Hate Speech Case: ନିର୍ବାଚନ ଆୟୋଗକୁ ମିଳିଛି କେତେ ଅଭିଯୋଗ?
Advertisement

Hate Speech Case: ନିର୍ବାଚନ ଆୟୋଗକୁ ମିଳିଛି କେତେ ଅଭିଯୋଗ?

Election Commission of India: ଗତ ୨୦୧୯ ଲୋକସଭା ନିର୍ବାଚନ ପରେ ଅନୁଷ୍ଠିତ ସମସ୍ତ ବିଧାନସଭା ନିର୍ବାଚନ ପାଇଁ ସଂକେତ, ସୋସିଆଲ ମିଡିଆ ପ୍ଲାଟଫର୍ମ ର ସ୍ୱତନ୍ତ୍ରତା, ନିରପେକ୍ଷ ଏବଂ ନୈତିକ ବ୍ୟବହାର ତଥା ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ବଜାୟ ରଖିବା ପାଇଁ ପ୍ରସ୍ତୁତ କରାଯାଇଛି।

 Hate Speech Case: ନିର୍ବାଚନ ଆୟୋଗକୁ ମିଳିଛି କେତେ ଅଭିଯୋଗ?

Election Commission of India: ବିଗତ କିଛି ବର୍ଷ ମଧ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ସମୟରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ବିବାଦୀୟ ଭାଷଣ ବିରୋଧରେ ଭାରତୀୟ ନିର୍ବାଚନ ଆୟୋଗକୁ ମିଳିଛି ମୋଟ ୧୩୦ ଅଭିଯୋଗ। ପୋଲ ପ୍ୟାନେଲ ତଥ୍ୟ ଦର୍ଶାଉଛି ଯେ ଗତ ୨୦୧୯ ଲୋକସଭା ନିର୍ବାଚନ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ବିବାଦୀୟ ଭାଷଣକୁ ନେଇ ସର୍ବାଧିକ ୫୯ ଅଭିଯୋଗ ଗ୍ରହଣ କରାଯାଇଥିଲା। ଏହା ପରେ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ଏ ସମ୍ପର୍କିତ ମୋଟ ୩୪ ମାମଲା ରୁଜୁ ହୋଇଥିଲା। 

ଗତ ବର୍ଷ ଦେଶର ଆସାମ (Assam), ପଶ୍ଚିମବଙ୍ଗ (West Bengal), ତାମିଲନାଡୁ (Tamilnadu), କେରଳ (Kerala) ଏବଂ ପୁଦୁଚେରୀ (Puducherry) ଆଦି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ (Assembly Election 2021) ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ (Social Media Platform) ଜରିଆରେ ବିବାଦୀୟ ଭାଷଣ (Hate Speech) ସହ ଜଡ଼ିତ ମୋଟ ୨୯ ଅଭିଯୋଗ ନିର୍ବାଚନ ଆୟୋଗ (Election Commission) ନିକଟରେ କରାଯାଇଥିଲା। ସେହିଭଳି ଚଳିତ ବର୍ଷ ଗୋଆ (Goa), ମଣିପୁର (Manipur), ପଞ୍ଜାବ (Punjab), ଉତ୍ତର ପ୍ରଦେଶ (Uttar Pradesh), ଉତ୍ତରାଖଣ୍ଡ (Uttrakhand) ଆଦି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ (Assembly Election 2022) ବିବାଦୀୟ ଭାଷଣ ସହ ​ମୋଟ ଆଠଟି ମାମଲା ପଞ୍ଜୀକୃତ ହୋଇଛି।

Also Read: ୧୧୧ ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭାରତୀୟ ନିର୍ବାଚନ ଆୟୋଗ

ସମସ୍ତ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ତତ୍ତ୍ୱାବଧାନରେ ଏକତ୍ରିତ ହେଲେ ଏବଂ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏକ ସ୍ୱେଚ୍ଛାକୃତ ଆଚରଣ ସଂହିତା ଉପରେ ପରସ୍ପର ସହମତ ହୋଇଥିଲେ।

ଗତ ୨୦୧୯ ଲୋକସଭା ନିର୍ବାଚନ ପରେ ଅନୁଷ୍ଠିତ ସମସ୍ତ ବିଧାନସଭା ନିର୍ବାଚନ ପାଇଁ ସଂକେତ, ସୋସିଆଲ ମିଡିଆ ପ୍ଲାଟଫର୍ମ ର ସ୍ୱତନ୍ତ୍ରତା, ନିରପେକ୍ଷ ଏବଂ ନୈତିକ ବ୍ୟବହାର ତଥା ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ବଜାୟ ରଖିବା ପାଇଁ ପ୍ରସ୍ତୁତ କରାଯାଇଛି। ମଧ୍ୟସ୍ଥି ଫୋରମ୍ ମଧ୍ୟ ମତଦାତା ଶିକ୍ଷା ଏବଂ ସଚେତନତା ପାଇଁ ସେମାନଙ୍କ କାର୍ଯ୍ୟ କରିବାକୁ ପ୍ରତିଶୃତିବଦ୍ଧ।

Also Read: ଦେଶରେ ରାଜନୈତିକ ଦଳ ସଂଖ୍ୟା କେତେ? ଆପଣଙ୍କୁ ଚକିତ କରିଦେବ ADR ରିପୋର୍ଟ

ନିର୍ବାଚନ ଆୟୋଗ ନିର୍ବାଚନ ସମୟରେ ସ୍ବଚ୍ଛ ଆଚରଣ ବିଧି ଅନୁସରଣ କରିବା ପାଇଁ ଆପତ୍ତିଜନକ ବିଷୟବସ୍ତୁ ଯଥା ଲିଙ୍କ୍, ଭିଡିଓ, ପୋଷ୍ଟ, ଟ୍ୱିଟ୍ ହଟାଇବା ପାଇଁ ଏମସିସି, ଆରପିଏ, ଆଇପିସି ଏବଂ ଅନ୍ୟାନ୍ୟ ନିର୍ବାଚନ ଆଇନର ବିଭିନ୍ନ ନିୟମ ଅନୁଯାୟୀ ନିର୍ଦ୍ଦେଶ ଦେଇଛି ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛି।