ପିତା ଯଶୱନ୍ତଙ୍କୁ ନା ଦ୍ରୌପଦୀ ମୁର୍ମୁଙ୍କୁ; ଜାଣନ୍ତୁ କାହାକୁ ସମର୍ଥନ କରିବେ ବିଜେପି ସାଂସଦ ଜୟନ୍ତ ସିହ୍ନା
Advertisement
Article Detail0/zeeodisha/odisha1229541

ପିତା ଯଶୱନ୍ତଙ୍କୁ ନା ଦ୍ରୌପଦୀ ମୁର୍ମୁଙ୍କୁ; ଜାଣନ୍ତୁ କାହାକୁ ସମର୍ଥନ କରିବେ ବିଜେପି ସାଂସଦ ଜୟନ୍ତ ସିହ୍ନା

Presidential Election 2022: ଏଭଳି ପରିସ୍ଥିତିରେ ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ଦଳଗୁଡ଼ିକ ପ୍ରାର୍ଥୀ ରୂପେ ଘୋଷଣା କରିବା ପରଠାରୁ ତାଙ୍କ ପୁଅ ଜୟନ୍ତ ସିହ୍ନା ଏବେ କାହାକୁ ସମର୍ଥନ କରିବେ? ତାହାକୁ ନେଇ ପ୍ରଶ୍ନ ଉଠିଛି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଜୟନ୍ତ ସିହ୍ନା ସାଂସଦ ଭାବେ ତାଙ୍କ ପିତାଙ୍କୁ ଭୋଟ ଦେବେ ନା ସେ ତାଙ୍କ ଦଳ ବିଜେପିକୁ ସମର୍ଥନ କରିବେ? ଆସନ୍ତୁ ଜାଣିବା ଜୟନ୍ତ ସିହ୍ନା ଉପରେ କ'ଣ କହିଛନ୍ତି...

ପିତା ଯଶୱନ୍ତଙ୍କୁ ନା ଦ୍ରୌପଦୀ ମୁର୍ମୁଙ୍କୁ; ଜାଣନ୍ତୁ କାହାକୁ ସମର୍ଥନ କରିବେ ବିଜେପି ସାଂସଦ ଜୟନ୍ତ ସିହ୍ନା

ନୂଆଦିଲ୍ଲୀ: Presidential Election 2022: ଚଳିତ ଥର ରାଷ୍ଟ୍ରପତି ନିର୍ବାଚନରେ ​​ମୁଖ୍ୟ ପ୍ରତିଯୋଗିତା ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଓ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା (Yashwant Sinha) ଙ୍କ ମଧ୍ୟରେ ହେବାକୁ ଯାଉଛି । ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏନଡିଏ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ନିର୍ବାଚନରେ ​​ମୈଦାନକୁ ଓହ୍ଲାଇଥିବାବେଳେ ୟୁପିଏ ଓ ଅନ୍ୟ କେତେକ ବିରୋଧୀ ଦଳ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ  ମନ୍ତ୍ରୀ ଥିବା ଯଶୱନ୍ତ ସିହ୍ନାଙ୍କୁ ମିଳିତ ପ୍ରାର୍ଥୀ କରିଛନ୍ତି । 

ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କର ବିଜେପି ସହିତ ଗଭୀର ଓ ଦୀର୍ଘ ସମ୍ପର୍କ ରହିଆସିଛି । ତାଙ୍କ ପୁଅ ଜୟନ୍ତ ସିହ୍ନା (Jayant Sinha) ମଧ୍ୟ ଝାଡଖଣ୍ଡର ହଜାରିବାଗରୁ ଲୋକସଭା ସାଂସଦ ଅଛନ୍ତି । ପିତା ଯଶୱନ୍ତ ସିହ୍ନା ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାରରେ ମନ୍ତ୍ରୀ ଥିବାବେଳେ ପୁଅ ଜୟନ୍ତ ସିହ୍ନା ମୋଦିଙ୍କ ଏନଡିଏ ସରକାରରେ ମନ୍ତ୍ରୀ ରହିସାରିଛନ୍ତି ।  

