Kadaknath Mumbaikar: ସାମନା ସମ୍ପାଦକୀୟରେ ସଞ୍ଜୟ ରାଉତଙ୍କ ନେଲା ସ୍ଥାନ
Advertisement
Article Detail0/zeeodisha/odisha1315905

Kadaknath Mumbaikar: ସାମନା ସମ୍ପାଦକୀୟରେ ସଞ୍ଜୟ ରାଉତଙ୍କ ନେଲା ସ୍ଥାନ

Kadaknath Mumbaikar: ଯେତେବେଳେ କଡକନାଥ ମୁମ୍ବାଇକର  ବାବଦରେ ଜାଣିବାକୁ ଚେଷ୍ଟା କରାଗଲା ସେତେବେଳେ ସାମନା କାର୍ଯ୍ୟାଳୟ ପକ୍ଷକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲା।

Kadaknath Mumbaikar: ସାମନା ସମ୍ପାଦକୀୟରେ ସଞ୍ଜୟ ରାଉତଙ୍କ ନେଲା ସ୍ଥାନ

Kadaknath Mumbaikar: ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲ ଠାରେ ବନ୍ଦ ଅଛନ୍ତି ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ଯେହେତୁ ସେ କାରଗାରରେ ଅଛନ୍ତି ତାଙ୍କ ଅନୁପସ୍ଥିତିରେ ଶିବସେନା ମୁଖପତ୍ର  ସାମନାରେ ଉଗ୍ର ସମ୍ପାଦକୀୟ ଏବଂ ସାପ୍ତାହିକ ସ୍ତମ୍ଭ କିଏ ଲେଖିବେ ବୋଲି ପ୍ରଶ୍ନ ଉଠୁଥିଲା। ଯେତେବେଳେ ସାମନାର ସାପ୍ତାହିକ ସ୍ତମ୍ଭରେ କଡକନାଥ ମୁମ୍ବାଇକର ନାମରେ ପ୍ରକାଶିତ ଏକ ସ୍ତମ୍ଭ ସାମ୍ନାକୁ ଆସିଲା ସେତେବେଳେ ଲୋକଙ୍କ କୌତୂହଳ ବଢିଯାଇଥିଲା। ଏହି ନାମ ସମ୍ପୂର୍ଣ୍ଣ ଅଜଣା ଥିବାରୁ ଅନେକ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଯେତେବେଳେ କଡକନାଥ ମୁମ୍ବାଇକର (Kadaknath Mumbaikar) ବାବଦରେ ଜାଣିବାକୁ ଚେଷ୍ଟା କରାଗଲା ସେତେବେଳେ ସାମନା କାର୍ଯ୍ୟାଳୟ (Shiv Sena Mouthpiece Saamana Office) ପକ୍ଷକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲା। ଏନେଇ କୁହାଯାଇଥିଲା ଯେ ଏହା ଉପରେ କହିବାର ଅଧିକାର ସାମନା ସମ୍ପାଦକ ଉଦ୍ଧବ ଠାକରେଙ୍କ (Saamana Editor Uddhav Thackeray) ପାଖରେ ରହିଛି। ସୂତ୍ରରୁ ମିଳିଥିବା ଖବର ଅନୁସାରେ କଡକନାଥ ମୁମ୍ବାଇକର ନାମ ହେଉଛି ସାପ୍ତାହିକ ସ୍ତମ୍ଭ ପାଇଁ ବ୍ୟବହୃତ ଏକ ସ୍ତମ୍ଭର ନାମ।

Also Read: Sanjay Raut: ED କାର୍ଯ୍ୟାନୁଷ୍ଠାକୁ ନେଇ ବିଜେପି ବିରୋଧରେ ବର୍ଷିଲେ ଉଦ୍ଧବ ଠାକରେ

