Advertisement
Photo Details/zeeodisha/odisha2353790
photoDetails0hindi

Career Horoscope Today: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ଏହିସବୁ ରାଶି, ବ୍ୟବସାୟୀଙ୍କ ପାଇଁ ଦିନଟି ରହିବ ଅନୁକୂଳ !

Career Horoscope Today: ଆଜି ଜୁଲାଇ ୨୬ ଶୁକ୍ରବାର। ରେବତୀ ନକ୍ଷେତ୍ରରେ ସର୍ବାର୍ଥ ସିଦ୍ଧି ଯୋଗ ଓ ମହାଲକ୍ଷ୍ମୀଙ୍କ କୃପାରୁ ବୃଷ ଓ ସିଂହ ସମେତ ୫ ରାଶିଙ୍କ ଭାଗ୍ୟ ସୂର୍ଯ୍ୟଙ୍କ ପରି ଚମକିବ। ବ୍ୟବସାୟୀମାନେ ଭଲ ବ୍ୟବସାୟ କରିବା ସହ କର୍ମକ୍ଷେତ୍ରରେ ଚାକିରିଆମାନେ ସଫଳତା ପାଇବେ। ଦିନଟି ମଉଜ ମଜଲିସ୍ ରେ କଟିବ। ତେବେ, ଆସନ୍ତୁ ଜାଣିବା କର୍ମକ୍ଷେତ୍ରରେ ଆଜି କେଉଁ ରାଶି ପାଇଁ କେମିତି ରହିବ ଆପଣଙ୍କ ଦିନ?

 

1/12

ମେଷ:  ଏହି ରାଶିର ଲୋକଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। କର୍ମକ୍ଷେତ୍ରରେ ଅନେକ କଠିନ କାର୍ଯ୍ୟକୁ ଧର୍ଯ୍ୟର ସହ ମୁକାବିଲା କରିବେ। ଦାୟିତ୍ବ ବଢିବ । ଯାହାକୁ ନେଇ ଚାପରେ ରହିବ। ସହକର୍ମୀମାନଙ୍କ ସହ କୌଣସି କଥା କୁ ନେଇ ମତଭେଦ ଦେଖାଦେଇପାରେ। ଦିର୍ଘ ଦିନ ଧରି ପଡି଼ ରହିଥିବା ପ୍ରୋଜେକ୍ଟ କାମକୁ ଆଜି ଶେଷ କରିବାକୁ ସକ୍ଷମ ହେବେ। କର୍ମକ୍ଷେତ୍ରରେ କୌଣସି ବଡ଼ ଚ୍ୟାଲେଂଜି କାମ ମିଳିପାରେ। 

ALSO READ: Guru Gochar 2024: ୨୦୨୫ରେ ଏହି ୩ ରାଶି ଉପରେ ରହିବ ବୃହସ୍ପତିଙ୍କ କୃପା, ୨୯୩ ଦିନ ରହିବନି ଟଙ୍କାର ଅଭାବ!

2/12

ବୃଷ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଚାପ ରହିବ ନାହିଁ। ସ୍ମାର୍ଟଓ୍ବାର୍କ କରି ବରିଷ୍ଠ ଅଧିକାରୀଙ୍କ ମନ ଜିତିବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ । ପଦୋନ୍ନତି ସହ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। କୌଣସି ନୂତନ କାର୍ଯ୍ୟ ଆଜି ଆରମ୍ଭ କରନ୍ତୁ ନାହିଁ। ସନ୍ଧ୍ୟା ସମୟରେ ନିଜ ପରିବାର ଲୋକଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। 

 

3/12

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ଦିନଟି ମଉଜ ମଜଲିସ୍ ରେ ଅତିବାହିତ ହେବ। ବ୍ୟବସାୟୀମାନେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ବ୍ୟବସାୟରେ ଲାଭ ପାଇବେ। ଦିର୍ଘ ଦିନ ଧରି ଯେଉଁ ଡିଲ୍ ପାଇଁ ଚିନ୍ତିତ ଥିଲେ। ତାହା ଆଜି ଫାଇନାଲ୍ ହୋଇପାରେ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ଯାହାକୁ ନେଇ ଆପଣ ଅଧିକ ଖୁସି ରହିବେ। କଠିନ ପରିଶ୍ରମର ଫଳ ପାଇବେ। ଅବିବାହିତମାନେ ନିଜ ସାଥୀଙ୍କ ସହିତ ସଂନ୍ଧ୍ୟା ସମୟରେ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବେ। 

4/12

କର୍କଟ: ଆଜି ଭାଗ୍ୟ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ଯରେ ସାଥ୍ ଦେବ। କର୍ମକ୍ଷେତ୍ରରେ ଆଜି ଭଲ ମାହୋଲ୍ ରହିବ। ପୂର୍ବରୁ ନେଇଥିବା ନିସ୍ପତ୍ତିରୁ ଆଜି ଉପକୃତ ହେବେ। ସନ୍ତାନ ମାନଙ୍କ ପାଇଁ ଘରକୁ ବିବାହ ପ୍ରସ୍ତାବ ଆସିପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ପାର୍ଟନର ସିପରେ କରୁଥିବା ବ୍ୟବସାୟରେ କ୍ଷତି ସହିବେ। ଶତ୍ରୃମାନେ ଆପଣଙ୍କ ବିରୋଧରେ ଷଡଯନ୍ତ୍ର ରଚିବେ। ତେଣୁ ସତର୍କ ରୁହନ୍ତୁ। 

 

