Odisha Politics: ସ୍ୱାଧୀନ ଲଢ଼ିବେନି ଖାରବେଳ, ନୀଳଗିରି ବିକଳ୍ପ କଥା କହିଲେ
Advertisement

Odisha Politics: ସ୍ୱାଧୀନ ଲଢ଼ିବେନି ଖାରବେଳ, ନୀଳଗିରି ବିକଳ୍ପ କଥା କହିଲେ

Odisha Politics: ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା ବେଳେ ତାଙ୍କ ନାଁ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରୁ ନଥିବା ଦେଖି ସେ ଖପ୍ପା ହୋଇଯାଇଥିଲେ। ଏହା ରାଜ୍ୟର କିଛି ନେତାଙ୍କ କୁ-ଚକ୍ରାନ୍ତ ବୋଲି ବି ଅଭିହିତ କରିଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ପ୍ରାର୍ଥୀ ପାଇଁ ଚାହୁଁଥିଲେ କିନ୍ତୁ କିଛି ନେତାଙ୍କ ଯୋଗୁ ତାଙ୍କୁ ପ୍ରାର୍ଥୀ କରା ନଯାଇ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣିଥରେ ପ୍ରାର୍ଥୀ ପତ୍ର ଦିଆଯାଇଥିବା ଅଭିଯୋଗ କରିଥିଲେ। 

Odisha Politics: ସ୍ୱାଧୀନ ଲଢ଼ିବେନି ଖାରବେଳ, ନୀଳଗିରି ବିକଳ୍ପ କଥା କହିଲେ

ଭୁବନେଶ୍ୱର: ଏଥର ନିର୍ବାଚନରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳରୁ ଲଢ଼ିବାକୁ ଚାହୁଁ ନାହାନ୍ତି। ପୁଣି ବାଲେଶ୍ୱରରୁ ଟିକଟ ନ ମିଳିବାରୁ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଗଣମାଧ୍ୟମକୁ କହି ରାଜ୍ୟ ବିଜେପିରେ ହଲଚଲ ସୃଷ୍ଟି କରିଥିବା ଖାରବେଳ  ନୀଳଗିରିରୁ  ବିଧାୟକ ଭାବେ ଲଢ଼ିବାକୁ ଆଶା ପୋଷଣ କରିଛନ୍ତି। ଏଥିନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ପ୍ରସ୍ତାବ ଦେଇଥିବା ସେ ଗଣମାଧ୍ୟମକୁ କହିଛନ୍ତି।

ବିଜେପି ଲୋକସଭା ପ୍ରାର୍ଥୀ ଘୋଷଣା ବେଳେ ତାଙ୍କ ନାଁ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରୁ ନଥିବା ଦେଖି ସେ ଖପ୍ପା ହୋଇଯାଇଥିଲେ। ଏହା ରାଜ୍ୟର କିଛି ନେତାଙ୍କ କୁ-ଚକ୍ରାନ୍ତ ବୋଲି ବି ଅଭିହିତ କରିଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ପ୍ରାର୍ଥୀ ପାଇଁ ଚାହୁଁଥିଲେ କିନ୍ତୁ କିଛି ନେତାଙ୍କ ଯୋଗୁ ତାଙ୍କୁ ପ୍ରାର୍ଥୀ କରା ନଯାଇ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣିଥରେ ପ୍ରାର୍ଥୀ ପତ୍ର ଦିଆଯାଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ଦଳୀୟ ଅସନ୍ତୋଷ ସାମ୍ନାକୁ ଆସିଥିଲା। ଏପରିକି ଖାରବେଳ ବାଲେଶ୍ୱର ଆସନରୁ ପ୍ରତାପଙ୍କୁ ବାହାର କରି କନ୍ଧମାଳ ଆସନରେ ଲଢ଼ିବାକୁ ସୁଯୋଗ ଦେବାକୁ କହିଥିଲେ। କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ତାଙ୍କ କଥାକୁ ସ୍ୱୀକାର ନ କରିବାରୁ ସେ ଏବେ ତାଙ୍କୁ ଦେଇଛନ୍ତି। ସେ ସ୍ୱାଧୀନ ଭାବରେ ଲଢ଼ିବେ ବୋଲି ଯାହା କହିଥିଲେ ତାହା ଉତ୍ତେଜନା କାରଣରୁ କହିଥିଲେ। ଏବେ ସେ ନୀଳଗିରି ଆସନରୁ ବିଧାୟକ ପାଇଁ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।

Also Read- ଦିଲ୍ଲୀରେ ୩ଜଣଙ୍କୁ ଆକ୍ରମଣ କଲା ଚିତାବାଘ, ଲୋକଙ୍କ ମନରେ ଭୟ

Also Read- Sukra Rahu Yuti: ସୂର୍ଯ୍ୟ-ରାହୁଙ୍କ ସହ ଶୁକ୍ରଙ୍କ ମିଶ୍ରଣ, ଏହି ରାଶିକୁ ବଡ଼ ଲାଭ