Odisha Election 2024: ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡିଲେ ଲେଖାଶ୍ରୀ
Advertisement

Odisha Election 2024: ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳ ଛାଡିଲେ ଲେଖାଶ୍ରୀ

Odisha Election 2024: ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ଶକ୍ତ ଝଟକା । ଦଳକୁ ବାଏ ବାଏ କଲେ ଲେଖାଶ୍ରୀ ସାମନ୍ତସିଂହାର। ରାଜ୍ୟ ବିଜେପିର ଏବଂ ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏ-ନେଇ ସୋସିଆଲ୍ ମିଡିଆରେ ସେ ସୂଚନା ଦେଇଛନ୍ତି।

ସୌଜନ୍ୟ-ସୋସିଆଲ୍ ମିଡିଆ

Odisha Election 2024: ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ଶକ୍ତ ଝଟକା । ଦଳକୁ ବାଏ ବାଏ କଲେ ଲେଖାଶ୍ରୀ ସାମନ୍ତସିଂହାର। ରାଜ୍ୟ ବିଜେପିର ଏବଂ ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏ-ନେଇ ସୋସିଆଲ୍ ମିଡିଆରେ ସେ ସୂଚନା ଦେଇଛନ୍ତି। ଲେଖାଶ୍ରୀ ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ସଦସ୍ୟ ଥିଲେ ।  ଏହି ଅବଧି ମଧ୍ୟରେ ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରି ଆସିଛନ୍ତି । ସେ ନିଜର ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି।

 

ALSO READ: Odisha Eelection 2024: ଆଜି ବିଜେଡି଼ରେ ସାମିଲ ହେବେ ଗଣେଶ୍ବର
ସେ ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଦିର୍ଘ ୧୦ ବର୍ଷ ଧରି ଦଳ ସହ ଅଙ୍ଗାଙ୍ଗି ଭାବେ ଜଡିତ ହୋଇ କାର୍ଯ୍ୟ କରିଛି। ଦଳ ପାଇଁ ବହୁତ୍ କିଛି କରିଛି । ଦଳ ପାଇଁ ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ  ବି ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ ବୋଲି ଅନୁଭବ କରୁଛି। ଏ-ତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ...। ଲେଖାଶ୍ରୀ ଦଳ ଛାଡିବା ପର ବିଜେଡି଼ରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।