୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ ବିଜେପି, ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା
Advertisement

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ ବିଜେପି, ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା

Presidential Election 2022: ଜାତି ଭିତ୍ତିକ ଜନଗଣନାର ଦାବି ମଧ୍ୟରେ ରାଜନୈତିକ ଦଳ ଜାଣନ୍ତି ଯେ ଓବିସି (OBC) ଦେଶର ମୋଟ ଜନସଂଖ୍ୟାର ୪୦ ପ୍ରତିଶତରୁ ଅଧିକ ରହିଛି । ଅନ୍ୟପଟେ ମହିଳାମାନେ ଭାରତର ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଅନେକ ଥର କହିଛନ୍ତି ଯେ, ମହିଳାମାନେ ହେଉଛନ୍ତି ବିଜେପିର ନୂଆ ଭୋଟ୍ ବ୍ୟାଙ୍କ । ବିଜେପି ସୂତ୍ରରୁ ପ୍ରକାଶ ଯେ ଦଳ ହୁଏତ ଓବିସି କିମ୍ବା ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ କିମ୍ବା ରାଷ୍ଟ୍ରପତି ପଦ ପାଇଁ ମହିଳା-ଓବିସି ପ୍ରାର୍ଥୀକୁ ଚୟନ କରାଯାଇପାରେ ।

୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ ବିଜେପି, ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା

ନୂଆଦିଲ୍ଲୀ: Presidential Election 2022: ଆଉ କିଛି ମାସର ଅପେକ୍ଷା ଦେଶକୁ ପୁଣି ମିଳିବ ଏକ ନୂଆ ରାଷ୍ଟ୍ରପତି । ଏଥିପାଇଁ କଳ୍ପନାଜଳ୍ପନା ଓ ବିଭିନ୍ନ ନାମକୁ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି । ଆଗାମୀ ରାଷ୍ଟ୍ରପତି ନିର୍ବାଚନ (Presidential Election) ରେ ଭାରତୀୟ ଜନାତ ପାର୍ଟି (BJP) କାହାକୁ ପ୍ରାର୍ଥୀ (Presidential Candidate) କରିବ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ବିଜେପି କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ  (BJP Presidential Candidate) କରିବ । ଏହା ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ ବିଜେପି ରାଷ୍ଟ୍ରପତି ପଦ ପାଇଁ ଅନ୍ୟ ପଛୁଆ ବର୍ଗ (ଓବିସି)  ସମ୍ୱନ୍ଧିତ ପ୍ରାର୍ଥୀ କିମ୍ବା ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ । ୨୦୨୪ ସାଧାରଣ ନିର୍ବାଚନରେ ସମର୍ଥନ ଯୋଗାଡ଼ ପାଇଁ ବିଜେପି ଏପରି କରିପାରେ । ଦେଶର ଜନସଂଖ୍ୟାରେ ଓବିସି ଓ ମହିଳାମାନଙ୍କର ସର୍ବାଧିକ ପ୍ରତିନିଧିତ୍ୱ ରହିଛି । ଅନୁସୂଚିତ ଜନଜାତି (ଏସଟି), ଅନୁସୂଚିତ ଜାତି (ଏସସି) କିମ୍ବା ଦକ୍ଷିଣ ଭାରତରୁ ପ୍ରାର୍ଥୀ କରିବାକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ସମସ୍ତ ସମ୍ଭାବନାକୁ ତର୍ଜମା କରିବା ଓ ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପ୍ରାର୍ଥୀଙ୍କୁ ମନୋନୀତ କରିବ ।

ଜାତି ଭିତ୍ତିକ ଜନଗଣନାର ଦାବି ମଧ୍ୟରେ ରାଜନୈତିକ ଦଳ ଜାଣନ୍ତି ଯେ ଓବିସି (OBC) ଦେଶର ମୋଟ ଜନସଂଖ୍ୟାର ୪୦ ପ୍ରତିଶତରୁ ଅଧିକ ରହିଛି । ଅନ୍ୟପଟେ ମହିଳାମାନେ ଭାରତର ଜନସଂଖ୍ୟାର ପ୍ରାୟ ଅର୍ଦ୍ଧେକ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଅନେକ ଥର କହିଛନ୍ତି ଯେ, ମହିଳାମାନେ ହେଉଛନ୍ତି ବିଜେପିର ନୂଆ ଭୋଟ୍ ବ୍ୟାଙ୍କ । ବିଜେପି ସୂତ୍ରରୁ ପ୍ରକାଶ ଯେ ଦଳ ହୁଏତ ଓବିସି କିମ୍ବା ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ କିମ୍ବା ରାଷ୍ଟ୍ରପତି ପଦ ପାଇଁ ମହିଳା-ଓବିସି ପ୍ରାର୍ଥୀକୁ ଚୟନ କରାଯାଇପାରେ ।

