Himachal Pradesh: ବିଜେପି ସାାମ୍ନାରେ ରହିଛି ପରମ୍ପରା ଭାଙ୍ଗିବାର ଆହ୍ୱାନ, ପୁରୁଣା ରେକର୍ଡ ଭାଙ୍ଗିପାରିବ କି ଦଳ?
Advertisement

Himachal Pradesh: ବିଜେପି ସାାମ୍ନାରେ ରହିଛି ପରମ୍ପରା ଭାଙ୍ଗିବାର ଆହ୍ୱାନ, ପୁରୁଣା ରେକର୍ଡ ଭାଙ୍ଗିପାରିବ କି ଦଳ?

Himachal Pradesh Assembly Elections 2022: ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ଦୀର୍ଘ ୩୨ ବର୍ଷ ହେବ ଏକ ପୁରୁଣା ପରମ୍ପରା ଚାଲିଆସୁଛି। ପ୍ରତି ୫ ବର୍ଷରେ ଥରେ ହିମାଚଳ ପ୍ରଦେଶରେ ସରକାର ପରିବର୍ତ୍ତନ ହେବାର ଏକ ରାଜନୈତିକ ପରମ୍ପରା ବୋଲି ବିବେଚନା କରାଯାଏ।

 Himachal Pradesh: ବିଜେପି ସାାମ୍ନାରେ ରହିଛି ପରମ୍ପରା ଭାଙ୍ଗିବାର ଆହ୍ୱାନ, ପୁରୁଣା ରେକର୍ଡ ଭାଙ୍ଗିପାରିବ କି ଦଳ?

Himachal Pradesh Elections 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ଏହି ନିର୍ବାଚନରେ ସମସ୍ତ ପ୍ରକାର କଳ ବଳ କୌଶଳ ଲଗାଇ ଦେଇଛି ବିଜେପି। କାରଣ ଦଳ ଏଠାରେ ଦୀର୍ଘ ୩୨ ବର୍ଷର ପୁରୁଣା ପରମ୍ପରା ଭାଙ୍ଗିବା ପାଇଁ ଅଣ୍ଟାଭିଡ଼ିଛି। ଏଥର ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ପ୍ରାଣମୂର୍ଛା ଉଦ୍ୟମ ଚଳାଇଛନ୍ତି ବିଜେପି ନେତୃତ୍ୱ। ଏନେଇ ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟ ମନ୍ତ୍ର ଦେଇଛି ଦଳ।          

ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ଦୀର୍ଘ ୩୨ ବର୍ଷ ହେବ ଏକ ପୁରୁଣା ପରମ୍ପରା ଚାଲିଆସୁଛି। ଗତ ୧୯୯୦ ଦଶକ ପର ଠାରୁ ଏଠାରେ କୌଣସି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାରେ ସକ୍ଷମ ହୋଇନାହିଁ। ପ୍ରତି ୫ ବର୍ଷରେ ଥରେ ହିମାଚଳ ପ୍ରଦେଶରେ ସରକାର ପରିବର୍ତ୍ତନ ହେବାର ଏକ ରାଜନୈତିକ ପରମ୍ପରା ବୋଲି ବିବେଚନା କରାଯାଏ। ହେଲେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନରେ ହିମାଚଳ ପ୍ରଦେଶ ରାଜନୀତିରେ ଚାଲି ଆସୁଥିବା ୩୨ ବର୍ଷର ଏହି ପୁରୁଣା ପରମ୍ପରା ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି ବିଜେପି। ଦଳ ଏଥର ବାରମ୍ବାର ହିମାଚଳ ପ୍ରଦେଶ ମତଦାତାଙ୍କୁ ଅନୁରୋଧ କରୁଛି ଯେ ଏଥର ସରକାର ନୁହେଁ ବରଂ ପୁରୁଣା ରାଜନୈତିକ ପରମ୍ପରାକୁ ବଦଳାଅ।

Also Read: Himachal Pradesh: ବିଜେପି ସାାମ୍ନାରେ ରହିଛି ପରମ୍ପରା ଭାଙ୍ଗିବାର ଆହ୍ୱାନ, ପୁରୁଣା ରେକର୍ଡ ଭାଙ୍ଗିପାରିବ କି ଦଳ?

