Karnataka Politics: 'PayCM' ପୋଷ୍ଟର ମାରିଲା କଂଗ୍ରେସ, ଘେରିଲା ବିଜେପି
Advertisement
Article Detail0/zeeodisha/odisha1363044

Karnataka Politics: 'PayCM' ପୋଷ୍ଟର ମାରିଲା କଂଗ୍ରେସ, ଘେରିଲା ବିଜେପି

Pay CM Poster Politics:  ଉଭୟ କଂଗ୍ରେସ-ବିଜେପି ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି QR କୋଡ୍ ରହିଥିବା ପୋଷ୍ଟର ବ୍ୟବହାର କରିଛନ୍ତି।

Karnataka Politics: 'PayCM' ପୋଷ୍ଟର ମାରିଲା କଂଗ୍ରେସ, ଘେରିଲା ବିଜେପି

BJP vs Congress: ଶାସକ ବିଜେପି ଏବଂ ବିରୋଧି କଂଗ୍ରେସ ମଧ୍ୟରେ ପୋଷ୍ଟର ଯୁଦ୍ଧକୁ ନେଇ ସରଗରମ ହୋଇଉଠିଛି କର୍ଣ୍ଣାଟକ ରାଜନୀତି। ଉଭୟ ପକ୍ଷ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି QR କୋଡ୍ ରହିଥିବା ପୋଷ୍ଟର ବ୍ୟବହାର କରିଛନ୍ତି। ବିରୋଧୀ କଂଗ୍ରେସ ପ୍ରଥମେ 'PayCM' ପୋଷ୍ଟର ମାରିଥିଲା। ଏହା ପରେ ଶାସକ ବିଜେପି କର୍ଣ୍ଣାଟକ ବିରୋଧି ଦଳ ନେତା ସିଦ୍ଧରମୈୟା ଏବଂ ରାଜ୍ୟ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କ ଫୋଟ ରହିଥିବା ଏକ QR କୋଡ୍ ପୋଷ୍ଟର ମାରି ପାଲଟା ଜବାବ ଦେଇଛି।

କଂଗ୍ରେସ (Karnataka Congress) ଦ୍ୱାରା ଲଗାଯାଇଥିବା 'Pay CM' ପୋଷ୍ଟର (Karnataka Pay CM Poster) ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ (Karnataka CM Basavaraj Bommai) ଫଟୋ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁମାନେ ଏହି QR କୋଡ୍ ସ୍କାନ୍ କରିବେ ଏହା ମଧ୍ୟରୁ ୪୦%  sarkar.com ୱେବସାଇଟ ପାଖକୁ ଯିବ। ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ଫଟୋ ଥିବା ଏଭଳି ପୋଷ୍ଟର ମାରିବାକୁ ନେଇ କର୍ଣ୍ଣାଟକ ରାଜନୀତିରେ (Karnataka Politics) ଉଭୟ ବିଜେପି-କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ଏକ ନୂଆ ରାଜନୈତିକ ଯୁଦ୍ଧ (BJP Congress Political Fight)। 

ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଶାସନ ତୁରନ୍ତ ବିବିଏମପି କର୍ମଚାରୀଙ୍କୁ (BBMP Staff) ବେଙ୍ଗାଲୁରୁ ସହରର (Bengaluru City) ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ଏହି ପୋଷ୍ଟର ହଟାଇବାକୁ କହିଛି। ଏନେଇ ପ୍ରତିକ୍ରିୟା ରଖି ବିଜେପି ଏମଏଲସି ରବି କୁମାର (BJP MLC Ravi Kumar) କହିଛନ୍ତି ଯେ କଂଗ୍ରେସ ନେତା ଆମ ମୁଖ୍ୟମନ୍ତ୍ରୀ ପ୍ରଚାର ଅଭିଯାନ ପାଇଁ ଏଭଳି ପୋଷ୍ଟର ଲଗାଇଛନ୍ତି। ହେଲେ  ଏହି ପୋଷ୍ଟର ରେ QR କୋଡ୍ ସ୍କାନ୍ କରିବା ପରେ ଯାହା ମିଳିବ ତାହା ସେମାନେ ରାହୁଲ ଗାନ୍ଧୀଙ୍କୁ ପ୍ରଦାନ କରିବେ।