ସେପଟେ ସୂତ୍ରରୁ ଜଣାପଡ଼ିଛି ଯେ, ସମସ୍ତ ସାମାଜିକ ସମୀକରଣ ମଧ୍ୟରେ ଏସସି ସମ୍ପ୍ରଦାୟରୁ ଜଣଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ସମ୍ଭବ ନୁହେଁ କାରଣ ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (President Ram Nath Kovind) ଏହି ସମ୍ପ୍ରଦାୟର ଆସନ୍ତୁ । ଏଥର ଏସସି ସମ୍ପ୍ରଦାୟର କୌଣସି ନେତାଙ୍କୁ ସୁଯୋଗ ଦିଆଯିବାର ବହୁତ କମ୍ ସମ୍ଭାବନା ଅଛି । ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଚଳିତ ଥର ଓବିସି ଓ ମହିଳାମାନଙ୍କୁ ଅଧିକ ପସନ୍ଦ କରାଯାଉଛି ।

ଉତ୍ତରପ୍ରଦେଶରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ସମସ୍ତ ରାଜ୍ୟରେ ଓବିସି (OBC) ଏକ ବଡ଼ ଶକ୍ତି । ନିକଟ ଅତୀତରେ ସମ୍ପନ୍ନ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​ଓବିସିର କିଛି ନେତା ଦଳ ଛାଡିବା ସତ୍ତ୍ୱେ ବିଜେପିକୁ ଏହି ସମ୍ପ୍ରଦାୟରୁ ଭାରି ସମର୍ଥନ ମିଳିଛି । ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ବିଜେପିର ସହଯୋଗୀ ଜେଡି-ୟୁ ସମେତ ପ୍ରାୟ ସମସ୍ତ ଦଳ ଓବିସି ସମୁଦାୟର ବିଶ୍ୱାସ ଜିତିବା ପାଇଁ ଜାତି ଆଧାରିତ ଜନଗଣନା ଦାବି କରୁଛନ୍ତି । ଓବିସିରୁ କୌଣସି ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲେ ଆଗାମୀ ଲୋକସଭା ନିର୍ବାଚନରେ ​​ଦଳକୁ ଲାଭ ମିଳିବ ।

ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପାଇଁ କିଣାଯାଉଛି ୧୨୫ କୋଟିର ନୂଆ ବିମାନ

ଏହା ବି ପଢ଼ନ୍ତୁ:-'ମୋଦିଙ୍କୁ ଚିଠି ଲେଖି ଲେଖି ୨୦୧୬ରୁ ଚେତାବନୀ ଦେଇଆସୁଛି, ଶେଷରେ ତାହା ହିଁ ଘଟିଲା'

ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ଚୀନର ୨୦ରୁ ଊର୍ଦ୍ଧ୍ୱ କମ୍ପାନୀର ଖୋଲା ଧମକ, ତିନି ହଜାର କୋଟି ନଦେଲେ...

ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ, ଉଭୟ ମହିଳା ଓ ଓବିସି ନିଶ୍ଚିତ ଭାବରେ ଦେଶର ଭୋଟରଙ୍କ ସବୁଠାରୁ ବଡ଼ ଅଂଶ । ଦଳ ବ୍ୟକ୍ତିଗତ ଭାବରେ କିମ୍ବା ଏକାଠି ଓବିସି ମହିଳା ପ୍ରାର୍ଥୀଙ୍କୁ ମନୋନୀତ କରି ସେମାନଙ୍କୁ ଆକର୍ଷିତ କରିବ । ବର୍ତ୍ତମାନ ଛତିଶଗଡ ରାଜ୍ୟପାଳ ଅନୁସୁୟା ଉଇକି (Chhattisgarh Governor Anusuiya Uikey), ତାମିଲନାଡୁର ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ୍ (Tamil Nadu Governor Tamilisai Sundararajan) ଏବଂ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ (Kerala Governor Arif Mohammad Khan) ଙ୍କ ନାମ ସମ୍ଭାବିତଙ୍କ ମଧ୍ୟରେ ରହିଛି । ଏହା ବ୍ୟତୀତ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ (Former Jharkhand Governor Draupadi Murmu) ଙ୍କ ନାମ ମଧ୍ୟ ବିଜେପିର ରାଷ୍ଟ୍ରପତି ପଦ ପାଇଁ ସାମ୍ନାକୁ ଆସୁଛି ।