ଏହାପୂର୍ବରୁ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ (Shivsena Rajya Sabha MP Sanjay Raut) ଅସୁବିଧା ବଢିଯାଇଥିଲା ଯେତେବେଳେ ତାଙ୍କ ନାମରେ ସାପ୍ତାହିକ ସ୍ତମ୍ଭ ସାମନାରେ ପ୍ରକାଶିତ ହେଉଥିଲା। ଏହା ପରେ ସାମନା ସାପ୍ତାହିକ ସ୍ତମ୍ଭକୁ ଯାଞ୍ଚ କରାଯିବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଥିଲା। ସାମାନା ଦ୍ୱାରା ପ୍ରକାଶିତ ଏହି 'ରୋକଠୋକ' ସାପ୍ତାହିକ ସ୍ତମ୍ଭ ୭ ଜୁଲାଇରେ ସଞ୍ଜୟ ରାଉତଙ୍କ ନାମରେ ପ୍ରକାଶିତ ହୋଇଥିଲା। 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ସୂତ୍ର ଅନୁଯାୟୀ, ସଞ୍ଜୟ ରାଉତଙ୍କୁ କାରାଗାରରେ ରହିଥିବା ସମୟରେ ସମ୍ପାଦକୀୟ କିମ୍ବା ସ୍ତମ୍ଭ ଲେଖିବାକୁ ଅନୁମତି ନାହିଁ। ତାଙ୍କ ନାମରେ ପ୍ରକାଶିତ ସ୍ତମ୍ଭରେ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂହ କୋଶାୟାରୀଙ୍କ ବିବୃତ୍ତି ଏବଂ ଗିରଫ ପରେ ଘଟିଥିବା ଘଟଣାକ୍ରମ ବାବଦରେ ଉଲ୍ଲେଖ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ବିଭିନ୍ନ ସମ୍ଭାବ୍ୟ ପରିସ୍ଥିତି ବାବଦରେ ଅନୁସନ୍ଧାନ କରୁଛନ୍ତି। କାରାଗାରାରେ ଥିବାବେଳେ ରାଉତ ନିଜେ ସ୍ତମ୍ଭ ଲେଖିଛନ୍ତି ନା କାହାକୁ ସବିଶେଷ ତଥ୍ୟ ଦେଇଛନ୍ତି ନା ସାମାନା କର୍ମଚାରୀ ତାଙ୍କ ନାମରେ ଏହି ସ୍ତମ୍ଭ ଲେଖିଛନ୍ତି? ଏହି କାରଣରୁ ରବିବାର ପ୍ରକାଶିତ କଡକନାଥ ମୁମ୍ବାଇକର ସ୍ତମ୍ଭ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି।

Also Read: Maharashtra Political Crisis: ସାମନା ଜରିଆରେ ବିଜେପି ବିରୋଧରେ ବର୍ଷିଲା ଶିବସେନା

ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ଶିବସେନା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଗତ ଜୁଲାଇ ୩୧ ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମମଲାରେ ତାଙ୍କର ହେପାଜତ ଅବଧିକୁ ସେପ୍ଟମ୍ବର ୫ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଆସନ୍ତା ସେପ୍ଟମ୍ବର ୫ ତାରିଖ ପର୍ଯ୍ୟନ୍ତ ପାତ୍ରାଚଲ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ରହିବେ। ବର୍ତ୍ତମାନ ସେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲ ଠାରେ ବନ୍ଦ ଅଛନ୍ତି। କାରାଗାରରେ ରହିବା ସମୟରେ ସେ ପୁସ୍ତକ ମଧ୍ୟ ଲେଖୁଛନ୍ତି। ଜେଲ ନିୟମ ଅନୁସାରେ କାରାଗାଗରେ ରହୁଥିବା ଥିବା ପ୍ରତ୍ୟେକ ବିଚରାଧିନ କଏଦୀଙ୍କୁ କାଗଜ କଲମ ଲିଖନ ସାମଗ୍ରୀ ଦିଆଯାଏ।