Himachal Pradesh: ନିର୍ବାଚନ ସଭାରେ ଭାବପ୍ରବଣ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
Advertisement

Himachal Pradesh: ନିର୍ବାଚନ ସଭାରେ ଭାବପ୍ରବଣ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

Union Minister Anurag Thakur: ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ଏକ ସଭାକୁ ସମ୍ବୋଧିତ କରିବା ବେଳେ  ଭାବପ୍ରବଣ ହୋଇପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। 

Himachal Pradesh: ନିର୍ବାଚନ ସଭାରେ ଭାବପ୍ରବଣ ହୋଇପଡ଼ିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

Himachal Pradesh Elections 2022: ସଦ୍ୟ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ହିମାଚଳ ପ୍ରଦେଶ ସୁଜନପୁର ବିଧାନସଭା ଆସନରେ ଆୟୋଜିତ ହୋଇଥିବା ନିର୍ବାଚନ ସଭାକୁ ସମ୍ବୋଧିତ କରିବା ବେଳେ ଭାବପ୍ରବଣ ହୋଇପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ନିର୍ବାଚନମଣ୍ଡଳୀରେ ସେ ବିଜେପି ପ୍ରାର୍ଥୀ କ୍ୟାପଟେନ ରଣଜିତ ସିଂହଙ୍କ ନାମାଙ୍କନପତ୍ର ଦାଖଲ ଅବସରରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (Union Minister Anurag Thakur) କହିଛନ୍ତି, 'ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲ ବିଜେପି କର୍ମକର୍ତ୍ତା ତଥା ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ସାରା ଜୀବନ ଉତ୍ସର୍ଗ କରିଛନ୍ତି। ଦଳର ପ୍ରତ୍ୟେକ କର୍ମୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ସମସ୍ତ ପ୍ରୟାସ କରିଛନ୍ତି। ଏହା କହିବା ସମୟରେ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା। ବହୁତ ଭାବପ୍ରବଣ ହୋଇ ସେ କହିଥିଲେ ମୁଁ ଆପଣଙ୍କ ଭାବନାକୁ ଭଲ ଭାବେ ବୁଝିପାରୁଛି। ଯେଉଁ ଭାବନା ​​ସହିତ ଆପଣ ଦଳର ଯୁବ ମୋର୍ଚ୍ଚାରୁ ରାଜ୍ୟ ଶାଖା ସଭାପତି ପର୍ଯ୍ୟନ୍ତ କାମ କରିଛ ତାହା ବହୁତ ନିଆରା। ଏହା ହେଉଛି ଏକ ପାରିବାରିକ ଅନୁଭବ। ଆପଣ ଏହାକୁ ଖୁବ କମ୍ ସ୍ଥାନ ଦେଖିବାକୁ ପାଇବେ। 

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଆମେ ନିଜେ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛୁ। କାରଣ ଆମେ ହମୀରପୁର ଜିଲ୍ଲାରେ (Hamirpur District of Himachal Pradesh) ଜନ୍ମ ହୋଇଛୁ। ଆମକୁ ହମୀରପୁର ଲୋକସଭା ଆସନରୁ (Hamirpur Lok Sabha Constituency) ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ମିଳିଲା ଯେଉଁଠାରେ ଆପଣଙ୍କ ଭଳି ଦଳୀୟ କର୍ମକର୍ତ୍ତା ଅଛନ୍ତି। ଆପଣ ମୋତେ ଥରେ ନୁହେଁ ବରଂ ଚାରି ଥର ଏପରି ସୁଯୋଗ ଦେଇଛନ୍ତି। ଆପଣ ପ୍ରେମ କୁମାର ଧୁମଲଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି।

Also Read: Union Minister Anurag Thakur: 'ରାଜସ୍ଥାନ ରାଜନୀତିରେ ଚାଲିଛି ମଜାଳିଆ ଖେଳ'

ହମୀରପୁର ଭଳି ଗୋଟିଏ ଛୋଟିଆ ଜିଲ୍ଲା ମୋ ବାପା ପ୍ରେମ କୁମାର ଧୁମଲଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ମୋତେ କେନ୍ଦ୍ରମନ୍ତ୍ରୀ କରିଛି। ମୁଁ ହମୀରପୁର ଲୋକସଭାର ସାଂସଦ ହୋଇ ମୋର ସେବା ପ୍ରଦାନ କରୁଛି। ଯେଉଁଠି କେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ଚନ୍ଦ୍ରଶେଖର, ଲାଲକୃଷ୍ଣ ଆଡଭାନୀଙ୍କ ଭଳି ଅନେକ ନେତା ସେମାନଙ୍କ ସେବା ଦେଇ ସାରିଛନ୍ତି।

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ (Himachal Pradesh Assembly Elections 2022) ବଡ଼ ଫେରବଦଳ ଦେଖିବାକୁ ମିଳିଛି। ବିଜେପି ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ (Former Himachal Pradesh Chief Minister) ତଥା ଦଳର ପୁରୁଖା ନେତା ପ୍ରେମ କୁମାର ଧୁମଲଙ୍କୁ (Prem Kumar Dhumal) ଟିକେଟ ଦେଇନାହିଁ। ଏନେଇ କୁହାଯାଇଛି ଯେ ସେ ନିଜେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଗତ ନିର୍ବାଚନରେ ( (Himachal Pradesh Assembly Elections 2017) ​​ତାଙ୍କୁ ସୁଜନପୁର ବିଧାନସଭା ଆସନରେ (Sujanpur Assembly Constituency) ପରାଜୟର ସାମ୍ନା କରିବାକୁ ପଡିଥିଲା। ଯଦିଓ ସେ ଗତ ଥରର ବିଧାନସଭା ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିଲେ। ବିଜେପି ନେତା ଧୁମଲ ୧୯୯୮, ୨୪ ମାର୍ଚ୍ଚରୁ, ୫ ମାର୍ଚ୍ଚ ୨୦୦୩ ଏବଂ ପୁଣି ଥରେ ୨୦୦୭, ୩୦ ଡିସେମ୍ବରରୁ ୨୫ ଡିସେମ୍ବର ୨୦୧୨ ପର୍ଯ୍ୟନ୍ତ ୨ ଥର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି।