Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2586926

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1. Untimely Rain declared as Natural Calamity: ରାଜ୍ୟରେ ଗତ କିଛିଦିନ ତଳେ ହୋଇଥିବା ଅଦିନିଆ ବର୍ଷା ଓ ତଦ୍‍ଜନିତ କ୍ଷୟକ୍ଷତିକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହିପରି ବର୍ଷା ହେତୁ ରାଜ୍ୟରେ ୬ଲକ୍ଷ ୬୬ ହଜାର ୭୬୦ ଚାଷୀଙ୍କ ଫସଲ ନଷ୍ଟ ହୋଇଛି। ସେମାନଙ୍କ କ୍ଷୟକ୍ଷତିକୁ ଭରଣା କରିବା ଲାଗି ସରକାର  ୨୯୧ କୋଟି ଟଙ୍କା ସହାୟତା ପ୍ରଦାନ କରିବେ। ଏଯାଏ ୨ଲକ୍ଷ ୯୧ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଯେଉଁ ଚାଷୀଙ୍କର ଫସଲର ୩୩ପ୍ରତିଶତ ବା ଅଧିକ କ୍ଷତି ହୋଇଥିବ ତାଙ୍କୁ ଏହି ସହାୟତା ପ୍ରଦାନ କରାଯିବ। 
 
2. Cabinet Resolutions: ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‍ ୯ଟି ଗୁରୁତ୍ୱପୂର୍ଣ୍ଣ ଯୋଜନା ଉପରେ ମୋହର ଲଗାଇଛି। ବିଶେଷକରି ନିର୍ତବାଚନ ପ୍ରତିଶୃତିକୁ ପୂରଣ କରିବା ତଥା ଲୋକଙ୍କ ପାଖରେ ଅଧିକ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ଏହି ନିଷ୍ପତ୍ତିଗୁଡ଼ିକ ଭିତରେ ଗୁରୁତ୍ୱ ପାଇଛନ୍ତି ମହିଳା, ବୃଦ୍ଧ, କଷକ  ଏବଂ ଭିନ୍ନକ୍ଷମ। ପ୍ରଥମ ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ସୁଭଦ୍ରା ପଞ୍ଜିକରଣ ସମୟସୀମାକୁ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏହାଦ୍ୱାରା ଅଧିକରୁ ଅଧିକ ମହିଳା ଏହି ଯୋଜନାର ଲାଭ ଉଠାଇପାରିବେ। ଏହି ଅବଧିରେ ପଞ୍ଜିକୃତ ମହିଳାଙ୍କୁ ଚଳିତ ବର୍ଷର ଦୁଇଟି କିସ୍ତିରେ ମିଳିବାକୁ ଥିବା ୧୦ ହଜାର ଟଙ୍କା ସହାୟତା ମିଳିବ। 
 
3. Old Age Pension increased to Rs 3500 PM:  ରାଜ୍ୟର ୮୦ ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବା ଲାଗି ଆସିଥିବା ପ୍ରସ୍ତାବ ମଞ୍ଜୁରୀ ପାଇଛି।  ଏଥି ସହିତ ୮୦ ପ୍ରତିଶତ ଅଥବା ଏଥିରୁ ଅଧିକ ପ୍ରତିଶତ ଦିବ୍ୟାଙ୍ଗମାନଙ୍କୁ ମଧ୍ୟ ସରକାର ମାସିକ ଭତ୍ତା ୩୫୦୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। ଏବେ ଏହି ଭତ୍ତା ପରିମାଣ ୧୨୦୦ ଟଙ୍କା ରହିଛି।
 
 
4. Now State to give 25 thousand per KW on Solar Plant: ପିଏମ୍‍ ସୂର୍ଯ୍ୟଘର ଯୋଜନା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କିଲେଓ୍ୱାଟ ସୌର ପ୍ଲାଣ୍ଟ ସ୍ଥାପନ ଉପରେ ୨୫ ହଜାର ଟଙ୍କା ଅତିରିକ୍ତ ସବ୍‍ସିଡି ଘୋଷଣା କରାଯାଇଛି।  କେନ୍ଦ୍ରର ୩୦ ହଜାର ସବ୍‌ସିଡି ବାଦ୍‌ ରାଜ୍ୟ ସରକାର ଏହି ସହାୟତା ଦେବେ। 
  