ଏଭଳି ପରିସ୍ଥିତିରେ ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ଦଳଗୁଡ଼ିକ ପ୍ରାର୍ଥୀ ରୂପେ ଘୋଷଣା କରିବା ପରଠାରୁ ତାଙ୍କ ପୁଅ ଜୟନ୍ତ ସିହ୍ନା ଏବେ କାହାକୁ ସମର୍ଥନ କରିବେ? ତାହାକୁ ନେଇ ପ୍ରଶ୍ନ ଉଠିଛି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଜୟନ୍ତ ସିହ୍ନା ସାଂସଦ ଭାବେ ତାଙ୍କ ପିତାଙ୍କୁ ଭୋଟ ଦେବେ ନା ସେ ତାଙ୍କ ଦଳ ବିଜେପିକୁ ସମର୍ଥନ କରିବେ? ଆସନ୍ତୁ ଜାଣିବା ଜୟନ୍ତ ସିହ୍ନା ଉପରେ କ'ଣ କହିଛନ୍ତି...

ଜୟନ୍ତ ସିହ୍ନା ନିଜେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି, ଏହାକୁ ପାରିବାରିକ ବିଷୟ ନକରିବାକୁ ଲୋକଙ୍କୁ ଅପିଲ କରିଛନ୍ତି । ଟ୍ୱିଟରରେ ନିଜର ଭିଡିଓ ବୟାନ ଜାରି କରି ଜୟନ୍ତ ସିହ୍ନା କହିଛନ୍ତି ଯେ, ମୋର ସମ୍ମାନିତ ପିତା ଯଶୱନ୍ତ ସିହ୍ନା ଜୀଙ୍କୁ ବିରୋଧୀଦଳ ଦ୍ୱାରା ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ କରାଯାଇଛି । ଏହି ଘୋଷଣା ପରଠାରୁ ଲୋକମାନେ ଓ ଗଣମାଧ୍ୟମ ମୋତେ ପ୍ରଶ୍ନ କରୁଛନ୍ତି । ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଏହି ସମୟରେ ଆପଣ ମୋତେ ଜଣେ ପୁଅ ଭାବେ ଦେଖନ୍ତୁ ନାହିଁ, ଏହାକୁ ପାରିବାରିକ ପ୍ରସହ୍ଗ କରନ୍ତୁ ନାହିଁ ।

ଏହା ବି ପଢ଼ନ୍ତୁ:-ବିଜେପିର ଦୂର ହେଲା ଟେନସନ୍, ଓଡ଼ିଶାର ଝିଅ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ!

ଏହା ବି ପଢ଼ନ୍ତୁ:-କଂଗ୍ରେସ କାରଣରୁ ସିନ୍ଦେ ଶିବସେନା ବିରୁଦ୍ଧରେ କଲେ ବିଦ୍ରୋହ, ସାମ୍ନାକୁ ଆସିଲା ପୁରା ଘଟଣା

ଏହା ବି ପଢ଼ନ୍ତୁ:-ୟୁକ୍ରେନ ପରେ ନାଟୋ ଦେଶ ଲିଥୁଆନିଆକୁ ନେଇ ବଢ଼ିଲା ଟେନସନ୍; ମୁହାଁମୁହିଁ ଋଷ ଓ ଆମେରିକା, ଜାଣନ୍ତୁ ପୁରା ମାମଲା

 

ନିଜ ପିତାଙ୍କ ବଦଳରେ ଦଳ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବା କଥା ଜୟନ୍ତ କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଜଣେ ବିଜେପି କର୍ମୀ, ହଜାରୀବାଗରୁ ଜଣେ ବିଜେପି ସାଂସଦ । ମୁଁ ମୋର ସାମ୍ବିଧାନିକ ଦାୟିତ୍ୱ ବୁଝିପାରୁଛି ଓ ଏହାକୁ ସମ୍ପୂର୍ଣ୍ଣ ରୂପେ ନିର୍ବାହ କରିବି ।

ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ କରିଥିବାରୁ ଦଳୀୟ ହାଇକମାଣ୍ଡକୁ କୃତଜ୍ଞତା ଜଣାଇ ଜୟନ୍ତ ସିହ୍ନା ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ ଜୀଙ୍କୁ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଅଭିନନ୍ଦନ । ତାଙ୍କ ଜୀବନ ସର୍ବଦା ଜନଜାତି ସମାଜ ଓ ଗରିବ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ରହିଛି । ଏହି ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ କୃତଜ୍ଞତା ।