Advertisement
Photo Details/zeeodisha/odisha2354073
photoDetails0hindi

oney Vastu Tips: ଶୁକ୍ରବାର ମନିପ୍ଲାଣ୍ଟରେ ଢାଳନ୍ତୁ ଏହି ଖାସ୍ ଜିନିଷ, ଜୀବନସାରା ରହିବନି ଟଙ୍କାର ଅଭାବ!

Money Plant Upay: ଗୁରୁବାର ପରି ଶୁକ୍ରବାର ମଧ୍ୟ ମହାଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ବିଶ୍ବସା କରାଯାଏ ଯେ, ଏହିଦିନ ମହାଲକ୍ଷ୍ମୀଙ୍କୁ ପୂଜା କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଆଜି ଶ୍ରାବଣର ପ୍ରଥମ ଶୁକ୍ରବାର । ଆଉ ଏହି ଶୁକ୍ରବାର ଦିନ ମନିପ୍ଲାଣ୍ଟ ଗଛକୁ ପୂଜା କଲେ ବହୁ ପୂଣ୍ୟପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି । ଯଦି ମନିପ୍ଲାଣ୍ଟରେ ଶୁକ୍ରବାର ଦିନ କିଛି ଉପାୟ କରାଯାଏ । ତେବେ,ତାହା ଆପଣଙ୍କ ଆର୍ଥକ ସ୍ଥିତିକୁ ଆହୁରି ମଜବୁତ୍ କରିବା। ତେବେ, ଆସନ୍ତୁ ଜାଣିବା ସେହି ଉପାୟ ଗୁଡି଼କ ବିଷୟରେ...

1/5

ଶୁକ୍ରବାର ସକାଳୁ ମହାଲକ୍ଷ୍ମୀଙ୍କୁ ଭକ୍ତିଙ୍କ ସହିତ ପୂଜା କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହାସହ ମହାଲକ୍ଷ୍ମୀଙ୍କ ସହ ଶୁକ୍ରଙ୍କୁ ମଧ୍ୟ ପୂଜା କରାଯାଇଥାଏ। ଯାହା ଫଳରେ ଜୀବନରେ ଐଶ୍ବର୍ଯ୍ୟ ବୃଦ୍ଧି ହୋଇଥାଏ। 

ALSO READ: Guru Gochar 2024: ୨୦୨୫ରେ ଏହି ୩ ରାଶି ଉପରେ ରହିବ ବୃହସ୍ପତିଙ୍କ କୃପା, ୨୯୩ ଦିନ ରହିବନି ଟଙ୍କାର ଅଭାବ!

2/5

ଶୁକ୍ରବାର ମହାଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ଧଳା ପିଠା ଓ ଖିରି ଭୋଗ ଲଗାନ୍ତୁ। ଏହା କରିବା ଦ୍ବାରା ଘରେ ସର୍ବଦା ଧନ ବୃଦ୍ଧି ହୋଇଥାଏ। 

 

3/5

ଶୁକ୍ରବାର ଦିନ ମନିପ୍ଲାଣ୍ଟକରେ କଞ୍ଚା କ୍ଷୀର ମିଶ୍ରିତ ପାଣି ଦିଅନ୍ତୁ। ଏହା କରିବା ଦ୍ବାରା ଲକ୍ଷ୍ମୀମାତା ଖୁସି ହୋଇଥାଆନ୍ତି। 

4/5

ଶୁକ୍ରବାର ଦିନ ମନିପ୍ଲାଣ୍ଟରେ ଲାଲ୍ ରଙ୍ଗର ସୂତା ବା ସାଲୁକନା ବାନ୍ଧନ୍ତୁ । ଏପରି କରିବା ଦ୍ବାରା ଘରେ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ। 

 

5/5

ମନିପ୍ଲାଣ୍ଟକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ । ଆହୁରି ମଧ୍ୟ, ଘର ଭିତରେ ସବୁଜ କିମ୍ବା ଧଳା ରଙ୍ଗର କାଚ ବୋତଲରେ ଏକ ମନି ପ୍ଲାଣ୍ଟ ଲଗାଇବା ଭଲ ବୋଲି ବିଶ୍ବାସ ରହିଛି। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)