5. Odisha become the Sponsor for National Khokho Team: ଆସନ୍ତା ତିନିବର୍ଷ ଲାଗି ଜାତୀୟ ଖୋଖୋ ଦଳର ପ୍ରୟୋଜକ ହୋଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨୦୨୮ ମସିହାରୁ  ଜାତୀୟ  ହକିଦଳର ପ୍ରାୟୋଜକ ଭାବେ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଛନ୍ତି। ୨୦୨୫ରୁ ୨୦୨୭ ଯାଏ ଜାତୀୟ ଖୋଖୋଦଳର ପ୍ରାୟୋଜକ ଭାବେ ୫ କୋଟି ହିସାବରେ ୧୫ କୋଟି ଟଙ୍କା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 
 
 
6. New Governor took oath: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି ଡ. କେ ହରିବାବୁ। ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍‍ ଚକ୍ରଧାରୀ ଶରଣସିଂହ ଡ. ହରିବାବୁଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ରାଜଭବନଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ବାଚସ୍ପତିଙ୍କ ସମେତ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଉପସ୍ଥିତ ଥିଲେ। 
 
7. Prabasi Bhartiya Diwas: ଭୁବନେଶ୍ୱରରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିଲାଗି ଜନତା ମୈଦାନରେ ପ୍ରସ୍ତୁତି ସହ ସହରରେ ସୁରକ୍ଷା ଓ ଟ୍ରାଫିକ୍‍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ପୁଲିସ ପ୍ରଶାସନ ସଜାଗ ହୋଇଛି। ୮୩ ପ୍ଲାଟୁନ ପୁଲିସବଳ ଏବଂ ୪୫୦ ଅଧିକାରୀଙ୍କୁ ଏହି ସମୟରେ ନିୟୋଜିତ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପଓ୍ୱପନ୍ତ ପନ୍ନୁ ଏହି ସମୟରେ ଅଘଟଣ ପାଇଁ ଚେତାବନୀ ଦେଇଛି। 
 
8. Direct Flight to Lucknow today: ଓଡ଼ିଶା ବିମାନ ସେବାରେ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଜୟପୁର ଓ କୋଚି ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଇଣ୍ଡିଆ ପକ୍ଷରୁ ଏହି ସେବା ଘୋଷଣା କରାଯାଇଛି। ଠିକ୍‍ ସେହିପରି ଆଜିଠାରୁ ଲକ୍ଷ୍ନୌକୁ ବିମାନ ଯାତ୍ରା ଆରମ୍ଭ ହେବ। ୧୫ରେ ପାଟନାକୁ ବିମାନ ଆରମ୍ଭ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। 
 
 
9. No worries on HMPV: ଚୀନରେ କ୍ଷୀପ୍ରଗତିରେ ବ୍ୟପୁଥିବା ହ୍ୟୁମ୍ୟାନ ମେଟା ନ୍ୟୁମୋ ଭାଇରସ୍‍ ( ଏଚ୍‍ଏମ୍‍ପିଭି)କୁ ଭାରତରେ ଡରିବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ। ଏହା ଏକ ସାଧାରଣ ଭୂତାଣୁ ଏବଂ ଥଣ୍ଡା ଜ୍ୱର ଭଳି ଗୁଣ ଦେଖାଯାଇଥାଏ। ଏଥିଲାଗି ସାଧାରଣ ଥଣ୍ଡା ଔଷଧ ଖାଇବାକୁ ପଡ଼ିଥାଏ। ଭାରତରେ ଏଥିଲାଗି ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। 
 
10. Manapuram Gold Loan Theft: ସମ୍ବଲପୁରର ମାଣପୁରମ୍‍ ଗୋଲ୍ଡ ଲୋନ୍‍ ସଂସ୍ଥାରୁ ସୁନା ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୫ ଜଣ ବନ୍ଧୁକଧାରୀ ଡକାୟତ ଏହି ଶଶଖାର ଜଣେ କର୍ମଚାରୀଙ୍କୁ ପଣବନ୍ଦୀ କରି ୩୦ କିଲୋ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ସୁନାର ବଜାର ଦାମ ୨୨ କୋଟି ଟଙ୍କା ହେବ। ଏନେଇ ସମ୍ବଲପୁରର ଅଇଁଠାପାଲି ଥାନାରେ ମାମଲା ରୁଜୁ ହୋଇଛି।