Haryana Politics: ବିଜେପି ହାତ ଧରିବେ କଂଗ୍ରେସ ନେତା କୁଳଦୀପ ବିଷ୍ଣୋୟୀ
Advertisement

Haryana Politics: ବିଜେପି ହାତ ଧରିବେ କଂଗ୍ରେସ ନେତା କୁଳଦୀପ ବିଷ୍ଣୋୟୀ

Congress MLA Kuldeep Bishnoi: ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ବହିଷ୍କୃତ ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋୟୀ ଭେଟିବା ପରେ ସରଗରମ ହୋଇଠିଛି ହରିୟାଣା ରାଜନୀତି। 

Haryana Politics: ବିଜେପି ହାତ ଧରିବେ କଂଗ୍ରେସ ନେତା କୁଳଦୀପ ବିଷ୍ଣୋୟୀ

Congress MLA Kuldeep Bishnoi: ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଏବଂ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି ଦଳରୁ ବହିଷ୍କୃତ ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋୟୀ। ଏହି ଭେଚଘାଟକୁ ନେଇ ସରଗରମ ହୋଇଠିଛି ହରିୟାଣା ରାଜନୀତି। ଏନେଇ କୁହାଯାଉଛି ଯେ କୁଲଦୀପ ବିଷ୍ଣୋୟୀ ଖୁବ ଶୀଘ୍ର ବିଜେପି ହାତ ଧରିପାରନ୍ତି।

ବିଧାୟକ କୁଲଦୀପ ବିଷ୍ଣୋୟୀ (MLA Kuldeep Bishnoi) ଦୁଇ ନେତାଙ୍କ ସହ ହୋଇଥିବା ଭେଟଘାଟର ଫଟୋ ଟ୍ୱିଟ କରିଛନ୍ତି। ଜେପି ନଡାଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି ସରଳ ସହଜ ବ୍ୟକ୍ତିତ୍ୱ ଜେପି ନଡାଙ୍କ ବୈଠକ କରି ବର୍ତ୍ତମାନର ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ତାଙ୍କର ସରଳତା ଏବଂ ସରଳ ବ୍ୟକ୍ତିତ୍ୱ ତାଙ୍କୁ ଜଣେ ପ୍ରକୃତ ଜନସେବକ ଭାବେ ପରିଚୟ ଦେଇଥାଏ।

ସେହିପରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ସାକ୍ଷାତ କରିବାର ଫଟୋ ମଧ୍ୟ ସେୟାର କରିଛନ୍ତି କୁଲଦୀପ ବିଷ୍ଣୋୟୀ। ଏନେଇ ଟ୍ୱିଟ୍‌ କରି ସେ କହିଛନ୍ତି ଯେ ରବିବାର ରାଜ୍ୟର ଓଜସ୍ୱୀ ତଥା ବନ୍ଧୁତ୍ୱପୂର୍ଣ୍ଣ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କୁ (Haryana CM Manohar Lal Khattar) ଭେଟି ରାଜ୍ୟର ବର୍ତ୍ତମାନର ରାଜନୈତିକ ପ୍ରସଙ୍ଗ ତଥା ହରିୟାଣାର ବିକାଶ କାର୍ଯ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।

ଗତ ଜୁନ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଅନ୍ତର୍ଘାତୀ କାର୍ଯ୍ୟ କରିବା ଅଭିଯୋଗରେ ଦଳରୁ ନିଲମ୍ବିତ ହୋଇଥିବା ହରିୟାଣା କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋୟୀ ଜୁଲାଇ ୧୦ ତାରିଖ ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ନିଜେ ବିଧାୟକ ବିଷ୍ଣୋୟୀ ବିଜେପି ନେତାଙ୍କ ସହ ଭେଟଘାଟର ଫଟୋ ଟ୍ୱିଟ କରିଛନ୍ତି। ଦଳରୁ ହିଷ୍କୃତ ହେବା ପରେ ମଧ୍ୟ କୁଲଦୀପ ବିଷ୍ଣୋୟୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ରୁ ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଫଟୋ ହଟାଇନଥିଲେ। ମାତ୍ର ବର୍ତ୍ତମାନ ସେ ଏହି ତିନି ନେତାଙ୍କ ଫଟୋ କୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ ରୁ ହଟାଇଛନ୍ତି।

ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ (Union Minister Amit Shah) ଭେଟି ନିଲମ୍ବିତ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋୟୀ ସେମାନଙ୍କ ପ୍ରଶଂସା କରିଥିଲେ। ଦଳକୁ ସଫଳତାର ଶିଖରରେ ପହଞ୍ଚାଇ ଥିବାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ବାବଦରେ ଉଲ୍ଲେଖ କରି ବିଧାୟକ ବିଷ୍ଣୋୟୀ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ତାଙ୍କୁ ଭେଟି ଅତ୍ୟଧିକ ଗର୍ବିତ। ତାଙ୍କର ବିନମ୍ର ସ୍ୱଭାବ ତାଙ୍କୁ ଅନ୍ୟମାନଙ୍କ ଠାରୁ ପୃଥକ କରେ। ତାଙ୍କ ସଭାପତିତ୍ୱରେ ବିଜେପି ସଫଳତାର ଶୀର୍ଷରେ ପହଞ୍ଚିଛି। ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛି।

Also Read: Haryana Politics: ବିଜେପି ହାତ ଧରିବେ କଂଗ୍ରେସ ବିଧାୟକ କୁଳଦୀପ ବିଷ୍ଣୋୟୀ

Also Read: Rajya Sabha Election 2022: କଂଗ୍ରେସ ଲାଗି ଚିନ୍ତା ବଢାଇଲେ ୨ ବିଧାୟକ