Advertisement
Photo Details/zeeodisha/odisha2535797
photoDetails0hindi

Guru Gochar 2025: ୨୦୨୫ ଶେଷ ଯାଏଁ ଏହିସବୁ ରାଶି ଉପରେ ରହିବ ବୃହସ୍ପତିଙ୍କ ଶୁଭଦୃଷ୍ଟି, ବର୍ଷସାରା ହେବ ଧନବର୍ଷା!

Guru Gochar 2025: ବୌଦିକ ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଧନ, ଜ୍ଞାନ, ଦାନ, ସନ୍ତାନ ଓ ପୁଣ୍ୟର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ  ଗତକାଲି ରାତି ୧ଟା ୧୦ ମିନିଟ୍ ସମୟରେ ବୃହସ୍ପତି ମୃଗଶିରା ନକ୍ଷତ୍ର ଛାତି ରୋହିଣୀ ନକ୍ଷତ୍ରକୁ ଚଳନ କରିଛନ୍ତି। ଦେବଗୁରୁଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକ ବା ରାଶିରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ରହିବ। ତେବେ, ବ୍ୟକ୍ତି ଜଣକ ଜୀବନରେ ସୁଖ -ସମୃଦ୍ଧି ଓ ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାଏ ବୋଲି ବିଶ୍ବାସ ରହିଛି। ୨୦୨୫ ପର୍ଯ୍ୟନ୍ତ ବୃହସ୍ପତିଙ୍କ ଶୁଭଦୃଷ୍ଟି ଏହିସବୁ ରାଶି ଉପରେ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି।...  
 

1/5

ବୃଷ: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଶେଷକରି,  କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ଆୟରେ ବୃଦ୍ଧି ଘଟିବ। ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ବାଣିଜ୍ୟ-ବ୍ୟବସାୟରେ ଭଲ ଦ୍ବି-ପଇସା ଲାଭ ହେବ। ବାକି ପଡିଥିବା ଅର୍ଥ ପାଇବେ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ସାଥୀଙ୍କ ସହ ଡେଟ୍-ରେ ଯିବେ। କ୍ବାଲିଟି ଟାଇମ୍ ଅତିବାହିକ କରିବେ। ସ୍ବାସ୍ଥ୍ଯ ଭଲ ରହିବ। 

ALSO READ:  ଡିସେମ୍ବରରେ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଧନୀ ହେବା କିଣିବେ ନୂଆ ଘର !

ALSO READ:  Shani Gochar 2025: ୨୦୨୫ରେ ଶନିଙ୍କ ଶୁଭ ଚଳନ,ବଦଳିବ ୫ରାଶିଙ୍କ ଭାଗ୍ୟ,ବର୍ଷସାରା ହେବ ଟଙ୍କା ବର୍ଷା!

2/5
କର୍କଟ: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିର ଭାଗ୍ୟ ଉଦୟ କରିବ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ସମୟ ମଧ୍ୟରେ ନୂଆ ଗାଡି କିଣିବେ।  କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଆୟ-ବ୍ୟୟ ସମାନ ରହିବ। ବିଦେଶରେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଏହି ସମୟରେ ବାଣିଜ୍ୟ-ବ୍ୟବସାୟ ବିଦେଶରେ ଆରମ୍ଭ କଲେ ଭଲ ଲାଭ ପାଇବେ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ କୌଣସି ଭଲ ସଂସ୍ଥାରୁ ଚାକିରି ନେଇ ଅଫର ଲେଟର କିମ୍ବା ଫୋନ୍ କଲ ଆସିବ। ପିତାମାତଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ।  କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ଋଣ ଆଣିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ପ୍ରେମୀମାନେ ନିଜ ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ।    ALSO READ: Weather Update: ବାତ୍ୟାରେ ପରିଣତ ହେବ ଅବପାତ! ପ୍ରଭାବରେ ଆଜି ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା

