OPCC: ଜାରି ରହିଛି ଭାରତ ଯୋଡ ଯାତ୍ରା, କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ
Advertisement
Article Detail0/zeeodisha/odisha1424085

OPCC: ଜାରି ରହିଛି ଭାରତ ଯୋଡ ଯାତ୍ରା, କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ

Odisha Congress: ଭାରତ ଯୋଡ ଯାତ୍ରା ଢାଞ୍ଚାରେ ରାଜ୍ୟରେ ପରିବର୍ତ୍ତନ ଯାତ୍ରାକୁ ଜୋରଦାର କରିଛି ଓଡ଼ିଶା କଂଗ୍ରେସ। 

 OPCC: ଜାରି ରହିଛି ଭାରତ ଯୋଡ ଯାତ୍ରା, କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ

Bharat Jodo Yatra: ଭାରତ ଯୋଡ ଯାତ୍ରା ଢାଞ୍ଚାରେ ରାଜ୍ୟ କଂଗ୍ରେସ ଓଡ଼ିଶାରେ ପରିବର୍ତ୍ତନ ଯାତ୍ରାକୁ ଜୋରଦାର କରିଛି। ଯାତ୍ରାର ଦ୍ଵିତୀୟ ଦିନରେ ଲକ୍ଷେଶ୍ୱର ମନ୍ଦିରରୁ କଟକ ଅଭିମୁଖେ ଚାଲିଛନ୍ତି ବହୁ କଂଗ୍ରେସ ନେତା। ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ରାଜ୍ୟବାସୀଙ୍କ ନିକଟତର ହେବାକୁ ଯୋଜନା କରିଛି ଦଳ। ହେଲେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଏହି ପଦଯାତ୍ରାରେ ଦଳୀୟ ବିଧାୟକ ମହମ୍ମଦ ମୋକିମ ସାମିଲ ନ ହେବାକୁ ନେଇ ଜୋର ଧରିଛି ଚର୍ଚ୍ଚା।

ନିର୍ବାଚନ ଜିତିବାକୁ ହେଲେ ରାଜନୈତିକ ଦଳକୁ ନିଜ ସପକ୍ଷରେ ବାତାବରଣ ସୃଷ୍ଟି କରିବାକୁ ପଡିବ। ଏହି ଆଧାରରେ କଂଗ୍ରେସ ଭାରତ ଯୋଡୋ ଯାତ୍ରା ଢାଞ୍ଚାରେ ଓଡ଼ିଶାରେ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଛି। ଯାତ୍ରାର ଦ୍ଵିତୀୟ ଦିନରେ ଲକ୍ଷେସ୍ୱର ମନ୍ଦିରରୁ କଂଗ୍ରେସ ନେତା କର୍ମୀ ବାହାରି ଗୋପାଳପୁର ଅଭିମୁଖେ ଯାଇଛନ୍ତି। ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଯାତ୍ରା ସମୟରେ ଉଠାଉଛି କଂଗ୍ରେସ। ଓଡ଼ିଶା କଂଗ୍ରେସର ଭାରତ ଯୋଡ ଯାତ୍ରାରେ ବହୁ କଂଗ୍ରେସ ନେତା କର୍ମକର୍ତ୍ତା ସାମିଲ ହୋଇଛନ୍ତି। କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତିଙ୍କୁ ସ୍ଵାଗତ କରାଯାଇଥିଲା। ଏଥିପାଇଁ ସବୁ ବର୍ଗକୁ ଯାତ୍ରାରେ ଯୋଡ଼ିବାକୁ ପ୍ରୟାସ କରୁଛି ଦଳ। ଏହି ଯାତ୍ରା ୯୦ ଦିନ ଧରି ଚାଲିବ।

ଏହି ପରିବର୍ତ୍ତନ ଯାତ୍ରାରେ ୨୨୫୦ କିଲୋମିଟର ପାଦରେ ବୁଲିବେ ପିସିସି ସଭାପତି। ରାଜ୍ୟର ୧୯ ସଂସଦୀୟ କ୍ଷେତ୍ରର ୨୭ ଜିଲ୍ଲାକୁ ଛୁଇଁବ ଭାରତ ଯୋଡ ଯାତ୍ରା। ଯାତ୍ରାକୁ ନେଇ କଂଗ୍ରେସ ଉତ୍ସାହିତ ଥିବାବେଳେ କିନ୍ତୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପଦଯାତ୍ରାରେ ସାମିଲ ନ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। କଟକ ମଧ୍ୟ ଦେଇ ଯାତ୍ରା ଯାଉଥିବା ବେଳେ ସ୍ଥାନୀୟ ବିଧାୟକ ମୋକିମ ଏଥିରେ ସାମିଲ ନ ହେବା କଂଗ୍ରେସ ଦଳରେ ରହିଥିବା ଫାଟକୁ ସ୍ପଷ୍ଟ କରିଛି। ହେଲେ କଂଗ୍ରେସ ନେତାଙ୍କ କହିବା କଥା ଯେ ମହମ୍ମଦ ମୋକିମ ଆଉ କଣ ଦଳରେ ଅଛନ୍ତି।

ଦଳ ପକ୍ଷରୁ ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ବୁଦ୍ଧିଜୀବୀ, ମହିଳା ସଙ୍ଗଠନ, ସାଂସ୍କୃତିକ ସଙ୍ଗଠନ, ଯୁବ ଓ ଛାତ୍ର ସଙ୍ଗଠନ, ଚାଷୀ, ଶ୍ରମିକ ସଙ୍ଗଠନଙ୍କୁ ଯାତ୍ରାରେ ସାମିଲ କରିବ କଂଗ୍ରେସ। ପ୍ରତିଦିନ ୨୦ କିମି ପଦଯାତ୍ରା ଅନୁଷ୍ଠିତ ହେବ। ଯାତ୍ରା ଶେଷରେ କଣ୍ଟେନର ଏବଂ ଟେଣ୍ଟ ଠାରେ ରହିବାର ବ୍ୟବସ୍ଥା ହୋଇଛି। ଏହି ଯାତ୍ରା ଆସନ୍ତାକାଲି ଜଗତପୁର ଟାଙ୍ଗୀ ଟୋଲ ଗେଟ ଦେଇ ଯାଜପୁର ଅଭିମୁଖେ ବାହାରିବ।