Sinzo Abe Narendra Modi: 'ୟେ ଦୋସ୍ତି ହମ ନେହିଁ ତୋଡେଙ୍ଗେ'
Advertisement

Sinzo Abe Narendra Modi: 'ୟେ ଦୋସ୍ତି ହମ ନେହିଁ ତୋଡେଙ୍ଗେ'

Modi Abe Friendship: ଭାରତ ଏବଂ ଜାପାନ ଉଭୟ ଦେଶର ସରକାରୀ ବନ୍ଧୁତା  ରହିବା ସହ ବ୍ୟତୀତ ସିଞ୍ଜୋ ଆବେ ଏବଂ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବ୍ୟକ୍ତିଗତ ବନ୍ଧୁତା ରହିଥିଲା।

 Sinzo Abe Narendra Modi: 'ୟେ ଦୋସ୍ତି ହମ ନେହିଁ ତୋଡେଙ୍ଗେ'

India Japan Relation: ହିନ୍ଦୀରେ ଏକ ଲୋକକଥା ଅଛି। ତାହା ହେଉଛି 'ୟେ ଦୋସ୍ତି ହମ ନେହିଁ ତୋଡେଙ୍ଗେ। " ଅର୍ଥାତ ଆମେ ଏହି ବନ୍ଧୁତାକୁ ଭାଙ୍ଗିବୁ ନାହିଁ। ସମୟ କିମ୍ବା ପରିସ୍ଥିତି ବଦଳୁ ହେଲେ ଆମେ ଆମର ଏହି ବନ୍ଧୁତାକୁ ଜାରି ରଖିବୁ। ଯାହାକୁ କାର୍ଯ୍ୟରେ ପରିଣତ କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ବନ୍ଧୁ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାର ଭାଗ ନେବା ଲାଗି ସୋମବାର ସନ୍ଧ୍ୟାରୁ ଜାପାନ ଗସ୍ତରୁ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଦେଶର ବୁଡକାନ ଠାରେ ଅନୁଷ୍ଠିତ ହେବ ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ (Former Japanese Prime Minister) ସିଞ୍ଜୋ ଆବେଙ୍କ (Sinzo Abe) ଅନ୍ତିମ ସଂସ୍କାର। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ସୋମବାର ସନ୍ଧ୍ୟାରୁ ଜାପାନ ଅଭିମୁଖେ ଉଡ଼ାଣ ଭରିଛନ୍ତି। ଉଭୟ ପରସ୍ପରର ବ୍ୟକ୍ତିଗତ ବନ୍ଧୁ ଥିଲେ। ବନ୍ଧୁଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଟୋକିଓସ୍ଥିତି ଆକାସାକା ପ୍ୟାଲେସ୍ ପରିଦର୍ଶନ କରିବେ।

ଏନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଜାପାନ ଗସ୍ତ କରିଛନ୍ତି। ଭାରତ ଏବଂ ଜାପାନ ଉଭୟ ଦେଶର ସରକାରୀ ବନ୍ଧୁତା ବ୍ୟତୀତ ଏହି ଦୁଇ ନେତା ମଧ୍ୟ ପରସ୍ପରର ବ୍ୟକ୍ତିଗତ ବନ୍ଧୁ ଥିଲେ।

ଜାପାନ ସରକାରଙ୍କ ଅନୁଯାୟୀ, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାର  ସେପ୍ଟେମ୍ବର ୨୭ ତାରିଖର ରାଜଧାନୀ ଟୋକିଓସ୍ଥିତ କିଟାନୋମାରୁ ନେସନାଲ ଗାର୍ଡେନ ନିପ୍ପ୍ନ୍ ବୁଡୋକାନ ଠାରେ ଅନୁଷ୍ଠିତ ହେବ। ଏଠାକୁ ଗସ୍ତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଜାପାନ ପ୍ରତିପକ୍ଷ ଫୁମିଓ କିଶିଦାଙ୍କୁ (Japanese Prime Minister Fumio Kishida) ଭେଟିବେ।

ବୈଦେଶିକ ସଚିବ କହିଛନ୍ତି ଯେ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ। ଯେଉଁଥିରେ ଉଭୟ ପକ୍ଷ ସହ ଜଡିତ ଲୋକ ଉପସ୍ଥିତ ରହିବେ। ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀଙ୍କ ରାଜକୀୟ ଅନ୍ତିମ ସଂସ୍କାର ଯୋଗ ଦେବା ଲାଗି ୨୦ ଜଣ ସରକାରୀ ମୁଖ୍ୟଙ୍କ ସମେତ ୧୦୦ ଦେଶର ପ୍ରତିନିଧୀ ଉପସ୍ଥିତ ରହିବେ।

ଭାରତ-ଜାପାନ ମଧ୍ୟରେ ସମ୍ପର୍କ ମଜବୁତ ହେଉଛି। ଉଭୟ ଦେଶ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା, ଜଳବାୟୁ ପରିବର୍ତ୍ତନ, ଶକ୍ତି, ଭିତ୍ତିଭୂମି, ଶିଳ୍ପ ବିକାଶ, ମାନବ ସମ୍ବଳ କ୍ଷେତ୍ରରେ ପରସ୍ପରର ଘନିଷ୍ଠ ସହଯୋଗୀ ରହିଛନ୍ତି। ଜାପାନ ଗସ୍ତ ସମମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କର ଜାପାନ ପ୍ରତିପକ୍ଷ କିଶିଦାଙ୍କ ମଧ୍ୟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଉପରେ ଆଲୋଚନା କରିବେ ହେବ ନା ନାହିଁ ସେ ନେଇ ପ୍ରତିକ୍ରିୟା ରଖି ବିଦେଶ ସଚିବ କହିଛନ୍ତି ଯେ ଏହି ବୈଠକରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଏହାର ଅଗ୍ରଗତି ଉପରେ ଆଲୋଚନା ସହିତ ସମୀକ୍ଷା କରିବେ। ଏହାକୁ ଗୋଟିଏ ପ୍ରସଙ୍ଗରେ ସଂକୀର୍ଣ୍ଣ କରିଦେବା ଠିକ ନୁହେଁ।