଯେ, ବିଜେପି ନୀତି ହେଉଛି ଦେଶକୁ ବିଭାଜିତ କରିବା ଏବଂ ଏହା ବିପଦଜନକ, ଯାହା ଦେଶକୁ ଗୃହଯୁଦ୍ଧ ଆଡକୁ ଟାଣି ନେଇପାରେ। ହେଲେ କଂଗ୍ରେସ ଏହାକୁ ଅନୁମତି ଦେବ ନାହିଁ।

New Congress President: କଂଗ୍ରେସ ଅଧ୍ୟକ୍ଷଙ୍କ ନାଁ ହେଲା ଘୋଷଣା!, ଅଶୋକ ଗେହୋଲତ ଦେଲେ ବଡ଼ ବୟାନ

Next Congress President: ସେପ୍ଟମ୍ବର ୭ ତାରିଖ ବୁଧବାର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଭାରତ ଯୋଡ଼ ଯାତ୍ରା। ମାତ୍ର ଏହା ପୂର୍ବରୁ ଦଳର ନୂତନ ଅଧ୍ୟକ୍ଷ କିଏ ହେବେ ତାହାକୁ ନେଇ ଜାରି ରହିଛି ଚର୍ଚ୍ଚା। ଦେଶରେ ସାମ୍ପ୍ରଦାୟିକ ଧ୍ରୂବୀକରଣର ମୁକାବିଲା କରିବା ପାଇଁ ଦଳ ପକ୍ଷରୁ ଏହି ପଦଯାତ୍ରା ଆୟୋଜନ କରାଯାଇଛି ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହୋଲତ। 

କଂଗ୍ରେସ ଅଧ୍ୟକ୍ଷ (Congress President) ପ୍ରସଙ୍ଗରେ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ (Rajasthan Chief Minister Ashok Gehlot)। ଏନେଇ ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ (Rahul Gandhi) କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ। ଏହା ଦଳ ଚାହୁଁଛି।

କନ୍ୟାକୁମାରୀ (Kanyakumari) ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଗେହୋଲତ କହିଛନ୍ତି ଯେ, ବିଜେପି (BJP) ନୀତି ହେଉଛି ଦେଶକୁ ବିଭାଜିତ କରିବା ଏବଂ ଏହା ବିପଦଜନକ, ଯାହା ଦେଶକୁ ଗୃହଯୁଦ୍ଧ ଆଡକୁ ଟାଣି ନେଇପାରେ। ହେଲେ କଂଗ୍ରେସ ଏହାକୁ ଅନୁମତି ଦେବ ନାହିଁ। କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ ଯାତ୍ରାର (Congress Bharat Jodo Yatra) ଉଦ୍ଦେଶ୍ୟ ହେଉଛି ସାମ୍ପ୍ରଦାୟିକ ଧ୍ରୂବୀକରଣର (Communal Polarization) ମୁକାବିଲା କରିବା ସେ କହିଛନ୍ତି ଯେ, 'ଯଦି ଏଭଳି ପରିସ୍ଥିତି ଜାରି ରହେ, ତାହେଲେ ଲୋକେ ବଞ୍ଚିବାକୁ ଭୟ କରିବେ।

Also Read: Viral Video: ମନ୍ଦିରରେ ମୁଖ୍ୟମନ୍ତ୍ରଙ୍କ ସାମ୍ନାରେ ଲାଗିଲା ମୋଦି-ମୋଦି ମୋଦି ନାରା

ରାହୁଲ ଗାନ୍ଧୀ ଏହି ବାର୍ତ୍ତା ସହ ଭାରତ ଯୋଡ ଯାତ୍ରା ଆରମ୍ଭ କରୁଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ପାଖରେ ତାଙ୍କର ନୀତି ବଦଳାଇବାକୁ ସମୟ ରହିଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ସିଡବ୍ଲ୍ୟୁଡିସି (CWC) ଅନୁଯାୟୀ କାର୍ଯ୍ୟ କରିବେ। ବର୍ତ୍ତମାନ ଆମେ ତାଙ୍କୁ ଦଳର ସଭାପତି ପଦ ଗ୍ରହଣ କରିବାକୁ ରାଜି କରାଇବୁ। କାରଣ ବର୍ତ୍ତମାନ ବହୁତ ବଡ଼ ଚ୍ୟାଲେଞ୍ଜ ରହିଛି। 

କଂଗ୍ରେସ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ (Communal Harmony) ଲାଗି କାର୍ଯ୍ୟ କରିବ। ଲୋକେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ଯାତ୍ରାରେ ଯୋଗଦେବେ ବୋଲି ଦଳ ଆଶା କରୁଛି। ସାମ୍ପ୍ରଦାୟିକ ସମସ୍ୟା ହେତୁ ଦେଶ ଦୁର୍ବଳ ହୋଇପଡିଛି। କଂଗ୍ରେସ ଏହାର ମୁକାବିଲା କରିବ ବୋଲି। ଗାନ୍ଧୀ ପରିବାରର (Gandhi Family) ସର୍ବାଧିକ ବିଶ୍ୱସନୀୟତା ରହିଛି। ସେଥିପାଇଁ ବିଜେପି ଗାନ୍ଧୀ ପରିବାରର ଲୋକଙ୍କୁ ଟାର୍ଗେଟ କରୁଛି। ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ଭାର ଗ୍ରହଣ କରନ୍ତୁ ବୋଲି ସମଗ୍ର କଂଗ୍ରେସ ଦଳ ଚାହୁଁଛି। ସେ ସିଡବ୍ଲ୍ୟୁସି ଏବଂ ଦଳର କାର୍ଯ୍ୟ ଶୁଣିବେ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ।

Also Read: Gujarat Election 2022: ଦଳୀୟ ନିର୍ବାଚନ ପ୍ରସ୍ତୁତି ବାବଦରେ କ'ଣ କହିଲେ ଅଶୋକ ଗେହୋଲତ?

 

ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat Assembly Election 2022) ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହିକ୍ରମରେ ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କୁ ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛି କଂଗ୍ରେସ।