3/5
କନ୍ୟା: ବୃହସ୍ପତିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଆଜିଠୁ ବଦଳିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ପାଇଁ ଭୂରି ଭୂରି ପ୍ରଂଶସା କରିବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ବିଦେଶ ଯାତ୍ରାର ଯୋଗ ରହିଛି। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। କ୍ରୀଡା କ୍ଷେତ୍ରରେ କାର୍ଯ୍ୟରତ ଲୋକେ କ୍ୟାରିୟରରେ ଅଗ୍ରଗତି କରିବେ। ଜୀବନ ସାଥୀଙ୍କ ଠାରୁ ପ୍ରେରଣା ପାଇବେ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ପ୍ରେମ ବିବାହରେ ଲାଗି ରହିଥିବା ସମସ୍ୟା ଦୂର ହେବ। ନିଜ ସାଥୀଙ୍କୁ ବିବାହ କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

4/5
ଧନୁ: ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବ-ଅପେକ୍ଷା ଭଲ ରହିବ। କର୍ମକ୍ଷତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ସରକାରୀ ଚାକିରି ଆଶାରେ ଥିବା ଆଶାଙ୍କ ସ୍ବପ୍ନ ପୂରଣ ହେବ। ଆମଦାନୀ ଓ ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ଲୋକଙ୍କ ଲାଭ ବ୍ୟବସାୟରେ ବଢିବ। ଆଶା କରୁଥିବା ଦିଗରୁ ଟଙ୍କା ମିଳିବ। ଏହି ସମୟରେ ସେୟାର ବଜାରରେ ଟଙ୍କା ବିନିଯୋଗ କଲେ, ଭଲ ରିଟର୍ଣ୍ଣ ପାଇବେ। ଲଟେରୀ ଓ ପୁରୁଣା ବିନିଯୋଗରୁ ମାଲାମାଲ୍ ହେବେ। ପରିବାରରେ ହସ-ଖୁସିରେ ମାହୋଲ୍  ଲାଗି ରହିବ।  ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମୀମାନେ ସାଥୀଙ୍କ ଠାରୁ ବିବାହର ପ୍ରତିଶ୍ରୃତି ପାଇବେ।ଋତୁ ଜନିତ ସ୍ବାସ୍ଥ୍ୟ ସମସ୍ୟା, ଥଣ୍ତା, ଜ୍ବର, କାଶ ଭଳ ସମସ୍ୟା ଦେଖାଦେଇପାରେ।  

5/5
ମକର: ବୃହସ୍ପତିଙ୍କ ଶୁଭଦୃଷ୍ଟି ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନାବାନ୍ କରାଇବ। କ୍ୟାରିୟର ଦୃଷ୍ଟିରୁ ସମୟ ଅନୁକୂଳ ରହିବ। କଳା, ସାହିତ୍ୟ, ସାମ୍ବାଦିକା, ପ୍ରଶାସନିକ ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ କୌଣସି ସଭା ସମିତିରେ ସମ୍ମାନୀତ ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟୀରେ ନୂଆ ଯୋଜନା କାର୍ଯ୍ୟକାରୀ କରିବାରେ ସମର୍ଥ ହେବେ। ଫଳରେ, ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। କ୍ଷତି ସହୁଥିବା ବ୍ୟବସାୟୀଙ୍କ ବ୍ୟବସାୟରେ ପରିବର୍ତ୍ତନ ଆସିବ। ଋଣ ଆଣିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ପରିବାର ଠାରୁ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ ପାଇବେ। ପ୍ରେମ ଜୀବନରେ ଉନ୍ନତି ଆସିବ। ସାଥୀଙ୍କ ସହ ଭଲ ସମୟ ବିତାଇବେ। ସ୍ବାସ୍ଥ୍ୟ ଜନିତ ଲାଗି ରହିଥିବା ସମସ୍ୟା ଦୂର ହେବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)