Padampur Byelection: ବିଜେପି ପରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, କେବେ ପ୍ରାର୍ଥୀ ଦେବ ବିଜେଡି?
Advertisement
Article Detail0/zeeodisha/odisha1439779

Padampur Byelection: ବିଜେପି ପରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, କେବେ ପ୍ରାର୍ଥୀ ଦେବ ବିଜେଡି?

Uttar Pradesh Politics: ପଦମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ମାମଲାରେ ବିଜେପି-କଂଗ୍ରେସ ଠାରୁ ବିଜେଡ଼ି ପଛରେ ପଡ଼ିଯାଇଛି। ପଦମପୁର ଆସନରୁ କିଏ ହେବ ବିଜେଡ଼ି ପ୍ରାର୍ଥୀ ସେ ନେଇ ଛିଡୁନାହିଁ। ଏହି ଉପନିର୍ବାଚନ ପାଇଁ ଉଭୟ ବିଜେପି-କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଚୟନ କରିସାରିଛନ୍ତି। 

Padampur Byelection: ବିଜେପି ପରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, କେବେ ପ୍ରାର୍ଥୀ ଦେବ ବିଜେଡି?

Padampur Byelection 2022: ରବିବାର ପଦମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଏହି ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଦଳର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ। ପଦମପୁର ଉପନିର୍ବାଚନ ପାଇଁ ବିଜେପି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ପଦମପୁର ଆସନର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଟିକେଟ ଦେଇଛି। ପଦମପୁର ଉପନିର୍ବାଚନରେ ଏହି ୨ ଜାତୀୟ ଦଳର ପୂର୍ବତନ ବିଧାୟକ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।

ପଦମପୁର ଉପନିର୍ବାଚନ ପାଇଁ ବିଜେପି-କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୂଡାନ୍ତ ହେବା ପରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ପ୍ରସ୍ତୁତି ଜାରି ରହିଛି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଆସନ୍ତା ୧୪ ତାରିଖରେ ବିଜେପି ଏବଂ ୧୭ ତାରିଖରେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। 

Also Read: By Election 2022: ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି ଚର୍ଚ୍ଚାରେ ବିଜେପି

ପଦମପୁର ଉପନିର୍ବାଚନ ପଇଁ ଦଳୀୟ ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ସତ୍ୟଭୂଷଣ ସାହୁ। ପ୍ରାର୍ଥୀ ଘୋଷଣାକୁ ନେଇ ପୂର୍ବତନ ବିଧାୟକ ସାହୁ ଖୁସି ବ୍ୟକ୍ତ କରିଛନ୍ତି। ଏନେଇ ସେ କହିଛନ୍ତି ପଦମପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ଫସଲ ବୀମା ସହାୟତା, ବେକାରୀ ସମସ୍ୟା, ପିଇବା ପାନୀୟ ଜଳ ସମସ୍ୟା, ପଦ୍ମପୁରକୁ  ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ଆଦି ସମସ୍ୟାକୁ ମୁଦ୍ଦା କରି ନିର୍ବାଚନ ମଇଦାନକୁ ଓଲ୍ହାଯିବା। ଏହି ନିର୍ବାଚନରେ ଲୋକେ ଉଭୟ ବିଜେପି ଏବଂ ବିଜେଡିକୁ ଉଚିତ ପାନେ ଦେବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ। ଗତ ୨୦୧୯ ନିର୍ବାଚନରେ ପଦମପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସତ୍ୟ ଭୂଷଣ ସାହୁ ୩୩ ହଜାରରୁ ଅଧିକ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।   

ଏହି ଉପନିର୍ବାଚନରେ ଉଭୟ ବିଜେପି-କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଚୟନ କରିସାରିଛନ୍ତି। ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏ, ଯୁବ ବିଜେପି ନେତା ପ୍ରିତେଶ ବହିଦାର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ ଟିକେଟ ପାଇଁ ଆଶାୟୀ ରହିଥିଲେ। ହେଲେ ବିଜେପି ଦଳର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ସୁନୀଲ ଅଗ୍ରୱାଲ ପ୍ରମୁଖ ଟିକେଟ ଦୌଡରେ ସାମିଲ ହୋଇଥିଲେ। ହେଲେ ଶେଷରେ କଂଗ୍ରେସ ଦଳର ପୂର୍ବତନ ବିଧାୟକ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି। 

Also Read: Padampur Bypoll 2022: ପଦମପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, ଏଥର କିଏ ପିନ୍ଧିବେ ବିଜୟ ମୁକୁଟ?

ପଦମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ମାମଲାରେ ବିଜେପି-କଂଗ୍ରେସ ଠାରୁ ବିଜେଡ଼ି ପଛରେ ପଡ଼ିଯାଇଛି। ପଦମପୁର ଆସନରୁ କିଏ ହେବ ବିଜେଡ଼ି ପ୍ରାର୍ଥୀ ସେ ନେଇ ଛିଡୁନାହିଁ। ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଧର୍ମପତ୍ନୀଙ୍କୁ ପ୍ରାର୍ଥୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପଦ୍ମପୁର ଆସନର କିଛି ଲୋକ। ପଦ୍ମପୁର ଉପନିର୍ବାଚନ ପାଇଁ ରବିବାର ବିଜେଡି ପ୍ରାର୍ଥୀ ଘୋଷଣା କରିବା ସମ୍ଭାବନା ରହିଛି। ଦିବଂଗତ ବିଧାୟକଙ୍କ ପରିବାର ଭିତରୁ କିମ୍ବା ବାହାରୁ ପ୍ରାର୍ଥୀ ଦିଆଯିବ ସେ ନେଇ ଚର୍ଚ୍ଚା ଲାଗି ରହିଛି। ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ଙ୍କ ପତ୍ନୀ ତିଲୋତ୍ତମା ସିଂହ ବରିହା ଏବଂ ପୁତୁରା ବୋହୁ ମାଧବୀ ସିଂହ ବରିହା ଦୌଡ଼ରେ ରହିଛନ୍ତି।