ହିମାଚଳ ପ୍ରଦେଶ ରାଜନୀତିରେ ବିଜେପିର ଲଢେଇ କଂଗ୍ରେସ ଅପେକ୍ଷା ସରକାର ବଦଳାଇବାର ପ୍ରଥା ସହିତ ଅଧିକ ହୋଇଛି। ନିର୍ବାଚନ ଆୟୋଗ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି। ଏହି ନିର୍ବାଚନ ପାଇଁ ନଭେମ୍ବର ୧୨ ତାରିଖରେ ହେବାକୁ ଯାଉଛି ମତଦାନ। ଆସନ୍ତା ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।  

ସମୟ ପାଖେଇ ଆସୁଥିବାର ବିଜେପି ଏହାର ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିଛି। ଅନେକ ଦୃଷ୍ଟିକୋଣରୁ ୨୦୨୨ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବିଜେପି ପାଇଁ ଏକ ସମ୍ମାନର ପ୍ରଶ୍ନ ଭାବେ ଉଭାହୋଇଛି। କାରଣ ହିମାଚଳ ପ୍ରଦେଶ ହେଉଛି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ଗୃହ ରାଜ୍ୟ। ଏହି କାରଣରୁ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କ ସମ୍ମାନ ବାଜିରେ ଲାଗଛି।

Also Read: Election 2022: ବିଧାନସଭା ନିର୍ବାଚନ ପାଇଁ ସମସ୍ତ ୬୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

ଅନ୍ୟପଟେ  ହିମାଚଳ ପ୍ରଦେଶର ବିଜୟ ଏବଂ ପରାଜୟ ମଧ୍ୟ ସ୍ଥିର କରିବ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ଦେଶର ମତଦାତାଙ୍କୁ ପ୍ରଭାବିତ କରୁଛି ନା ନାହିଁ ଏବଂ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି କଂଗ୍ରେସର ବିକଳ୍ପ ଭାବେ ବିଜେପି ସହ ମୁକାବିଲା କରିବା ପାଇଁ ମତଦାତାଙ୍କ ପାଇଁ ବିକଳ୍ପ ହେଉଛି ନା ନାହିଁ? ହିମାଚଳ ପ୍ରଦେଶ ଗଡ଼ ଦଖଲ କରି ବିଜେପି ଅନେକ ରାଜ୍ୟର ମତଦାତା ବିଶେଷକରି ରାଜସ୍ଥାନ ଏବଂ ଛତିଶଗଡ ଲୋକଙ୍କୁ ଏହି ବାର୍ତ୍ତା ପଠାଇବାକୁ ଚାହୁଁଛି ଯେ କଂଗ୍ରେସର ପୁନର୍ଜୀବନର ସମ୍ଭାବନା କ୍ଷୀଣ।

Also Read: Himachal Pradesh Election: ନିର୍ବାଚନ ବିଗୁଲ ଫୁଙ୍କିଲେ ମୋଦି, ସରଗରମ ହିମାଚଳ ପ୍ରଦେଶ ରାଜନୀତି

ଏହି ରଣନୀତି ଆଧାରରେ ବିଜେପି ବର୍ତ୍ତମାନର ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଔପଚାରିକ ଭାବେ ଘୋଷଣା କରିନାହାଁ। ଦଳର ସବୁଠାରୁ ଲୋକପ୍ରିୟ ତଥା ତାରକା ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ନିରନ୍ତର ହିମାତଳ ଗସ୍ତ କରି ରାଜ୍ୟ ଭ୍ରମଣ କରୁଛନ୍ତି। ଅନ୍ୟପଟେ ବିଜେପି ଚାଣକ୍ୟ ଭାବେ ଜଣାଶୁଣା କେନ୍ଦ୍ରମନ୍ତ୍ରୀ ଅମିତ ଶାହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟ ପାଖରୁ ଦଳ ପାଇଁ ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡି଼ଛନ୍ତି। ରାଜ୍ୟରେ ସରକାର ବିରୋଧୀ ମାହୋଲକୁ ହଟାଇବା ପାଇଁ ମତାମତ ଆଧାରରେ ପ୍ରାର୍ଥୀ ପରିବର୍ତ୍ତନ କରିବା ମଧ୍ୟ ଆରମ୍ଭ କରିଦେଇଛି। କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ନେତାଙ୍କୁ ଦଳକୁ ଆଣିବା ଉଦ୍ୟମ ଜାରି ରହିଛି।