Gujarat Election 2022: ପଟିଦାର ବହୁଳ ଆସନରେ କିପରି ରହିଛି ବିଜେପି-କଂଗ୍ରେସ ପ୍ରଦର୍ଶନ?
Advertisement

Gujarat Election 2022: ପଟିଦାର ବହୁଳ ଆସନରେ କିପରି ରହିଛି ବିଜେପି-କଂଗ୍ରେସ ପ୍ରଦର୍ଶନ?

Patidar Voters in Gujarat: ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡାଇବା ପାଇଁ ପଟିଦାର ସମ୍ପ୍ରଦାୟ ଉପରେ ସମସ୍ତ ଦଳ ଅଧିକ ଗୁରୁତ୍ୱ ଦେଉଛନ୍ତି। ଗୁଜୁରାଟ ରାଜନୀତିରେ ପଟିଦାର ମତଦାତା ଯେଉଁ ଦଳକୁ ସମର୍ଥନ ଦେଇଥାନ୍ତି, ସେହି ଦଳ ରାଜ୍ୟରେ ସରକାର ଗଠନ କରିଥାଏ। 

 Gujarat Election 2022: ପଟିଦାର ବହୁଳ ଆସନରେ କିପରି ରହିଛି ବିଜେପି-କଂଗ୍ରେସ ପ୍ରଦର୍ଶନ?

Patidar Dominated Seats of Gujarat: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ବିଗତ ୨୭ ବର୍ଷ ଗୁଜୁରାଟ ବିଜେପି ଦ୍ୱାରା ଶାସିତ ହୋଇଆସୁଛି। ଏହି ନିର୍ବାଚନରେ ଉଭୟ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ନିଜକୁ ବିଜେପି ବିକଳ୍ପ ଭାବେ ଉପସ୍ଥାପିତ କରୁଛନ୍ତି। ହେଲେ ଗୁଜୁରାଟ ରାଜନୀତିରେ ପ୍ରଭାବ ବିସ୍ତାର କରି ଆସୁଥିବା ପଟିଦାର ସମ୍ପ୍ରଦାୟର ଭୋଟ କେଉଁ ଦଳ ଖାତାକୁ ତାହାକୁ ନେଇ ଜାରି ରହିଛି ଚର୍ଚ୍ଚା। 

ଏଥର ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡାଇବା ପାଇଁ ପଟିଦାର ସମ୍ପ୍ରଦାୟ ଉପରେ ସମସ୍ତ ଦଳ ଅଧିକ ଗୁରୁତ୍ୱ ଦେଉଛନ୍ତି। ଗୁଜୁରାଟ ରାଜନୀତିରେ ପଟିଦାର ମତଦାତା ଯେଉଁ ଦଳକୁ ସମର୍ଥନ ଦେଇଥାନ୍ତି, ସେହି ଦଳ ରାଜ୍ୟରେ ସରକାର ଗଠନ କରିଥାଏ। ଜାଣନ୍ତୁ ଗୁଜୁରାଟ ରାଜନୀତିରେ ପଟିଦାର ସମ୍ପ୍ରଦାୟର ରାଜନୈତିକ ଗୁରୁତ୍ୱ କ'ଣ?

ଗୁଜୁରାଟରେ ପଟିଦାର ଜମି ମାଲିକ ହେବ ସହ ରାଜ୍ୟର ପ୍ରମୁଖ କୃଷକ ଜାତି ଭାବେ ଜଣାଶୁଣା। ଗୁଜୁରାଟର ମୋଟ ଜନସଂଖ୍ୟାର ୧୨ ପ୍ରତିଶତରୁ ଅଧିକ ଲୋକ ହେଉଛନ୍ତି ପଟିଦାର ସମ୍ପ୍ରଦାୟର। ଏହା ସହ ରାଜ୍ୟ ରାଜନୀତିରେ ପଟିଦାରଙ୍କ ଗୁରୁତ୍ୱ ପୂର୍ଣ୍ଣ ପ୍ରଭାବ ରହିଛି। ଗତ ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ବିଜେପି ପଟିଦାର ମତଦାତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବା ଆସନରେ ବିଜୟ ବାନା ଉଡ଼ାଇବାରେ ସଫଳ ହୋଇଥିଲା। ରାଜ୍ୟର ପଟିଦାର ବହୁଳ ୪୦ ସିଟ୍ ମଧ୍ୟରୁ ବିଜେପି  ୨୪ ଏବଂ କଂଗ୍ରେସ ୧୫ ଆସନ ପାଇଥିଲେ। 

ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳର ପଟିଦାର ପ୍ରାଧାନ୍ୟ ଆସନରେ କଂଗ୍ରେସ ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଥିଲା। ଅନ୍ୟପଟେ ବିଜେପି ଅହମ୍ମଦାବାଦ ଏବଂ ଗାନ୍ଧୀ ନଗରର ସହରାଞ୍ଚଳ  ଏବଂ ଏହାର ଆଖପାଖ ଅଞ୍ଚଳରେ ଉତ୍ତମ ପ୍ରଦର୍ଶନ କରିଥିଲା। ଗତ ୨୦୧୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ବିଜେପି ଏଠାରେ ୨୮ ସିଟ୍ ଜିତିଥିବା ବେଳେ କଂଗ୍ରେସ ମାତ୍ର ୯ ଆସନ ପାଇଥିଲା। 

ଗତ ୨୦୧୭ ଗୁଜୁରାଟ ବିଧାନ ନିର୍ବାଚନରେ ​​ପଟିଦାର ସମ୍ପ୍ରଦାୟର  ଯୁବ ନେତା ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ପଟିଦାର ଆନ୍ଦୋଳନ ଚାଲିଥିଲା। ଯାହା ଦ୍ୱାରା କଂଗ୍ରେସ ବେଶ ଲାଭବାନ ହୋଇଥିଲା। ଯଦିଓ ପରେ ହାର୍ଦ୍ଦିକ ପଟେଲ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ହାର୍ଦ୍ଦିକ ପଟେଲ ବିଜେପି ହାତ ଧରି ନେଇଥିଲେ। ଏହି ନିର୍ବାଚନରେ ରାଜ୍ୟର ବୀରମଗାନ ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ହାର୍ଦ୍ଦିକ ପଟେଲ। 

ଗତ ୨୦୧୭ ବିଧାନସଭା ନିର୍ବାଚନ ପୂ୍ର୍ବରୁ ପଟିଦାର ଆନ୍ଦୋଳନକୁ ନେଇ ସରଗରମ ହୋଇଉଠିଥିଲା ଗୁଜୁରାଟ ରାଜନୀତି। ହେଲେ ବର୍ତ୍ତମାନ ଏହାର କୌଣସି ପ୍ରଭାବ ଗୁଜୁରାଟର ରାଜନୈତିକ ପାଣିପାଗରେ ଅନୁଭୂତ ହେଉନାହିଁ। ଅର୍ଥାତ ଏବକାର ସମୟରେ ପଟିଦାର ଆନ୍ଦୋଳନ ମନ୍ଥର ହୋଇଯାଇଛି। କୌତୁହଳର ବିଷୟ ହେଉଛି ୨୦୧୭ ନିର୍ବାଚନରେ ୪୪ ଜଣ ପଟିଦାର ବିଧାୟକ ଗୁଜୁରାଟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ପଟିଦାର ପ୍ରାର୍ଥୀଙ୍କ ଉପରେ ଅଧିକ ବାଜି ଲଗାଇଛନ୍ତି। ହେଲେ ପଟିଦାର ମତଦାତାଙ୍କ ସମର୍ଥନ କେଉଁ ଦଳକୁ ମିଳିବ ତାହା ଡିସମ୍ବେର ୮ ତାରିଖରେ ଜଣାପଡ଼ିବ।