Advertisement
Photo Details/zeeodisha/odisha2586949
photoDetails0hindi

Zodiac Signs: ମକର ସଂକ୍ରାନ୍ତି ପୂର୍ବରୁ ଫିଟିବ ୫ରାଶିଙ୍କ ଭାଗ୍ୟ, ସୂର୍ଯ୍ୟଦେବ କରିବେ ଏହିସବୁ ରାଶି ଉପରେ ଟଙ୍କା ବର୍ଷା!

Zodiac Signs: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି ବିବେଚାନ କରାଯାଏ। ସକଳ ଶକ୍ତିର ଆଧାର ସୂର୍ଯ୍ୟ ମକର ସଂକ୍ରାନ୍ତି ପୂର୍ବରୁ ଅର୍ଥାତ୍ ଜାନୁଆରୀ ୧୧  ତାରିଖ ୨ ଟା ୩୦ ମିନିଟ୍ ସମୟରେ ଉତ୍ତରାଶ୍ରାଦ୍ଧ ନକ୍ଷତ୍ରକୁ ଚଳନ କରିବେ।  ମକର ସଂକ୍ରାନ୍ତି ପୂର୍ବରୁ ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିଙ୍କ ବେଶ୍ ଶୁଭ ରହିବ। ଯଦି ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ହୁଏ। ତେବେ, ବ୍ୟକ୍ତି ଜୀବନରେ ଶକ୍ତିଶାଳୀ ହେବା ସହିତ ପ୍ରତ୍ୟକ କ୍ଷେତ୍ରରେ ବିଜୟୀ ଲାଭ କରିଥାଏ। ଏବଂ  ବିଶେଷକରି , କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ କରିଥାଏ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଚଳନ କେଉଁସବୁ ରାଶିକୁ ଧନବାନ୍ କରାଉଛି।....

1/5
ମେଷ: ଉତ୍ତରାଶ୍ରାଦ୍ଧ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ବେଶ୍ ମଜବୁତ୍ ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। ବିଦେଶରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହ ଦରମା ବଢିବ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ବ୍ୟବସାୟୀମାନେ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟ କରି ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ପୁରୁଣା ନିବେଶରୁ ଭଲ ଲାଭ ପାଇବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଗାଡି କିଣିବାର ସ୍ବପ୍ନ ବି ସାକାର ହେବ। 

 

ALSO READ:  Today Horoscope: ଆଜି ଏହି ରାଶିର ଲୋକେ ମାଲିମୋକଦ୍ଦମାରେ ହେବେ ବିଜୟୀ, ବ୍ୟବସାୟରେ ବଢିବ ଲାଭ; ଜାଣନ୍ତୁ ଆଜିର ରାଶିଫଳ

ALSO READ:  Shani Guru Yuti 2025: ଏହିସବୁ ରାଶିଙ୍କ ସବୁ ଇଚ୍ଛା ପୂରଣ କରିବେ ଶନି-ବୃହସ୍ପତି, ବର୍ଷ ତମାମ ରହିବେ ମାଲାମାଲ୍!

2/5
ସିଂହ :  ଉତ୍ତରାଶ୍ରାଦ୍ଧ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଶାରୀରି ଓ ମନ ଭଲ ରହିବା। ବଡ଼ ବଡ଼ ବ୍ୟବସାୟୀ ବା ଉଦ୍ୟୋଗୀମାନେ ଏହି ସମୟରେ ଏକ ବଡ଼ ଡିଲ୍  ଫାଇନାଲ କରିବେ। ଆଉ କେତେକ ବ୍ୟବସାୟୀ ନୂଆ ଚୁକ୍ତି ସ୍ବାକ୍ଷର କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଆଶାୟୀଙ୍କୁ ଶୁଭ ଫଳ ମିଳିବ। ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ପୁରୁଣା ରୋଗରୁ ଆରୋଗ୍ୟ ଲାଭ କରିବେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ।  ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ପୌତୃକ ସମ୍ପତ୍ତିରୁ ଲାଭବାନ୍ ହେବେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। 