Also Read: President Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅଭିଯୋଗ ଆଣିଲା କର୍ଣ୍ଣାଟକ କଂଗ୍ରେସ

ବିଜେପି ଏମଏଲସି ରବି କୁମାର କହିଛନ୍ତି ଯେ ବିରୋଧି ଦଳ ନେତା ସିଦ୍ଧରମୈୟାଙ୍କୁ (Karnataka Opposition Leader Siddaramaiah) ଏକ ଘଣ୍ଟା ଦରକାର। ଏଥିପାଇଁ ତାଙ୍କୁ ଦେୟ ଦେବାକୁ ଦିଅନ୍ତୁ। ପୂର୍ବତନ ଅଧ୍ୟକ୍ଷ ରମେଶ କୁମାର ସର୍ବସାଧାରଣରେ କହି ସାରିଛନ୍ତି ଯେ ସେ ଚାରି ପିଢି ପାଇଁ ଟଙ୍କା ରୋଜଗାର କରିଛନ୍ତି। ସେମାନଙ୍କୁ ଦେୟ ଦେବାକୁ ଦିଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ବେଳେ ସମୟ ଏବଂ ସମ୍ମାନ ଉପରେ ନଜର ରହିବା ଆବଶ୍ୟକ। ଅନ୍ୟପଟେ କଂଗ୍ରେସ ବିଧାୟକ ତଥା ଗଣମାଧ୍ୟମ ପ୍ରଭାରୀ ପ୍ରିୟାଙ୍କ ଖାର୍ଗ (Congress MLA Priyank Kharge) କହିଛନ୍ତି "Pay CM" ଅଭିଯାନ ବ୍ୟକ୍ତିଗତ ନୁହେଁ। ଏନେଇ କଂଗ୍ରେସ ବିଧାୟକ କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ଯାହା ଆଲୋଚନା ହେଉଛି ତାହା ପ୍ରଚାର ପାଇଁ ନିଆଯାଉଛି। 

ବିଜେପି ପକ୍ଷରୁ କଥିତ ରୂପରେ ଲଗା ଯାଇଥିବା ଅନ୍ୟ ଏକ ପୋଷ୍ଟର ରେ ବିରୋଧି ଦଳ ନେତା ସିଦ୍ଧରମୈୟା ଏବଂ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଶିବ କୁମାରଙ୍କ (Congress President Shivakumar) ଫଟୋ ରହିଛି। ଯାହା ଦ୍ୱାରା ଲୋକଙ୍କୁ ଲୁଟ୍ କରିବା ଏବଂ ବ୍ୟବସ୍ଥାକୁ ଧ୍ୱଂସ କରିବା ଲାଗି ଉଭୟ ରାଜ୍ୟରୁ ଉଭୟଙ୍କୁ ବାହାର କରିବା ପାଇଁ QR କୋଡ୍ ସ୍କାନ୍ କରିବାକୁ କୁହାଯାଇଛି। ଏହି ପୋଷ୍ଟର ରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଉଭୟେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରୁଛନ୍ତି ଯେ କିପରି ରାଜ୍ୟକୁ ଧ୍ୱଂସ କରାଯିବ, ମିଥ୍ୟା ପ୍ରଚାର କରାଯିବେ ଏବଂ କିପରି ଶାନ୍ତି ଭଙ୍ଗ କରାଯିବ। 

ପୋଷ୍ଚର ମରାଯିବା ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ରାଜ୍ୟ ଗୃହ ବିଭାଗ ପାଖରୁ ଏକ ରିପୋର୍ଟ ମାଗିଛନ୍ତି। ଏହି ମାମଲା ପ୍ରଶାସନ ନଜରକୁ ଆସିବା ପରେ ସର୍ବସାଧାରଣ ସ୍ଥାନରେ ଲଗା ଯାଇଥିବା ଏହି ପୋଷ୍ଟର ହଟାଇ ଦିଆଯାଇଛି।