5/12

ସିଂହ:  ମହାଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ଲୋକେ ଆଜି ଦିନ ଆରମ୍ଭରୁ କୌଣସି ପ୍ରକାର ଶୁଭ ଖବର ପାଇପାରନ୍ତି। କର୍ମକ୍ଷେତ୍ରରେ ନୂତନ କାର୍ଯ୍ୟ ପାଇଁ ଉତ୍ସାହ ବଢିବ।  ସାଙ୍ଗସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। ଅର୍ଥ ଅଥଯା ବ୍ୟୟ ହେବ। ପାରିବାରିକ ସମସ୍ୟା ଲାଗି ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କୌଣସି ପୁରୁଣା ବନ୍ଧୁଙ୍କ ସହ ଦେଖାହୋଇପାରେ। ଦୂରଯାତ୍ରାରୁ ଲାଭ ମିଳିବ। 

 

6/12

କନ୍ୟା: ରିୟଲି-ଇ-ଷ୍ଟେଟ୍, ଆମଦାନୀ ଓ ରପ୍ତାନୀ ବ୍ୟବସାୟରେ ଜଡିତ ଥିବା ଲୋକେ ଆଜି ଲାଭରେ ରହିବ। ବ୍ୟବସାୟରେ ଅଟକି ଥିବା ଟଙ୍କା ଆପଣଙ୍କୁ ମିଳିବ। ବ୍ୟବସାୟରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସମୟ ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ମଧୁରତା ବଢିବ। ଖର୍ଚ୍ଚ ବୃଦ୍ଧି ପାଇବ। ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ। ସଂନ୍ଧ୍ୟା ସମୟରେ ଘରକୁ କେହି ଅତିଥି ଆସିପାରନ୍ତି।

 

7/12

ତୁଳା:  କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ପଦୋନ୍ନତି ନେଇ ଖୁସି ଖବର ମିଳିପାରେ। ଆୟ ବୃଦ୍ଧି ହେବ। ଗୁପ୍ତ ଶତ୍ରୃମାନେ ଆଜି ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି । ତେଣୁ ସତର୍କ ରୁହନ୍ତୁ।  ଭାବିଚିନ୍ତି କୌଣସି ନିସ୍ପତ୍ତି ନିଅନ୍ତୁ। ନଚେତ୍ ପରେ ପସ୍ତେଇବେ। ବ୍ୟବସାୟୀମାନେ କୌଣସି ଏକ ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି।

 

8/12

ବିଛା: କ୍ୟାରିୟର ଦୃଷ୍ଟି କୋଣରୁ ଦିନଟି ଚ୍ୟାଲେଂଜି ରହିବ। କର୍ମକ୍ଷେତ୍ରରେ ସହକର୍ମୀ ଜାଣିଶୁଣି ଆପଣଙ୍କୁ ସମସ୍ୟାରେ ପକାଇବେ। ତେଣୁ ଦେଖିଚାହିଁ ନିଜ ସହକର୍ମୀଙ୍କ ସହ କଥାବାର୍ତ୍ତା କରନ୍ତୁ।  ଚିନ୍ତା ନ କରି କୌଣସି ନିସ୍ପତ୍ତି ନିଅନ୍ତୁ ନାହିଁ। ବୟସ୍କ ଲୋକମାନଙ୍କୁ ସାହାର୍ଯ୍ୟ କରିବେ। ବ୍ୟବସାୟରେ ଆଶାତିତ ସଫଳତା ପାଇବେ। 

9/12

ଧନୁ: ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ କୌଣସି ପ୍ରକାର ବିବାଦ ଦେଖାଦେଇପାରେ। ଯଥା ସମ୍ଭବ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଅବିବାହିତମାନଙ୍କୁ ଆଜି ନୂଆ ସାଥୀ ମିଳିପାରେ। ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। 

10/12

ମକର : କର୍ମକ୍ଷେତ୍ରରେ ଭଲ ମାହୋଲ୍ ରହିବ। ସହକର୍ମୀମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିବେ। ଉଚ୍ଚ ପଦାଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଜମିଜମା ବିବାଦର ସମାଧାନ ହେବ। ଶାରୀରିକ ଅସୁସ୍ଥତା ଲାଗି ରହିବ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। କ୍ଷତି ସହିବେ।

11/12

କୁମ୍ଭ : କୁମ୍ଭ ରାଶିର ଲୋକଙ୍କ ପାଇଁ ଦିନଟି ଖାସ୍ ରହିବ। ଅଟକି ରହିଥିବା ଟଙ୍କା ଆପଣଙ୍କୁ ପ୍ରାପ୍ତ ହେବ। ବୟସ୍କମାନଙ୍କର ଆର୍ଶିବାଦ ପାଇବେ।  ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ଘଟିବ। ଚାକିରିଆଙ୍କ ପାଇଁ ଦିନଟି ଖୁବ୍ ଭଲ ରହିବ। ସଂନ୍ଧ୍ୟା ସମୟରେ କୌଣସି ଖୁସି ଖବର ପାଇ ପାରନ୍ତି। ପରିବାରରେ ହସ ଖୁସିର ମାହୋଲ୍ ଲାଗି ରହିବ।

12/12

ମୀନ:  ଏହି ରାଶିର ଲୋକଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବ। କ୍ୟାରିୟରରେ ନେଇ ଆଜି କୌଣସି ଖୁସି ଖବର ମିଳିପାରେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଶତ୍ରୃମାନେ କରୁଥିବା ଯୋଜନା ପଣ୍ତ ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। କଠିନ ପରିଶ୍ରମର ଫଳ ମିଳିବ। ପୂର୍ବ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟୀମାନେ ଅଧିକ ଅର୍ଥ ବ୍ୟବସାୟରେ ବିନିଯୋଗ କରି ଲାଭବାନ୍ ହେବେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)