3/5
ଧନୁ : ଉତ୍ତରାଶ୍ରାଦ୍ଧ ନକ୍ଷତ୍ରରେ  ସୂର୍ଯ୍ୟଙ୍କ ଚଳନ ଏହି ରାଶିକୁ ଧନବାନ୍ କରାଇବ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବ। ଧାର-କରଜ ଆଣିଥିବା ଟଙ୍କା କୁ ସୁଝିବାରେ ସକ୍ଷମ ହେବେ। ଯେଉଁମାନେ  ନୂଆ ଘର କିମ୍ବା ଜମି କିଣିବା ପାଇଁ ଯୋଜନା କରିଛନ୍ତି। ସେମାନଙ୍କ ଆଶା ପୂରଣ ହେବେ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ସାଥ୍ ଦେବେ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ସୁ-କାର୍ଯ୍ୟ କର୍ମକ୍ଷତ୍ରରେ ପାଇଁ ସମ୍ମାନୀତ ମଧ୍ୟ ହେବେ।  ବାଣିଜ୍ୟ-ବ୍ୟବସାୟରେ କାରବାର ଭଲ ହେବା ସହିତ ଦୈନିକ ଆୟ ବୃଦ୍ଧି ହେବ। ବିଦେଶରେ ଚାଲିଥିବା ବ୍ୟବସାୟରୁ ଭଲ ଲାଭ ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ବିଦେଶ ଯାତ୍ରା କରିବେ। ପରିବାର ସହ ତିର୍ଥଯାତ୍ରାରେ ଯିବେ। ଦୂରଯାତ୍ରାରୁ ଶୁଭ ଫଳ ମିଳିବ। ପରିବାରରେ ସୁଖ-ସମୃଦ୍ଦି ବୃଦ୍ଧି ପାଇବ। 

4/5

ମକର: ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିର ଭାଗ୍ୟ ଉଦୟ କରିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। କର୍ମକ୍ଷେତ୍ରରେ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ସହକର୍ମୀ ଓ ବରିଷ୍ଠ ଅଧିକାରୀମାନେ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ଯେଉଁମାନେ ବିଦେଶରେ ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବାକୁ ପ୍ଲାନ୍ କରୁଛନ୍ତି। ସେମାନେ ଏହି ସମୟରେ ନିଜ ଯୋଜନାକୁ କାର୍ଯ୍ୟକାରୀ କଲେ ଭଲ ଲାଭ ପାଇବେ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟରୁ ଅଧିକ ଟଙ୍କା ଲାଭ ମିଳିବ। ବନ୍ଧୁ-ବାନ୍ଧବଙ୍କ ସହ  ହୋଇଥିବା ମନୋମାଳିନ୍ୟ ଦୂର ହେବ। ସ୍ତ୍ରୀଙ୍କ ପାଇଁ ଦାମୀ ଉପହାର କ୍ରୟ କରିବେ। ଧାର୍ମିକ କାର୍ଯ୍ୟ କଳାପ ପାଇଁ ମନ ବଳିବ । ପ୍ରେମୀଙ୍କ ପାଇଁ ସମୟ ଖାସ୍ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। 

5/5
  ମୀନ: ମୀନ ରାଶିଙ୍କ ଭାଗ୍ୟ ଚମକାଇବେ ସୂର୍ଯ୍ୟଦେବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ।  ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନେ ଏହି ସମୟରେ ଜଣେ ବିଷେଶଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ଲାଭ ପାଇବେ। ସେୟାର ବଜାରରୁ ମାଲାମାଲ୍ ହେବେ। ଆର୍ଥିକ ସ୍ଥିତି ବେଶ୍ ଭଲ ରହିବ। ନୂଆ ଦୋକାନ ବା ସୋ-ରୁମ୍ କିଣିବାର ସ୍ବପ୍ନ ସାକାର ହେବ। ଆର୍ଥିକ- କାରବାର ପାଇଁ ସମୟ ଭଲ ରହିବ। ଚାକିରିଆମାନେ କର୍ମକ୍ଷେତ୍ରରେ ଭଲ ଫଳ ଫାଇବେ। ଆପଣଙ୍କ କାର୍ଯ୍ୟକୁ ନେଇ ବସ୍-ଖୁସି ରହିବା ସହ ସହକର୍ମୀମାନେ ପ୍ରଂଶସା କରିବେ। ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।      (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)